ବାଇକ୍‌ ଧକ୍କାରେ ଗଲା ୨ ଜୀବନ

ମାଲକାନଗିରି, ୧୩ା୨ (ଡି.ଏନ.ଏ.): ମାଲକାନଗିରି ଜିଲା ଜୟପୁର-ମାଲକାନଗିରି ମୁଖ୍ୟ ରାସ୍ତା ନାୟକଗୁଡାଠାରେ ରବିବାର ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ରାମ କୁଡୁକୁ ଏବଂ ଗୌରବ ଭୂମିଆ। ଗୁରୁତର ଆହତଙ୍କୁ କୋରାପୁଟ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ମୁତାବକ, ମାଲକାନଗିରି ଥାନା ଅନ୍ତର୍ଗତ ମୁଦୁଲିଗୁଡା ଗ୍ରାମର ରାମ କୁଡୁକୁ ଏବଂ ଏମଭି-୯୩ ଗ୍ରାମର ନିଲକମଲ ସରକାର ଭୋଜି ଖାଇ ଗ୍ରାମକୁ ଫେରୁଥିବା ବେଳେ ନାୟକଗୁଡାଠାରେ ବିପରୀତ ଦିଗରୁ ଆସୁଥିବା ସମରଥଗୁଡା ଗ୍ରାମର ଗୌରବ ଭୂମିଆଙ୍କ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ସମସ୍ତେ ଗୁରୁତର ଆହତ ହୋଇ ରାସ୍ତା ପାର୍ଶ୍ୱକୁ ଛିଟିକି ପଡିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ରାମ ଏବଂ ଗୌରବଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ନିଲକମଲଙ୍କୁ କୋରାପୁଟ ପଠାଇଥିଲେ। ଖବରପାଇ ଘଟଣା ସ୍ଥଳରେ ମାଲକାନଗିରି ଆଇଆଇସି ରିଗାନ କିଣ୍ଡ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଥିଲେ। ଏନେଇ ଏକ ଅପମୃତ୍ୟୁ ମାମଲା (୬୯/୨୨) ରୁଜୁ ହୋଇଥିବା ଆଇଆଇସି କିଣ୍ଡ କହିଛନ୍ତି।