୨ କୋଟିର ଫେରୋକ୍ରୋମ ଜବତ, ୬ ଗିରଫ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ଓଡ଼ିଶାରୁ କୋଟି କୋଟି ଟଙ୍କାର ଫେରୋକ୍ରୋମ ଚୋରି କରାଯାଇ ବାହାର ରାଜ୍ୟକୁ ଚାଲାଣ ହେଉଛି। ଏଥିରେ ସମ୍ପୃକ୍ତ ଏକ ଆନ୍ତଃରାଜ୍ୟ ର଼୍ୟାକେଟକୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଧରିଛି। କଟକର ଟାଙ୍ଗୀ, ମଙ୍ଗୁଳି ସମେତ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ଫେରୋକ୍ରୋମ ଜବତ କରିବା ସହ ୩ ମାମଲା ରୁଜୁ କରି ୬ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ଅଜିତ୍‌ ଗୁପ୍ତା, ସନ୍ତୋଷ କୁମାର ବର୍ମା, ବବଲି ଗୁପ୍ତା, କୁଣ୍ଡନ ପଶୱାନ୍‌, ନନ୍ଦ କିଶୋର ସିଂହ ଏବଂ ରାଧେଶ୍ୟାମ ଗୁପ୍ତା। ସେମାନଙ୍କ ନିକଟରୁ ପ୍ରାୟ ୨୧୪ ଟନ୍‌ର ଚୋରା ଫେରୋକ୍ରୋମ ଜବତ କରାଯାଇଛି। ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨କୋଟି ଟଙ୍କା ହେବ। ସେହିଭଳି ଏହି କାରବାରରେ ବ୍ୟବହୃତ ତିନୋଟି ଟ୍ରକ୍‌, ଜେନେରେଟର୍‌ ସେଟ୍‌, ଇଲେକ୍ଟ୍ରି ସିୟୁଇଙ୍ଗ୍‌ ମେଶିନ ଆଦି ଜବତ କରାଯାଇଛି। ଏହି ର଼୍ୟାକେଟର ଚେର ଆନ୍ଧ୍ରପଦେଶ, କୋଲକାତା ଓ ଝାଡଖଣ୍ଡକୁ ଲମ୍ବିଥିବା ସେମାନଙ୍କୁ ପଚରାଉଚରାବେଳେ ଜଣାପଡିଛି। ତେବେ ଏହି ର଼୍ୟାକେଟରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଜାଣିବାକୁ ତଦନ୍ତ ଜାରି ରହିଥିବା ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ବନ୍ଦର ଦେଇ ଦେଶ ବାହାରକୁ ଫେରୋକ୍ରୋମ୍‌ ରପ୍ତାନୀ କରାଯାଉଛି। ମୁଖ୍ୟତଃ ଜାପାନ, କୋରିଆ ଆଦି ଦେଶକୁ ଓଡ଼ିଶାରୁ ଯାଉଥିବା ଫେରୋକ୍ରୋମକୁ ଟ୍ରକ୍‌ ମାଧ୍ୟମରେ ବନ୍ଦରରେ ପହଞ୍ଚାଯାଉଛି। ହେଲେ ର଼୍ୟାକେଟରେ ସମ୍ପୃକ୍ତ ଅଭିଯୁକ୍ତମାନେ ଅଧା ରାସ୍ତାରୁ ଟ୍ରକ୍‌ରୁ ଫେରୋକ୍ରମ ଚୋରି କରିନେବା ପରେ ନିଜ ଟ୍ରକ୍‌ରେ ରାଜ୍ୟ ବାହାରକୁ ପଠାଇଥାନ୍ତି। ଏଥିରୁ ବହୁ କୋଟି ଟଙ୍କା ରୋଜଗାର କରିଥାନ୍ତି। କିଛିଦିନ ତଳେ ଏସ୍‌ଟିଏଫ୍‌ ଏହି ଏହି ର଼୍ୟାକେଟ ସମ୍ପର୍କରେ ଜାଣିବାକୁ ପାଇବା ପରେ ଏହା ଉପରେ ନଜର ରଖିଥିଲା। ଗତ ଦୁଇଦିନ ଧରି ଏସ୍‌ଟିଏଫ୍‌ ଟିମ୍‌ କଟକର ଟାଙ୍ଗୀ ଓ ମୁଙ୍ଗୁଳି ଅଞ୍ଚଳରେ ଚଢାଉ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri