Categories: ଜାତୀୟ

୨ କୋଟି ୟୁଜର୍ସଙ୍କ ଗୁପ୍ତ ତଥ୍ୟ ୩୦ ଲକ୍ଷରେ ଡାର୍କ ଓ୍ବେବ୍‌ରେ ବିକ୍ରି

ନୂଆଦିଲ୍ଲୀ,୯।୧୧: ଅନ୍‌ଲାଇନ୍‌ରେ ୨ କୋଟି ୟୁଜର୍ସଙ୍କ ଗୁପ୍ତତଥ୍ୟ ଚୋରି ହୋଇଥିବା ନେଇ ରିପୋର୍ଟ ସାଇବର ଇଣ୍ଟେଲଜେନ୍ସ୍‌ କମ୍ପାନୀ ସାଇବେଲ ପକ୍ଷରୁ ପ୍ରକାଶ ପାଇଛି। ହ୍ୟାକର ଗ୍ରୋସରୀ କମ୍ପାନୀ ବିଗ୍‌ ବାସ୍କେଟର ଡାଟାବେସ୍‌ରୁ ୧୫ ଜିବି ଫାଇଲ୍‌ ଚୋରି କରି ଏହାକୁ ୩୦ ଲକ୍ଷ ଟଙ୍କାରେ ଡାର୍କ ଓ୍ବେବ୍‌କୁ ବିକ୍ରି କରିଥିବା ସାଇବେଲ କହିଛି। ୟୁଜର୍ସଙ୍କ ଗୁପ୍ତ ତଥ୍ୟ ଲିକ୍‌ ହୋଇଥିବା ଜଣାପଡ଼ିବା ପରେ ବିଗ୍‌ ବାସ୍କେଟ ପକ୍ଷରୁ ବେଙ୍ଗାଲୁରୁ ସାଇବର କ୍ରାଇମ୍‌ ସେଲ୍‌ରେ ଏନେଇ ମାମଲା ଦାଏର କରାଯାଇଛି। ଲିକ୍‌ ହୋଇଥିବା ଗୁପ୍ତ ତଥ୍ୟ ମଧ୍ୟରେ ୟୁଜର୍ସଙ୍କ ନାମ, ଜନ୍ମ ତାରିଖ, ଇ-ମେଲ୍‌, ମୋବାଇଲ୍‌ ନମ୍ବର, ଠିକଣା, ତାଙ୍କର ଲୋକେସନ ଏବଂ ଲଗ୍‌ ଇନ୍‌ର ଆଇପି ଆଡ୍ରେସ୍‌ ଆଦି ରହିଥିବା ସାଇବେଲ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୟୁଜର୍ସଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ସୁରକ୍ଷିତ ରହିଥିବା କୁହାଯାଉଛି।

Share