Posted inଜାତୀୟ

ନଡ୍ଡାଙ୍କ ଗସ୍ତକୁ କାଉଣ୍ଟର ଲାଗି ବିଜେଡିର ୨ ଦିନିଆ ସମ୍ମିଳନୀ

ଭୁବନେଶ୍ବର,୨୮।୯(ବ୍ୟୁରୋ): ରାଜ୍ୟରେ ଏବେ ରାଜନୈତିକ ଲଢ଼େଇ ଧୀରେ ଧୀରେ ବଢ଼ିବା ଆରମ୍ଭ କରିଛି। ଅନେକ ଦିନ ହେବ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିଜର କାର୍ଯ୍ୟକ୍ରମକୁ ସାମାନ୍ୟ ଶିଥିଳ ରଖିଥିବା ବେଳେ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏଥିଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତା ୨୯ ଏବଂ ୩୦ରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ନଡ୍ଡାଙ୍କ ଗସ୍ତକୁ ସଫଳକରି ଏଥିରୁ ବଡ଼ ରାଜନୈତିକ ଫାଇଦା ଉଠାଇବା ସକାଶେ ଭାଜପାର ରାଜ୍ୟ ନେତୃବୃନ୍ଦ ଜୋର୍‌ଦାର କସରତ ଚଳାଇଛନ୍ତି। ଜନତା ମଇଦାନଠାରେ ୨୫ ହଜାର କାର୍ଯ୍ୟକର୍ତ୍ତାଙ୍କୁ ଏକାଠି କରାଇବାକୁ ଭାଜପା ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଛି। ଅପରପକ୍ଷେ ଭାଜପା କାର୍ଯ୍ୟକ୍ରମକୁ କାଉଣ୍ଟର କରିବ ବିଜେଡି। ଏଥିଲାଗି ଶାସକ ଦଳ ନିଜର ନକ୍ସା ତିଆରି କରିଛି। ୨୯ରେ ଯୁବ ଓ ଛାତ୍ରଙ୍କ ଏକ କାର୍ଯ୍ୟକ୍ରମ କରିବାକୁ ସ୍ଥିର କରିଥିବା ବେଳେ ୩୦ରେ ବରମୁଣ୍ଡା ପଡ଼ିଆରେ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଲାଗି ଦଳ ନିଷ୍ପତ୍ତି ନେଇଛି।
ବିଜେଡି ଯୁବ କାର୍ଯ୍ୟାଳୟଠାରେ ଖବରଦାତା ସମ୍ମିଳନୀ ଜରିଆରେ ଦଳୀୟ କାର୍ଯ୍ୟକ୍ରମ ନେଇ ବିସ୍ତୃତ ସୂଚନା ଦିଆଯାଇଛି। ଏହି ଅବସରରେ ବିଧାୟକ ଅରୁଣ ସାହୁ କହିଛନ୍ତି, ୨୯ରେ ବରମୁଣ୍ଡା ପଡ଼ିଆରେ ଆୟୋଜନ ହେବାକୁ ଥିବା ବୈଠକରେ ସମସ୍ତ ଏମ୍‌ପି, ବିଧାୟକ ଏବଂ ଏମ୍‌ପି ଓ ଏମ୍‌ଏଲ୍‌ଏ ପ୍ରାର୍ଥୀ, ସମସ୍ତ ରାଜ୍ୟ ଯୁବ, ଛାତ୍ର ଓ ମହିଳା କମିଟିର ସଦସ୍ୟ, ଯୁବ, ଛାତ୍ର ଓ ମହିଳା ଜୋନ୍‌, ବ୍ଲକ, ଜିଲା ଏବଂ ୟୁଏଲ୍‌ବି ସଭାପତି ଏବଂ ଭୁବନେଶ୍ୱର ଓ କଟକର ବିସିଜେଡି କ୍ୟାମ୍ପସ୍‌ କମିଟି ସଦସ୍ୟ ଯୋଗଦେବେ। ସେହିପରି ୩୦ରେ ସକାଳ ୮ଟା ୩୦ରେ ଏମ୍‌ପି, ଏମ୍‌ଏଲ୍‌ଏ ଏବଂ ବିଧାୟକ ଓ ଏମ୍‌ପି ପ୍ରାର୍ଥୀ, ରାଜ୍ୟ ଅଫିସ ବିଅରର, ଜିଲା ସଭାପତି, ବ୍ଲକ ଏବଂ ୟୁଏଲ୍‌ବି ସଭାପତି, ଜିଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ଜିଲା ପରିଷଦ ସଦସ୍ୟ, ସମସ୍ତ ବ୍ଲକ ବିଜେଡି ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ, ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମେୟରଙ୍କ ସମେତ ସମସ୍ତ କର୍ପୋରେଟରଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି ବୋଲି ଅରୁଣ କହିଛନ୍ତି। ସେହିପରି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ବିଜେଡି ଲୋକଙ୍କ ବଳ। ଗାନ୍ଧୀ ଜୟନ୍ତୀରୁ ଜନସମ୍ପର୍କ ପଦଯାତ୍ରା ଦଳ ଆରମ୍ଭ କରିବ। ଅକ୍ଟୋବର ୨ରୁ ମାସେବ୍ୟାପୀ ଏହି କାର୍ଯ୍ୟକ୍ରମ ହେବ ବୋଲି ସେ ସୂଚିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁଦିନ ସକାଳେ ବାଜୁଥିବା ପେଁକାଳି ଏବେ  ବନ୍ଦ, ସଞ୍ଜୟଙ୍କୁ ଶିନ୍ଦେଙ୍କ କଟାକ୍ଷ…

ମୁମ୍ବାଇ,୧।୮ : ଶିବସେଦା ଏମ୍‌ପି ସଞ୍ଜୟ ରାଉତଙ୍କ ଗିରଫଦାରୀ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କଟାକ୍ଷ କରିଛନ୍ତି। ତାଙ୍କୁ ଶିନ୍ଦେ ପେଁକାଳି ବୋଲି କହିଛନ୍ତି। ଶିନ୍ଦେ...

୮୫ ପ୍ରତିଶତ ମୁସଲମାନ ପିଏଫଆଇ ନିଷିଦ୍ଧ ଘୋଷଣା ନେଇ ଖୁସି…

ନୂଆଦିଲ୍ଲୀ, ୨୯।୯ : ପସମାନ୍ଦା ମୁସଲିମ ବର୍ଗ ପକ୍ଷରୁ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)କୁ ନିଷିଦ୍ଧ ଘୋଷଣାକୁ ସ୍ବାଗତ କରାଯାଇଛି। ଏନେଇ ସେମାନେ ଖୁସି...

ଘର ବାହୁଡା ହୋଇପାରନ୍ତି ଶିବପାଲ

ଲକ୍ଷ୍ନୌ,୨୦।୯: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସୂଚନା ଦେଇଛନ୍ତି କି ତାଙ୍କ ଦାଦା ଶିବପାଲ ଯାଦବ ପୁଣିଥରେ ସମାଜବାଦୀ ପାର୍ଟି(ଏସ୍‌ପି)କୁ ଫେରିପାରନ୍ତି। କାରଣ...

ଆଇଇଡି ବିସ୍ଫୋରଣ ପରେ ଆଖିବୁଜା ଗୁଳି ବର୍ଷା କଲେ ଉଗ୍ରବାଦୀ: ୩ ଯବାନ ଶହୀଦ, ୪ ଗୁରୁତର

ଇମ୍ଫାଲ୍‌, ୩୦।୭: ଉଗ୍ରବାଦୀଙ୍କ ଆକ୍ରମଣରେ ଆସାମ ରାଇଫଲ୍ସ୍‌ର ୩ ଜଣ ଯବାନ ଶହୀଦ୍‌ ହୋଇଛନ୍ତି। ଏଥିରେ ୬ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା...

ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଖଟ୍ଟର

ଚଣ୍ଡିଗଡ଼,୨୭।୧୦: ହରିୟାଣା ବିଧାନସଭାର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ଲାଗି ଶପଥ ଗ୍ରହଣ କରଛନ୍ତି ଭାଜପା ନେତା ମନୋହର ଲାଲ ଖଟ୍ଟର। ରବିବାର ରାଜଭବନରେ ରାଜ୍ୟପାଳ...

ଅଗଷ୍ଟ ୧ରୁ ସଂଯୁକ୍ତ କିଷାନ ମୋର୍ଚ୍ଚାର ଦେଶବ୍ୟାପୀ ବିକ୍ଷୋଭ

ନୂଆଦିଲ୍ଲୀ,୩୦ା୪: ଚାଷୀଙ୍କୁ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି), ପେନ୍‌ସନ ଏବଂ ବିସ୍ତୃତ ଫସଲ ବୀମା ଯୋଜନା ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ...

୩୦% କମିଲା ସିବିଏସ୍‌ଇ ସିଲାବସ୍‌

ନୂଆଦିଲ୍ଲୀ,୭।୭: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ଏହାର ସିଲାବସ୍‌ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି।...

ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ କର୍ତାରପୁର ଯାତ୍ରାରେ ସାମିଲ ହେଲେନି ସିଦ୍ଧୁ

ଚଣ୍ଡିଗଡ଼, ୧୮।୧୧: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ନେତୃତ୍ୱରେ ତାଙ୍କ କ୍ୟାବିନେଟ ସହକର୍ମୀ, ବିଧାୟକ ଓ ସେମାନଙ୍କ ପରିବାର ସଦସ୍ୟମାନେ କର୍ତାରପୁର ସାହିବକୁ ଯାତ୍ରା...

Advertisement
Archives

Model This Week