Categories: ବାଣିଜ୍ୟ

ଆଜିଠାରୁ ୨ ଦିନିଆ ଗ୍ଲୋବାଲ ସମ୍ମିଟ

ଭୁବନେଶ୍ୱର,୧୯।୨: ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ (ସ୍କିଲ୍‌ଡ ଇନ୍‌ ଓଡ଼ିଶା) ଏବଂ ନୂଆ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ୨ ଦିନିଆ ଗ୍ଲୋବାଲ ସମ୍ମିଟ ସୋମବାରଠାରୁ ଭୁବନେଶ୍ୱରର ମେ ଫେୟାର ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ହେଉଛି। ଏହି ୨ ଦିନିଆ ସମ୍ମିଳନୀରେ ୧୦୦ରୁ ଅଧିକ ବିଶିଷ୍ଟ ଶିଳ୍ପ ଉଦ୍ୟୋଗପତିଙ୍କ ସମେତ ୫୦୦ରୁ ଅଧିକ ପ୍ରତିନିଧିମଣ୍ଡଳୀ ଏବଂ ୧୦ରୁ ଅଧିକ ଦଳଗତ ଆଲୋଚନା ଭଳି କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଫେବୃଆରୀ ୧୯ ଏବଂ ୨୦ ତାରିଖରେ ଏହି ୨ ଦିନିଆ ଗ୍ଲୋବାଲ ସମ୍ମିଟ ଭୁବନେଶ୍ୱରଠାରେ ଆୟୋଜିତ ହେଉଛି।

Share