ବଜ୍ରପାତରେ ୨ ଗାଈ ମୃତ, ମହିଳା ଗୁରୁତର

କୋରୁକୋଣ୍ଡା,୩ା୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ କିଛିଦିନ ପ୍ରବଳ ଗରମ ହେବା ପରେ ମଙ୍ଗଳବାରଠାରୁ କେତେକ ସ୍ଥାନରେ ବିଜୁଳି ଘଡ଼ଘଡି ସହ ବର୍ଷା ହେବାରେ ଲାଗିଛି। ବୁଧବାର କୋରୁକୋଣ୍ଡା ବ୍ଲକ ଅଧିନସ୍ଥ ଡୁଡା ମେଟା ପଞ୍ଚାୟତ ଅଧିନସ୍ଥ କୋୟାଗୁଡ଼ାର ମୁକା ମାଡ଼କାମୀଙ୍କ ସ୍ତ୍ରୀ ମୁକେ ମାଡ଼କାମୀ ନିଜର ଦୁଇଟି ଗାଈ ନେଇ ଗ୍ରାମପାଖ ପଡ଼ିଆକୁ ଚରାଇବାକୁ ଯାଇଥିଲେ। ଆଜି ଦିନ ଦ୍ୱିପହରେ ବର୍ଷା ହେବା ସହିତ ଜୋରରେ ବିଜୁଳି ଘଡ଼ଘଡି ମାରିଥିଲା। ମୁକେ ବର୍ଷା ଦେଖି ଘରକୁ ଫେରୁଥିବା ସମୟରେ ବଜ୍ରପାତ ହୋଇଥିଲା। ଫଳରେ ଗାଈ ଦୁଇଟିଙ୍କର ମୃତ୍ୟୁ ହୋଇଥିବା ବେଳେ ସେ ଗୁରୁତର ହୋଇଛନ୍ତି। ମୁକେଙ୍କୁ ଗୁରୁତର ପ୍ରଥମେ କୋରୁକୋଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପରେ ଅଧିକ ଚିକିତ୍ସ ପାଇଁ ମାଲକାନଗିରି ଜିଲା ମୁଖ୍ୟାଳୟକୁ ନିଆଯାଇଛି।