ବିଦ୍ୟୁତ ଆଘାତରେ ଶ୍ୱଶୁର, ଜ୍ୱାଇଁ ମୃତ

ଦଶପଲ୍ଲା,୧୮।୫(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ତୁମାଣ୍ଡି ପଞ୍ଚାୟତ ନରାଜପଡ଼ା ବାଲିସାହି ଗ୍ରାମରେ ଶୁକ୍ରବାର ବିଦ୍ୟୁତ ଆଘାତରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଭକ୍ତ ଜାନୀ(୩୫), ନକୁଳ ଜାନୀ(୩୦)। ଉଭୟ ସମ୍ପର୍କରେ ଦାଦା ଶ୍ୱଶୁର ଓ ଝିଆରି ଜ୍ୱାଇଁ ହୋଇଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ଭକ୍ତ ଘରେ କୌଣସି କାମ କରୁଥିବା ବେଳେ ତାଙ୍କୁ ବିଦ୍ୟୁତ୍‌ ଆଘାତ ଦେଇଥିଲା। ତାଙ୍କୁ ଉଦ୍ଧାର କରିବାକୁ ଯାଇ ନକୁଳ ମଧ୍ୟ ଆହତ ହୋଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଦଶପଲ୍ଲା ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡର: ମାଡିବସିଲା…

ନୂଆପଡ଼ା,୧୨ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ୍‌ସ୍ଥିତ ପାଳ ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡରକୁ ବାଣିଜି୍ୟକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ ପରେ ଯୋଗାଣ ବିଭାଗର…

ଭବିଷ୍ୟତ ଗଠନ ପାଇଁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଲେ ଅଧ୍ୟକ୍ଷ

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ଶନିବାର ବିଦାୟ ସମ୍ବର୍ଦ୍ଧନା…

ବୋଲେରୋ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ,୨୦ ଘଣ୍ଟା ହେଲା ହୋଇପାରିନି ମୃତଦେହ ବ୍ୟବଚ୍ଛେଦ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): ବୋଲେରୋ ଧକ୍କାରେ ବାଇକ୍‌ଚାଳକଙ୍କ ମୃତ୍ୟୁ ଘଟଣାର ଇତିମଧ୍ୟରେ ପ୍ରାୟ ୨୦ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନ ଥିବା ଓ…

ପାରାଦୀପ, କପିଳଯୋରରେ ମାଛ ମଡକ:  ପଚାମାଛ ଗନ୍ଧରେ ସହର…

ପାରାଦୀପ ୧୨।୪(ଶରତ ରାଉତ): ବନ୍ଦର ସହର ପାରାଦୀପ ମଧ୍ୟସ୍ଥଳରେ ଥିବା କପିଳଯୋରରେ ରବିବାର ମାଛ ମଡକ ହୋଇଛି। ସହରର ବଡପଡିଆ ପରିବା ମାର୍କେଟଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ…

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri