Posted inଫୁରସତ

୨ କୋଟିର ନେଲ୍‌ପଲିଶ୍‌

ଆଜିକାଲି ସମସ୍ତେ ସୌନ୍ଦର୍ଯ୍ୟ ସଚେତନ। ତେଣୁ ବ୍ରାଣ୍ଡେଡ ଓ ଦାମୀ ବିଉଟି ପ୍ରଡକ୍ଟର ଆଦର ଦିନକୁ ଦିନ ବଢିବାରେ ଲାଗିଛି। ହେଲେ ଏମିତି ବି କିଛି ବିଉଟି ପ୍ରଡକ୍ଟ ଅଛି ଯାହାକୁ କିଣିବା ସାତ ସପନ। ସେଥିମଧ୍ୟରେ ଗୋଟିଏ ହେଉଛି ଏଜାଟୁର ନେଲପଲିଶ୍‌। ଏହି ନେଲ୍‌ପଲିଶର ମୂଲ୍ୟ ଏତେ ଯେ, ବଡ଼ ବଡ଼ ଧନୀ ମହିଳା ବି ଏହାକୁ କିଣିପାରିବେ ନାହିଁ। ନଖର ସୌନ୍ଦର୍ଯ୍ୟ ବଢାଉଥିବା ଉକ୍ତ ନେଲ୍‌ପଲିଶ୍‌ର ଛୋଟିଆ ବୋତଲର ମୂଲ୍ୟ ହେଉଛି ୨ କୋଟି ଟଙ୍କାରୁ ଅଧିକ। ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ। ତେଣୁ ଏଜାଟୁର ନେଲ୍‌ପଲିଶ୍‌କୁ ପୃଥିବୀର ସବୁଠୁ ଦାମୀ ନେଲ୍‌ପଲିଶ୍‌ର ମାନ୍ୟତା ମିଳିଛି। ଏହାକୁ ଲସଆଞ୍ଜେଲିସ୍‌ର ଡିଜାଇନର୍‌ ଏଜାଟୁର ପୋଗୋସିୟନ୍‌ ପ୍ରସ୍ତୁତ କରିଛନ୍ତି। ଏଜାଟୁର୍‌ ବ୍ରାଣ୍ଡ ବିଭିନ୍ନ ରଙ୍ଗର ନେଲ୍‌ ପଲିଶ୍‌ ତିଆରି କରିଛି। ହେଲେ ଏହାର କଳା ରଙ୍ଗର ନେଲ୍‌ପଲିଶ୍‌୍‌ ହେଉଛି ସବୁଠାରୁ ମହଙ୍ଗା। ଏହାର ଯେତିକି ମୂଲ୍ୟ ସେଥିରେ ବଙ୍ଗଳା, ଏକାଧିକ ଲକ୍‌ଜୁରୀୟସ୍‌ ଗାଡି କିଣିହେବ। ତେବେ ଏହାର ମୂଲ୍ୟ ଏତେ ଅଧିକ ହେବା ପଛର କାରଣ ହେଉଛି, ବ୍ଲାକ୍‌ ଏଜାଟୁର୍‌ ନେଲ୍‌ପଲିଶ୍‌ ତିଆରି କରିବା ପାଇଁ ବ୍ଲାକ୍‌ ଡାଇମଣ୍ଡର ବ୍ୟବହାର ହୋଇଛି। ୧୫୦ମି.ଲି. ଉକ୍ତ ନେଲ୍‌ପଲିଶ୍‌କୁ ଆଜିପର୍ଯ୍ୟନ୍ତ କେବଳ ୨୫ ଜଣ ହିଁ କିଣିବାକୁ ସକ୍ଷମ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri