ତୁଳସୀ କ୍ଷେତ୍ରରେ ୨ଦିନ ରଥଟଣା

କେନ୍ଦ୍ରାପଡ଼ା,୭ା୭(ଜଗନ୍ନାଥ ଧଳ)ତୁଳସୀ କ୍ଷେତ୍ରରେ ଆସନ୍ତା ୭ ଓ ୮ ଦୁଇଦିନ ଧରି ଶ୍ରଦ୍ଧାଳୁ ଶ୍ରୀବ୍ରହ୍ମ ତାଳଧ୍ୱଜ ରଥ ଟାଣିବେ ା ଏଥିପାଇଁ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ରଥ ପ୍ରସ୍ତୁତି ଶେଷ ହୋଇଛି ା ଚଳିତ ବର୍ଷ ନୀତି ନିର୍ଘଣ୍ଟ ଅନୁଯାୟୀ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ରବିବାର ଶ୍ରଦ୍ଧାଳୁ ପାଇବେ। ଅପରାହ୍ନ ୩ଟାରେ ବ୍ରହ୍ମ ତାଳଧ୍ୱଜ ରଥରେ ନେତ ବନ୍ଧା ହେବା ସହ ରଥ ପ୍ରତିଷ୍ଠା ହେବ ା ଏସମ୍ପର୍କରେ ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ କହିଛନ୍ତି, ତୁଳସୀ କ୍ଷେତ୍ରରେ ଶ୍ରୀଜୀଉଙ୍କ ରୀତିନୀତିରେ କିଛିଟା ଭିନ୍ନତା ଥିଲେ ମଧ୍ୟ ଜଗନ୍ନାଥ ସଂସ୍କୃତିକୁ ଅନୁକରଣ କରାଯାଉଛି ା ଶ୍ରୀଜୀଉ ମଣି ବିଗ୍ରହ ହୋଇଥିବାରୁ ନବ କଳେବର ସମ୍ପର୍ଣ୍ଣ ହୁଏ ନାହିଁ ା ଏହାବ୍ୟତୀତ ବ୍ରହ୍ମ ତାଳଧ୍ୱଜ ରଥରେ ଶ୍ରୀଜୀଉ ରଥାରୁଢ଼ ହେବପରେ ମାତ୍ର ୧୦୦ ମିଟର ମଧ୍ୟରେ ପ୍ରଥମ ଦିନ ଯାତ୍ରା କରିଥାନ୍ତି ା ପରଦିନ ଏହି ରଥଯାତ୍ରା ସମ୍ପର୍ଣ୍ଣ ହୁଏ ା ସେହିପରି ଶ୍ରୀକ୍ଷେତ୍ରରେ ଗୋଟି ପହଣ୍ଡି ହୋଇ ରଥକୁ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ ହୁଅନ୍ତି ା ତେବେ ତୁଳସୀ କ୍ଷେତ୍ରରେ ଏକ ସଙ୍ଗରେ ବା ଧାଡି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଗମନ କରିଥାନ୍ତି ା ବାହୁଡ଼ା ପରଦିନ ଶ୍ରୀକ୍ଷେତ୍ରରେ ସୁନାବେଶ ଅନୁଷ୍ଠିତ ହୋଇଥାଏ ା ଏହି ସମୟରେ ଶ୍ରୀଜୀଉଙ୍କୁ ରଘୁନାଥ ବେଶ କରାଯାଏ ା
ରଥଯାତ୍ରାକୁ ନେଇ ସେବାୟତ ହିରଣ୍ୟ କୁମାର ପଣ୍ଡା କହିଛନ୍ତି, ରଥ ଅଘଟଣକୁ ନେଇ ଦୁଇଟି କଥା ଲୋକମୁଖରେ ଶୁଣାଯାଉଛି ା ୧୮୯୭ରେ ଝାଡ଼ାବାନ୍ତି ରୋଗ ବ୍ୟାପୀଥିଲା ା ସେହି ବର୍ଷ ରଥଯାତ୍ରାରେ ଶ୍ରୀଜୀଉଙ୍କ ମୁକୁଟର କିଛି ଅଂଶରେ ପୋଡିଯିବା, ମଣ୍ଡପରୁ ରଣା ସାପ ବାହାରିଥିଲା ା ଏହି ଘଟଣା ପରେ କିଛି ବଡ ଧରଣର ବିପଦ ଆସିବ ବୋଲି ସ୍ଥାନୀୟ ଲୋକଙ୍କୁ ସୂଚନା ମିଳିଥିଲା ା ସେହିପରି ୧୯୧୭ରେ ରଥ ଚକ ଭାଙ୍ଗିବା ଘଟଣା ଏବେ ବି ଜନମୁଖରେ ଅଛି ା ଏଥିସହିତ କରୋନା ସଂକ୍ରମଣ ପାଇଁ ୨୦୨୦ ଓ ୨୦୨୧ ଦୁଇ ବର୍ଷ ଧରି ରଥ ଟଣା ହୋଇ ପାରି ନାହିଁ ା ଆସନ୍ତା ରଥଯାତ୍ରା ସମ୍ପର୍କରେ ଦେବାୟତ ନରୋତ୍ତମ କର କହିଛନ୍ତି, ତୁଳସୀ କ୍ଷେତ୍ରରେ ଶ୍ରୀବଳଦେବଜୀଉ ଅଧିପତି ା ଏଠାରେ ଅନ୍ୟ କ୍ଷେତ୍ର ପରି ଶ୍ରୀଜୀଉ ୩ ରଥରେ ବିରାଜମାନ ହୁଅନ୍ତି ନାହିଁ ା ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥରେ ଚତୁର୍ଦ୍ଧାମୂର୍ତ୍ତି ବିରାଜିତ ହୁଅନ୍ତି। ପ୍ରତିବର୍ଷ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ା ମନ୍ଦିର ପ୍ରଶାସନ ସହିତ ସମସ୍ତ ସେବାୟତ ଓ କର୍ମଚାରୀଙ୍କ ମଧ୍ୟରେ ଏଥିପାଇଁ ଉତ୍ସାହ ଭରିଯାଇଛି ା ଜିଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି ା ରଥରେ ଶ୍ରୀଜୀଉଙ୍କ ଦର୍ଶନ ଓ ସେବାକୁ ନେଇ ବହୁ ଉତ୍ସାହିତ ଅଛୁ ବୋଲି ସେବାୟତମାନେ କହିଛନ୍ତି ା ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ଉପଜିଲାପାଳ ରବିନ୍ଦ୍ର କୁମାର ପ୍ରଧାନ କହିଛନ୍ତି, ରଥଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ା ରଥକୁ କାରିଗରମାନେ ଶେଷ ସ୍ପର୍ଶ ଦେଉଛନ୍ତି ା ମନ୍ଦିରରେ ଦୁଇଦିନ ଧରି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିବ ା ରଥ ଟଣା ଦୁଇଦିନ ଧରି ହେବାକୁ ଥିବାରୁ ଏହି କ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ା ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ା ଏଥିସହ ଯାତାୟତ ଓ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri