ଅପେକ୍ଷାରେ ୨ ଦଶନ୍ଧି

ଯାଜପୁର ଅଫିସ,୯।୧୦: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀରେ ପ୍ରାୟ ପ୍ରତିବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଏହାକୁ ନିୟନ୍ତ୍ରଣ କରିବାକୁ ନଦୀର ଉପରମୁଣ୍ଡ ଆନନ୍ଦପୁର ଏବଂ କାନପୁରଠାରେ ୨ଟି ସମନ୍ବିତ ଜଳ ସେଚନ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଏହି ଦୁଇ ପ୍ରକଳ୍ପ ପ୍ରାୟ ୨ ଦଶନ୍ଧି ହେଲା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲେ ହେଁ ଏଯାଏ କାର୍ଯ୍ୟ ଅଧାପନ୍ତରିଆ ହୋଇରହିଛିି। ଏହି କାରଣରୁ ବୈତରଣୀ ନଦୀରେ ବନ୍ୟା ନିୟନ୍ତ୍ରଣ ଆଶା ପୂରଣ ହୋଇପାରୁନାହିଁ। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ନୈରାଶ୍ୟଜନକ ଅଗ୍ରଗତି ଉପରେ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହିକ୍ରମରେ ସାଲପଡ଼ା, ବସୁଦେବପୁର ଓ ଲକ୍ଷ୍ମୀପୋଷି ଜଳ ସମ୍ପଦ ବିଭାଗ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ପ୍ରକଳ୍ପଗୁଡିକ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସ୍ବତନ୍ତ୍ର ସଚିବ ମୁକୁଳ ଚନ୍ଦ୍ର ବେରା ନିର୍ଦ୍ଦେଶ ଜାରି କରିଛନ୍ତି।
୨୦୦୫-୦୬ରେ ବୈତରଣୀ ନଦୀ ଉପରେ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଥିଲା। ୫ ବର୍ଷ ମଧ୍ୟରେ ନିର୍ମାଣ ଶେଷ ହେବା ପାଇଁ ଲକ୍ଷ୍ୟ ଥିଲା। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୮୬୪.୩୬ କୋଟି ଟଙ୍କା ମଞ୍ଜୁର ହୋଇଛି। ହେଲେ ଏଯାଏ ମାତ୍ର ୧୭୧୫.୯୩ କୋଟି ଟଙ୍କା ଖର୍ଚ୍ଚ ହୋଇ ପାରିଛି। ଏଥିରେ ହେଡ୍‌ ୱାର୍କ ଶତପ୍ରତିଶତ ସମ୍ପୂର୍ଣ୍ଣ ହୋଇଥିବାବେଳେ ମେନ୍‌ କେନାଲ କାର୍ଯ୍ୟ ୭୩% ଓ ଡିଷ୍ଟ୍ରିବ୍ୟୁଶନ ସିଷ୍ଟମ କାର୍ଯ୍ୟ ମାତ୍ର ୫% ସମ୍ପୂର୍ଣ୍ଣ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ୫୬,୭୨୦ ହେକ୍ଟର ଜମି ଜଳସେଚିତ ହୋଇପାରିବ। ଏଥିପାଇଁ ଡାହାଣ ପାର୍ଶ୍ୱରେ ୯ କିମି ଏବଂ ବାମ ପାର୍ଶ୍ୱରେ ୨୮.୫୦ କିମି ଦୈର୍ଘ୍ୟ କେନାଲ ନିର୍ମାଣ ହେଉଛି। ତେବେ ଜମି ଅଧିଗ୍ରହଣରେ ସମସ୍ୟା ପ୍ରକଳ୍ପ ସମ୍ପୂର୍ଣ୍ଣତାରେ ଅନ୍ତରାୟ ସାଜିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କେନାଲ ନିର୍ମାଣ ପାଇଁ ଆବଶ୍ୟକ ୩.୬୪ ହେକ୍ଟର ଜମିରୁ ୧.୫୧ ହେକ୍ଟର ଜମିର ପାଉଣା ପ୍ରଦାନ ପ୍ରକ୍ରିୟାରେ ରହିଛି। ଅନ୍ୟପକ୍ଷେ ୨.୧୩ ହେକ୍ଟର ଜମିର ଅଧିଗ୍ରହଣ ହୋଇ ପାରିନାହିଁ। ବାମପାର୍ଶ୍ୱ କେନାଲ ପାଇଁ ଆବଶ୍ୟକ ୫୧୮.୩୨ ହେକ୍ଟର ଜମିରୁ ୫୧୬.୭୯ ହେକ୍ଟର ଜମି ମିଳିସାରିଛି। ବାକି ୧.୫୩ ହେକ୍ଟର ଜମି ଅଧିଗ୍ରହଣରେ ବିଳମ୍ବ ହେଉଛି। ୨୦୨୪ ଜାନୁୟାରୀ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ ବୋଲି ବିଭାଗ ପକ୍ଷରୁ ଦାବି ହୋଇଛି। ଏଭଳି ସ୍ଥିତିରେ ଆନନ୍ଦପୁର ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ରହିଥିବାରୁ ବୈତରଣୀ ନଦୀର ତଳମୁଣ୍ଡ ଅଞ୍ଚଳବାସୀ ବନ୍ୟା ସମୟରେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।
ସେହିପରି ୨୦୦୩-୦୪ରେ କାନପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଅଦ୍ୟାବଧି ୮୧% ଶେଷ ହୋଇଥିବା ବିଭାଗ ପକ୍ଷରୁ ରିପୋର୍ଟରେ ଦର୍ଶାଯାଇଛି। ଏହାସହ ଆବଣ୍ଟିତ ୨୩୦୧.୨୮ କୋଟି ଟଙ୍କାରୁ ୧,୮୭୩.୬୭ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି। ଏଥିରେ ପ୍ରଧାନମନ୍ତ୍ରୀ କୃଷି ସେଚ ଯୋଜନାରେ ୨୦୧୬ରୁ ୧୦୯୨.୮୮୨ କୋଟି ଟଙ୍କାରୁ ୬୬୫.୨୭ କୋଟି ଖର୍ଚ୍ଚ କରାଯାଇଛି। ବୈତରଣୀ ନଦୀରେ ଏହି ପ୍ରକଳ୍ପର ଲମ୍ବ ୩.୪୬୦ କିମି ଏବଂ ଉଚ୍ଚତା ୩୯.୫୦ ମିଟର ରହିଛି। ଏଥିରେ ମୁଖ୍ୟ କେନାଲର ଲମ୍ବ ୭୮.୨୧ କିମି ରହିଥିବାବେଳେ ୭ଟି ଡିଷ୍ଟ୍ରିବ୍ୟୁଟାରୀ ରହିଛି। ନିର୍ମାଣ ସମୟ ୫ ବର୍ଷ ଧାର୍ଯ୍ୟ ହୋଇଥିଲେ ହେଁ କାର୍ଯ୍ୟ ଶେଷ ହେଉନାହିଁ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ୪୭,୭୦୯ ହେକ୍ଟର ଜମିରେ ଜଳସେଚନ ହୋଇପାରିବ। ତେବେ ୩୧୦.୧୧ ହେକ୍ଟର ଜମି ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ଅପେକ୍ଷାରେ ରହିଥିବାରୁ ପ୍ରକଳ୍ପର ଅଗ୍ରଗତିରେ ବାଧା ସୃଷ୍ଟି ହୋଇଥିବା କୁହାଯାଇଛି। ଏହି ପ୍ରକଳ୍ପରେ ଆବଶ୍ୟକ ୭୬୦୦.୬୦ ଏକର ମଧ୍ୟରୁ ୫୭୮.୫୨ ଏକର ଜମି ଅଧିଗ୍ରହଣ ହେବାର ବାକି ରହିଛି। ସମୁଦାୟ ୪,୪୩୪ ବିସ୍ଥାପିତଙ୍କ ମଧ୍ୟରୁ ୩,୯୩୩ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି।
ଅନ୍ୟପକ୍ଷରେ ୧୯୯୬-୯୭ରେ ଆରମ୍ଭ ହୋଇଥିବା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ୯୨% ସରିଛି। ବ୍ୟୟ ଅଟକଳ ୪୪୫୫.୬୮ କୋଟି ଟଙ୍କାରୁ ଅଧିକ ଅର୍ଥାତ୍‌ ୪୮୮୨.୦୭ କୋଟି ଖର୍ଚ୍ଚ ହୋଇ ସାରିଛି। ୫ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏବେ ଯାଏ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ଉପରୋକ୍ତ ପ୍ରକଳ୍ପଗୁଡିକରେ ଏକାଧିକ କାର୍ଯ୍ୟ ନିର୍ମାଣାଧୀନ ଥିବାରୁ ଉପଯୁକ୍ତ ପରିଚାଳନାର ଆବଶ୍ୟକତା ରହିଛି ବୋଲି ସଚିବ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri