Categories: ଜାତୀୟ

ଟେକ୍ସାସ ମେଡିକାଲ ଅଫିସରେ ବନ୍ଧକ: ଦୁଇ ମୃତ

ଅଷ୍ଟିନ,୨୭ା୧- ଟେକ୍ସାସର ଜଣେ ଡାକ୍ତରଙ୍କ ଅଫିସରେ ଦୁଇ ଜଣ ଦୁର୍ବୁତ୍ତ କିଛି ବ୍ୟକ୍ତିଙ୍କୁ ବନ୍ଧକ ରଖିଥିଲେ। ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସ୍ବାଟର ଏକ ଦଳକୁ ମଙ୍ଗଳବାର ରାତିରେ ଦୁଇ ଜଣଙ୍କ ମୃତ ଦେହ ମିଳିଛି। କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ପୂର୍ବରୁ ବନ୍ଧକଙ୍କୁ ଛାଡ଼ିବା ଲାଗି ଦୁଇ ଅପରାଧିଙ୍କ ସହ ମୂଳଚାଲ କରିଥିଲା ସ୍ଥାନୀୟ ପୋଲିସ। ତେବେ ବିଲ୍ଡିଂ ଭିତରେ କିଏ ଥିଲେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସ୍ବାଟ ଦଳ ଭିତରକୁ ଯିବା ପୂର୍ବରୁ ଅଷ୍ଟିନ ପୋଲିସ ଏକ ରୋବୋଟକୁ ପଠାଇ ପୀଡ଼ିତଙ୍କୁ ଚିହ୍ନଟ କରିଥିଲା। ପୋଲିସ କିମ୍ବା ପ୍ରଶାସନ ପକ୍ଷରୁ ଏ ଘଟଣା ସମ୍ପର୍କରେ କୌଣସି ଅତିରିକ୍ତ ସୂଚନା ଦିଆଯାଇ ନାହିଁ।

Share