Posted inଜାତୀୟ

ନଡ୍ଡାଙ୍କ ଗସ୍ତକୁ କାଉଣ୍ଟର ଲାଗି ବିଜେଡିର ୨ ଦିନିଆ ସମ୍ମିଳନୀ

ଭୁବନେଶ୍ବର,୨୮।୯(ବ୍ୟୁରୋ): ରାଜ୍ୟରେ ଏବେ ରାଜନୈତିକ ଲଢ଼େଇ ଧୀରେ ଧୀରେ ବଢ଼ିବା ଆରମ୍ଭ କରିଛି। ଅନେକ ଦିନ ହେବ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିଜର କାର୍ଯ୍ୟକ୍ରମକୁ ସାମାନ୍ୟ ଶିଥିଳ ରଖିଥିବା ବେଳେ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏଥିଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତା ୨୯ ଏବଂ ୩୦ରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ନଡ୍ଡାଙ୍କ ଗସ୍ତକୁ ସଫଳକରି ଏଥିରୁ ବଡ଼ ରାଜନୈତିକ ଫାଇଦା ଉଠାଇବା ସକାଶେ ଭାଜପାର ରାଜ୍ୟ ନେତୃବୃନ୍ଦ ଜୋର୍‌ଦାର କସରତ ଚଳାଇଛନ୍ତି। ଜନତା ମଇଦାନଠାରେ ୨୫ ହଜାର କାର୍ଯ୍ୟକର୍ତ୍ତାଙ୍କୁ ଏକାଠି କରାଇବାକୁ ଭାଜପା ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଛି। ଅପରପକ୍ଷେ ଭାଜପା କାର୍ଯ୍ୟକ୍ରମକୁ କାଉଣ୍ଟର କରିବ ବିଜେଡି। ଏଥିଲାଗି ଶାସକ ଦଳ ନିଜର ନକ୍ସା ତିଆରି କରିଛି। ୨୯ରେ ଯୁବ ଓ ଛାତ୍ରଙ୍କ ଏକ କାର୍ଯ୍ୟକ୍ରମ କରିବାକୁ ସ୍ଥିର କରିଥିବା ବେଳେ ୩୦ରେ ବରମୁଣ୍ଡା ପଡ଼ିଆରେ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଲାଗି ଦଳ ନିଷ୍ପତ୍ତି ନେଇଛି।
ବିଜେଡି ଯୁବ କାର୍ଯ୍ୟାଳୟଠାରେ ଖବରଦାତା ସମ୍ମିଳନୀ ଜରିଆରେ ଦଳୀୟ କାର୍ଯ୍ୟକ୍ରମ ନେଇ ବିସ୍ତୃତ ସୂଚନା ଦିଆଯାଇଛି। ଏହି ଅବସରରେ ବିଧାୟକ ଅରୁଣ ସାହୁ କହିଛନ୍ତି, ୨୯ରେ ବରମୁଣ୍ଡା ପଡ଼ିଆରେ ଆୟୋଜନ ହେବାକୁ ଥିବା ବୈଠକରେ ସମସ୍ତ ଏମ୍‌ପି, ବିଧାୟକ ଏବଂ ଏମ୍‌ପି ଓ ଏମ୍‌ଏଲ୍‌ଏ ପ୍ରାର୍ଥୀ, ସମସ୍ତ ରାଜ୍ୟ ଯୁବ, ଛାତ୍ର ଓ ମହିଳା କମିଟିର ସଦସ୍ୟ, ଯୁବ, ଛାତ୍ର ଓ ମହିଳା ଜୋନ୍‌, ବ୍ଲକ, ଜିଲା ଏବଂ ୟୁଏଲ୍‌ବି ସଭାପତି ଏବଂ ଭୁବନେଶ୍ୱର ଓ କଟକର ବିସିଜେଡି କ୍ୟାମ୍ପସ୍‌ କମିଟି ସଦସ୍ୟ ଯୋଗଦେବେ। ସେହିପରି ୩୦ରେ ସକାଳ ୮ଟା ୩୦ରେ ଏମ୍‌ପି, ଏମ୍‌ଏଲ୍‌ଏ ଏବଂ ବିଧାୟକ ଓ ଏମ୍‌ପି ପ୍ରାର୍ଥୀ, ରାଜ୍ୟ ଅଫିସ ବିଅରର, ଜିଲା ସଭାପତି, ବ୍ଲକ ଏବଂ ୟୁଏଲ୍‌ବି ସଭାପତି, ଜିଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ଜିଲା ପରିଷଦ ସଦସ୍ୟ, ସମସ୍ତ ବ୍ଲକ ବିଜେଡି ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ, ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମେୟରଙ୍କ ସମେତ ସମସ୍ତ କର୍ପୋରେଟରଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି ବୋଲି ଅରୁଣ କହିଛନ୍ତି। ସେହିପରି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ବିଜେଡି ଲୋକଙ୍କ ବଳ। ଗାନ୍ଧୀ ଜୟନ୍ତୀରୁ ଜନସମ୍ପର୍କ ପଦଯାତ୍ରା ଦଳ ଆରମ୍ଭ କରିବ। ଅକ୍ଟୋବର ୨ରୁ ମାସେବ୍ୟାପୀ ଏହି କାର୍ଯ୍ୟକ୍ରମ ହେବ ବୋଲି ସେ ସୂଚିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଜିମାଲି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

କଲ୍ୟାଣସିଂହପୁର,୧୫।୮(ଦୀପକ କୁମାର ପରିଡ଼ା): ବହୁ ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ ୮୦ତମ ସ୍ବଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ…

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri