Categories: ଜାତୀୟ

ଗୁଜରାଟରେ ବିଷାକ୍ତ ମଦ ନେଲା ୨ ଜୀବନ, ତଦନ୍ତ ଦାବି କଲେ ପରିବାର ଲୋକେ

ଅହମ୍ମଦାବାଦ,୨୯।୧୧: ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜରାଟ ଜୁନାଗଡ ଜିଲାରେ ଘଟିଛି ଅଘଟଣ। ବିଷାକ୍ତ ମଦ ପିଇ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏହାକୁ ନେଇ ରାଜନୀତିକ ବାତାବରଣ ସୃଷ୍ଟି ହୋଇଛି। ସୋମବାର ରାଫିକ ଘୋଗାରୀ ଏବଂ ତାଙ୍କ ସାଙ୍ଗ ମଦ୍ୟପାନ କରିଥିଲେ। ଏହାପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ତୁରନ୍ତ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଖାନା ଯିବା ବାଟରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ
ସିଭିଲ ହସ୍ପିଟାଲକୁ ପଠାଇଛି। ସୂଚନା ପାଇବା ପରେ ବିଧାୟକ ଭିଖା ଗାଲାଜୋସି ତୁରନ୍ତ ଡାକ୍ତରଖାନାରେ ପହଞ୍ଚିଥିଲେ। ଏହାସହ ମୃତକଙ୍କ ପରିବାର ମଧ୍ୟ ଡାକ୍ତରଖାନାରେ ପହଞ୍ଚି ଘଟଣାର ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି।

Share