Posted inଫୁରସତ

୨ କୋଟିର ନେଲ୍‌ପଲିଶ୍‌

ଆଜିକାଲି ସମସ୍ତେ ସୌନ୍ଦର୍ଯ୍ୟ ସଚେତନ। ତେଣୁ ବ୍ରାଣ୍ଡେଡ ଓ ଦାମୀ ବିଉଟି ପ୍ରଡକ୍ଟର ଆଦର ଦିନକୁ ଦିନ ବଢିବାରେ ଲାଗିଛି। ହେଲେ ଏମିତି ବି କିଛି ବିଉଟି ପ୍ରଡକ୍ଟ ଅଛି ଯାହାକୁ କିଣିବା ସାତ ସପନ। ସେଥିମଧ୍ୟରେ ଗୋଟିଏ ହେଉଛି ଏଜାଟୁର ନେଲପଲିଶ୍‌। ଏହି ନେଲ୍‌ପଲିଶର ମୂଲ୍ୟ ଏତେ ଯେ, ବଡ଼ ବଡ଼ ଧନୀ ମହିଳା ବି ଏହାକୁ କିଣିପାରିବେ ନାହିଁ। ନଖର ସୌନ୍ଦର୍ଯ୍ୟ ବଢାଉଥିବା ଉକ୍ତ ନେଲ୍‌ପଲିଶ୍‌ର ଛୋଟିଆ ବୋତଲର ମୂଲ୍ୟ ହେଉଛି ୨ କୋଟି ଟଙ୍କାରୁ ଅଧିକ। ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ। ତେଣୁ ଏଜାଟୁର ନେଲ୍‌ପଲିଶ୍‌କୁ ପୃଥିବୀର ସବୁଠୁ ଦାମୀ ନେଲ୍‌ପଲିଶ୍‌ର ମାନ୍ୟତା ମିଳିଛି। ଏହାକୁ ଲସଆଞ୍ଜେଲିସ୍‌ର ଡିଜାଇନର୍‌ ଏଜାଟୁର ପୋଗୋସିୟନ୍‌ ପ୍ରସ୍ତୁତ କରିଛନ୍ତି। ଏଜାଟୁର୍‌ ବ୍ରାଣ୍ଡ ବିଭିନ୍ନ ରଙ୍ଗର ନେଲ୍‌ ପଲିଶ୍‌ ତିଆରି କରିଛି। ହେଲେ ଏହାର କଳା ରଙ୍ଗର ନେଲ୍‌ପଲିଶ୍‌୍‌ ହେଉଛି ସବୁଠାରୁ ମହଙ୍ଗା। ଏହାର ଯେତିକି ମୂଲ୍ୟ ସେଥିରେ ବଙ୍ଗଳା, ଏକାଧିକ ଲକ୍‌ଜୁରୀୟସ୍‌ ଗାଡି କିଣିହେବ। ତେବେ ଏହାର ମୂଲ୍ୟ ଏତେ ଅଧିକ ହେବା ପଛର କାରଣ ହେଉଛି, ବ୍ଲାକ୍‌ ଏଜାଟୁର୍‌ ନେଲ୍‌ପଲିଶ୍‌ ତିଆରି କରିବା ପାଇଁ ବ୍ଲାକ୍‌ ଡାଇମଣ୍ଡର ବ୍ୟବହାର ହୋଇଛି। ୧୫୦ମି.ଲି. ଉକ୍ତ ନେଲ୍‌ପଲିଶ୍‌କୁ ଆଜିପର୍ଯ୍ୟନ୍ତ କେବଳ ୨୫ ଜଣ ହିଁ କିଣିବାକୁ ସକ୍ଷମ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri