ଝାଡ଼ାବାନ୍ତିରେ ୨ମୃତ, ୨୫ ଆକ୍ରାନ୍ତ

ଖପ୍ରାଖୋଲ, ୬ା୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ପଞ୍ଚାୟତ ଅନ୍ତର୍ଗତ ଦେଦର୍ହ ଗାଁରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଏଥିରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ଜଣ ଆକ୍ରାନ୍ତ ହୋଇଛନ୍ତି। ମୃତକ ହେଲେ କୁମାରୀ ମେହେର (୪୮) ଓ ତାଙ୍କ ୧୦ ବର୍ଷର ନାତି ବବୁଲୁ। ନୂଆଁଖାଇ ପରେ ଝାଡ଼ାବାନ୍ତିରେ ୨ମୃତ, ୨୫ ଆକ୍ରାନ୍ତ
ଖପ୍ରାଖୋଲ, ୬ା୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ପଞ୍ଚାୟତ ଅନ୍ତର୍ଗତ ଦେଦର୍ହ ଗାଁରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଏଥିରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ଜଣ ଆକ୍ରାନ୍ତ ହୋଇଛନ୍ତି। ମୃତକ ହେଲେ କୁମାରୀ ମେହେର (୪୮) ଓ ତାଙ୍କ ୧୦ ବର୍ଷର ନାତି ବବୁଲୁ। ନୂଆଁଖାଇ ପରେ ଗାଁର କେତେକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ କୁମାରୀ, ବବୁଲୁଙ୍କ ସହ ୪ଜଣ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ରବିବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ କୁମାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସୋମବାର ସକାଳେ ଡାକ୍ତର ବବୁଲୁଙ୍କୁ ମୃତ ଘୋଷିତ କରିଥିଲେ। ଏବେ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ପାଟଣାଗଡରେ ଏବଂ ଅନ୍ୟ ୨୩ଜଣ ଘରେ ଚିକିତ୍ସିତ ହେଉଛନ୍ତି।
ସୋମବାର ସକାଳେ ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡ଼ା. ସୁରଜ ଦୀପଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ୍‌ ଦେଦର୍ହ ଗାଁରେ ପହଞ୍ଚି ଥିଲା। ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଓଷଧ ପ୍ରଦାନ କରାଯାଇଥିଲ। ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ନଳକୂପ, ଖୋଲାକୂପ ଓ ଜଳଯୋଗାଣ ପ୍ରକଳ୍ପ କୂପରେ ବ୍ଲିଚିଂ ପାଉଡର ପକାଯାଇଥିଲା। ଝାଡ଼ାବାନ୍ତି କିପରି ଅଧିକ ନ ବ୍ୟାପିବ ସେ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ଅପରାହ୍ନରେ ଜିଲାପାଳ ଚଞ୍ଚଳ ରାଣା ଦେଦର୍ହରେ ପହଞ୍ଚି ସ୍ଥାନୀୟ ସରପଞ୍ଚ, ଗ୍ରାମବାସୀ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ମୃତକଙ୍କ ଘରକୁ ଯାଇ ସମବେଦନା ଜଣାଇଥିଲେ। ପ୍ରତ୍ୟେକ ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୫ହଜାର ଟଙ୍କାର ଚେକ ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ଲେଖାଏ ସେ ପ୍ରଦାନ କରିଥିଲେ। ଏହି ଅବସରରେ ସିଡିଏମଓ ଡ଼ ସ୍ନେହଲତା ସାହୁ, ପାଟଣାଗଡ ଉପଜିଲାପାଳ ଡ଼ ପୁଷ୍ପାଞ୍ଜଳି ପଣ୍ଡା, ଆସିଷ୍ଟାଣ୍ଟ କଲେକ୍ଟର କ୍ଷୀରୋଦ ଚନ୍ଦ୍ର ସାହୁ, ଉପଖଣ୍ଡ ମେଡିିକାଲ ଅଫିସର ଡ଼ ସୁବ୍ରତ ମେହେର, ସିଡିପିଓ ସୁଜାତା ଦୋରା, ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ସରିତା କୁଜୁର, ଚିନ୍ମୟ ପଧାନ, ସରପଞ୍ଚ ଦେବରାଜ ପଧାନ, ପଞ୍ଚାୟତ ନିର୍ବାହୀ ଅଧିକାରୀ ମୋହନ ବେହେରା ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଜିଲାପାଳ ରାଣାଙ୍କୁ ପଚାରିବାରୁ ଝାଡ଼ାବାନ୍ତି ନିୟନ୍ତ୍ରଣାଧୀନ ଅଛି। କାରଣ ଅନୁଧ୍ୟାନ ପାଇଁ ଗାଁରୁ ପାନୀୟ ଜଳର ନମୁନା ସଂଗ୍ରହ କରାଯାଇଛି। ଗାଁରେ ଆମ୍ବୁଲାନ୍ସ ଓ ସ୍ବାସ୍ଥ୍ୟସେବା ଦଳକୁ ନିୟୋଜିତ କରାଯାଇଛି ବୋଲି ସେ କହିଛନ୍ତି।ର କେତେକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ କୁମାରୀ, ବବୁଲୁଙ୍କ ସହ ୪ଜଣ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ରବିବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ କୁମାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସୋମବାର ସକାଳେ ଡାକ୍ତର ବବୁଲୁଙ୍କୁ ମୃତ ଘୋଷିତ କରିଥିଲେ। ଏବେ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ପାଟଣାଗଡରେ ଏବଂ ଅନ୍ୟ ୨୩ଜଣ ଘରେ ଚିକିତ୍ସିତ ହେଉଛନ୍ତି।
ସୋମବାର ସକାଳେ ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡ଼ା. ସୁରଜ ଦୀପଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ୍‌ ଦେଦର୍ହ ଗାଁରେ ପହଞ୍ଚି ଥିଲା। ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଓଷଧ ପ୍ରଦାନ କରାଯାଇଥିଲ। ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ନଳକୂପ, ଖୋଲାକୂପ ଓ ଜଳଯୋଗାଣ ପ୍ରକଳ୍ପ କୂପରେ ବ୍ଲିଚିଂ ପାଉଡର ପକାଯାଇଥିଲା। ଝାଡ଼ାବାନ୍ତି କିପରି ଅଧିକ ନ ବ୍ୟାପିବ ସେ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ଅପରାହ୍ନରେ ଜିଲାପାଳ ଚଞ୍ଚଳ ରାଣା ଦେଦର୍ହରେ ପହଞ୍ଚି ସ୍ଥାନୀୟ ସରପଞ୍ଚ, ଗ୍ରାମବାସୀ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ମୃତକଙ୍କ ଘରକୁ ଯାଇ ସମବେଦନା ଜଣାଇଥିଲେ। ପ୍ରତ୍ୟେକ ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୫ହଜାର ଟଙ୍କାର ଚେକ ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ଲେଖାଏ ସେ ପ୍ରଦାନ କରିଥିଲେ। ଏହି ଅବସରରେ ସିଡିଏମଓ ଡ଼ ସ୍ନେହଲତା ସାହୁ, ପାଟଣାଗଡ ଉପଜିଲାପାଳ ଡ଼ ପୁଷ୍ପାଞ୍ଜଳି ପଣ୍ଡା, ଆସିଷ୍ଟାଣ୍ଟ କଲେକ୍ଟର କ୍ଷୀରୋଦ ଚନ୍ଦ୍ର ସାହୁ, ଉପଖଣ୍ଡ ମେଡିିକାଲ ଅଫିସର ଡ଼ ସୁବ୍ରତ ମେହେର, ସିଡିପିଓ ସୁଜାତା ଦୋରା, ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ସରିତା କୁଜୁର, ଚିନ୍ମୟ ପଧାନ, ସରପଞ୍ଚ ଦେବରାଜ ପଧାନ, ପଞ୍ଚାୟତ ନିର୍ବାହୀ ଅଧିକାରୀ ମୋହନ ବେହେରା ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଜିଲାପାଳ ରାଣାଙ୍କୁ ପଚାରିବାରୁ ଝାଡ଼ାବାନ୍ତି ନିୟନ୍ତ୍ରଣାଧୀନ ଅଛି। କାରଣ ଅନୁଧ୍ୟାନ ପାଇଁ ଗାଁରୁ ପାନୀୟ ଜଳର ନମୁନା ସଂଗ୍ରହ କରାଯାଇଛି। ଗାଁରେ ଆମ୍ବୁଲାନ୍ସ ଓ ସ୍ବାସ୍ଥ୍ୟସେବା ଦଳକୁ ନିୟୋଜିତ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଇଟାଭାଟିରେ ୧୧ରେ ଶିଶୁ ଶ୍ରମିକ, ରାୟଗଡ଼ା ଜିଲା ପ୍ରଶାସନର ତନାଘନା

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅର୍ନ୍ତଗତ ଭାକୁରଗୁଡ଼ା ସ୍ଥିତ ଏକ ଇଟାଭାଟିରେ ବେଆଇନ ଭାବେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ ସାମ୍ନାକୁ ଆସିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri