ଅପେକ୍ଷାରେ ୨ ଦଶନ୍ଧି

ଯାଜପୁର ଅଫିସ,୮ା୧୦: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀରେ ପ୍ରାୟ ପ୍ରତିବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଏହାକୁ ନିୟନ୍ତ୍ରଣ କରିବାକୁ ନଦୀର ଉପରମୁଣ୍ଡ ଆନନ୍ଦପୁର ଏବଂ କାନପୁରଠାରେ ୨ଟି ସମନ୍ବିତ ଜଳ ସେଚନ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଏହି ଦୁଇ ପ୍ରକଳ୍ପ ପ୍ରାୟ ୨ ଦଶନ୍ଧି ହେଲା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲେ ହେଁ ଏଯାଏ କାର୍ଯ୍ୟ ଅଧାପନ୍ତରିଆ ହୋଇରହିଛିି। ଏହି କାରଣରୁ ବୈତରଣୀ ନଦୀରେ ବନ୍ୟା ନିୟନ୍ତ୍ରଣ ଆଶା ପୂରଣ ହୋଇପାରୁନାହିଁ। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ନୈରାଶ୍ୟଜନକ ଅଗ୍ରଗତି ଉପରେ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହିକ୍ରମରେ ସାଲପଡ଼ା, ବସୁଦେବପୁର ଓ ଲକ୍ଷ୍ମୀପୋଷି ଜଳ ସମ୍ପଦ ବିଭାଗ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ପ୍ରକଳ୍ପଗୁଡିକ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସ୍ବତନ୍ତ୍ର ସଚିବ ମୁକୁଳ ଚନ୍ଦ୍ର ବେରା ନିର୍ଦ୍ଦେଶ ଜାରି କରିଛନ୍ତି।
୨୦୦୫-୦୬ରେ ବୈତରଣୀ ନଦୀ ଉପରେ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଥିଲା। ୫ ବର୍ଷ ମଧ୍ୟରେ ନିର୍ମାଣ ଶେଷ ହେବା ପାଇଁ ଲକ୍ଷ୍ୟ ଥିଲା। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୮୬୪.୩୬ କୋଟି ଟଙ୍କା ମଞ୍ଜୁର ହୋଇଛି। ହେଲେ ଏଯାଏ ମାତ୍ର ୧୭୧୫.୯୩ କୋଟି ଟଙ୍କା ଖର୍ଚ୍ଚ ହୋଇ ପାରିଛି। ଏଥିରେ ହେଡ୍‌ ୱାର୍କ ଶତପ୍ରତିଶତ ସମ୍ପୂର୍ଣ୍ଣ ହୋଇଥିବାବେଳେ ମେନ୍‌ କେନାଲ କାର୍ଯ୍ୟ ୭୩% ଓ ଡିଷ୍ଟ୍ରିବ୍ୟୁଶନ ସିଷ୍ଟମ କାର୍ଯ୍ୟ ମାତ୍ର ୫% ସମ୍ପୂର୍ଣ୍ଣ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ୫୬,୭୨୦ ହେକ୍ଟର ଜମି ଜଳସେଚିତ ହୋଇପାରିବ। ଏଥିପାଇଁ ଡାହାଣ ପାର୍ଶ୍ୱରେ ୯ କିମି ଏବଂ ବାମ ପାର୍ଶ୍ୱରେ ୨୮.୫୦ କିମି ଦୈର୍ଘ୍ୟ କେନାଲ ନିର୍ମାଣ ହେଉଛି। ତେବେ ଜମି ଅଧିଗ୍ରହଣରେ ସମସ୍ୟା ପ୍ରକଳ୍ପ ସମ୍ପୂର୍ଣ୍ଣତାରେ ଅନ୍ତରାୟ ସାଜିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କେନାଲ ନିର୍ମାଣ ପାଇଁ ଆବଶ୍ୟକ ୩.୬୪ ହେକ୍ଟର ଜମିରୁ ୧.୫୧ ହେକ୍ଟର ଜମିର ପାଉଣା ପ୍ରଦାନ ପ୍ରକ୍ରିୟାରେ ରହିଛି। ଅନ୍ୟପକ୍ଷେ ୨.୧୩ ହେକ୍ଟର ଜମିର ଅଧିଗ୍ରହଣ ହୋଇ ପାରିନାହିଁ। ବାମପାର୍ଶ୍ୱ କେନାଲ ପାଇଁ ଆବଶ୍ୟକ ୫୧୮.୩୨ ହେକ୍ଟର ଜମିରୁ ୫୧୬.୭୯ ହେକ୍ଟର ଜମି ମିଳିସାରିଛି। ବାକି ୧.୫୩ ହେକ୍ଟର ଜମି ଅଧିଗ୍ରହଣରେ ବିଳମ୍ବ ହେଉଛି। ୨୦୨୪ ଜାନୁୟାରୀ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ ବୋଲି ବିଭାଗ ପକ୍ଷରୁ ଦାବି ହୋଇଛି। ଏଭଳି ସ୍ଥିତିରେ ଆନନ୍ଦପୁର ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ରହିଥିବାରୁ ବୈତରଣୀ ନଦୀର ତଳମୁଣ୍ଡ ଅଞ୍ଚଳବାସୀ ବନ୍ୟା ସମୟରେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।
ସେହିପରି ୨୦୦୩-୦୪ରେ କାନପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଅଦ୍ୟାବଧି ୮୧% ଶେଷ ହୋଇଥିବା ବିଭାଗ ପକ୍ଷରୁ ରିପୋର୍ଟରେ ଦର୍ଶାଯାଇଛି। ଏହାସହ ଆବଣ୍ଟିତ ୨୩୦୧.୨୮ କୋଟି ଟଙ୍କାରୁ ୧,୮୭୩.୬୭ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି। ଏଥିରେ ପ୍ରଧାନମନ୍ତ୍ରୀ କୃଷି ସେଚ ଯୋଜନାରେ ୨୦୧୬ରୁ ୧୦୯୨.୮୮୨ କୋଟି ଟଙ୍କାରୁ ୬୬୫.୨୭ କୋଟି ଖର୍ଚ୍ଚ କରାଯାଇଛି। ବୈତରଣୀ ନଦୀରେ ଏହି ପ୍ରକଳ୍ପର ଲମ୍ବ ୩.୪୬୦ କିମି ଏବଂ ଉଚ୍ଚତା ୩୯.୫୦ ମିଟର ରହିଛି। ଏଥିରେ ମୁଖ୍ୟ କେନାଲର ଲମ୍ବ ୭୮.୨୧ କିମି ରହିଥିବାବେଳେ ୭ଟି ଡିଷ୍ଟ୍ରିବ୍ୟୁଟାରୀ ରହିଛି। ନିର୍ମାଣ ସମୟ ୫ ବର୍ଷ ଧାର୍ଯ୍ୟ ହୋଇଥିଲେ ହେଁ କାର୍ଯ୍ୟ ଶେଷ ହେଉନାହିଁ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ୪୭,୭୦୯ ହେକ୍ଟର ଜମିରେ ଜଳସେଚନ ହୋଇପାରିବ। ତେବେ ୩୧୦.୧୧ ହେକ୍ଟର ଜମି ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ଅପେକ୍ଷାରେ ରହିଥିବାରୁ ପ୍ରକଳ୍ପର ଅଗ୍ରଗତିରେ ବାଧା ସୃଷ୍ଟି ହୋଇଥିବା କୁହାଯାଇଛି। ଏହି ପ୍ରକଳ୍ପରେ ଆବଶ୍ୟକ ୭୬୦୦.୬୦ ଏକର ମଧ୍ୟରୁ ୫୭୮.୫୨ ଏକର ଜମି ଅଧିଗ୍ରହଣ ହେବାର ବାକି ରହିଛି। ସମୁଦାୟ ୪,୪୩୪ ବିସ୍ଥାପିତଙ୍କ ମଧ୍ୟରୁ ୩,୯୩୩ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି।
ଅନ୍ୟପକ୍ଷରେ ୧୯୯୬-୯୭ରେ ଆରମ୍ଭ ହୋଇଥିବା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ୯୨% ସରିଛି। ବ୍ୟୟ ଅଟକଳ ୪୪୫୫.୬୮ କୋଟି ଟଙ୍କାରୁ ଅଧିକ ଅର୍ଥାତ୍‌ ୪୮୮୨.୦୭ କୋଟି ଖର୍ଚ୍ଚ ହୋଇ ସାରିଛି। ୫ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏବେ ଯାଏ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଉପରୋକ୍ତ ପ୍ରକଳ୍ପଗୁଡିକରେ ଏକାଧିକ କାର୍ଯ୍ୟ ନିର୍ମାଣାଧୀନ ଥିବାରୁ ଉପଯୁକ୍ତ ପରିଚାଳନାର ଆବଶ୍ୟକତା ରହିଛି ବୋଲି ସଚିବ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?