Posted inଜାତୀୟ

୨ ଖଣ୍ଡପୀଠ ମୁହାଁମୁହିଁ

ନୂଆଦିଲ୍ଲୀ,୩୦ା୮: ଜାତୀୟ ରାଜଧାନୀ ଦିଲ୍ଲୀର ପରିବେଶ ସମ୍ବେଦନଶୀଳ ଜୋନ୍‌ ରିଜ୍‌ ଅଞ୍ଚଳରେ ଅନଧିକୃତ ଗଛକଟା ପ୍ରସଙ୍ଗରେ ୨ଟି ଅନୁରୂପ ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ଦୁଇ ପୃଥକ୍‌ ବେଞ୍ଚ ମୁହାଁମୁହିଁ ହୋଇଛନ୍ତି। ଏହି ବିବାଦ ଗତ ମାସରେ ସାମ୍ନାକୁ ଆସିଥିଲା। ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ (ଡିଡିଏ) ବିରୋଧରେ ଆଗତ ଅଦାଲତ ଅବମାନନା ଅଭିଯୋଗର ବିଭିନ୍ନ ଦିଗ ଉପରେ ଶୁଣାଣି ପାଇଁ ୨ ଖଣ୍ଡପୀଠ ମାମଲାକୁ ତାଲିକାଭୁକ୍ତ କରିଥିଲେ। ଫଳରେ ନ୍ୟାୟିକ ଅଚଳାବସ୍ଥା ସୃଷ୍ଟି ହେବା ଆଶଙ୍କା ଉପୁଜିଥିଲା। ବିବାଦ ଏଡ଼ାଇବା ପାଇଁ ସିଜେଆଇ ଧନଞ୍ଜୟ ଓ୍ବାଇ. ଚନ୍ଦ୍ରଚୂଡ଼ ନିଜ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଜେ.ବି. ପର୍ଦିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବିଚାର ପାଇଁ ନିଷ୍ପତ୍ତି ନେଇଥିଲେ। ଗୁରୁବାର ଏହାର ଶୁଣାଣି ଆରମ୍ଭ ହୋଇଛି।
ଗତ ଏପ୍ରିଲ ୨୪ରେ ଜଷ୍ଟିସ୍‌ ବି.ଆର୍‌. ଗଭାଇ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ (ଫରେଷ୍ଟ ବେଞ୍ଚ) ଡିଡିଏ ବିରୋଧରେ ଟିଏନ୍‌ ଗୋଦାବର୍ମନ ଜଙ୍ଗଲ ସଂରକ୍ଷଣ ମାମଲାର ଶୁଣାଣି ଆରମ୍ଭ କରିଥିଲେ। ଏଥିସହ ଉପଯୁକ୍ତ ଅନୁମତି ନ ନେଇ ଗଛ କଟାଉଥିବା ଡିଡିଏ ଉପାଧ୍ୟକ୍ଷ ଶୁଭାଶିଷ ପଣ୍ଡାଙ୍କ ବିରୋଧରେ ଅବମାନନା ନୋଟିସ ଜାରି କରିଥିଲେ। ମେ’ରେ ଜଷ୍ଟିସ୍‌ ଅଭୟ ଏସ୍‌. ଓକା ଏବଂ ଉଜ୍ଜ୍ୱଳ ଭୂୟଁାଙ୍କୁ ନେଇ ଗଠିତ ଖଣ୍ଡପୀଠ ଡିଡିଏ ବିରୋଧରେ ଏକ ଭିନ୍ନ ଅବମାନନା ମାମଲା ବିଚାର ପାଇଁ ହାତକୁ ନେଇଥିଲେ। ଛତରପୁରରୁ ସାଉଥ୍‌ ଏସିଆନ୍‌ ୟୁନିଭର୍ସିଟି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଲାଗି ଗଛ କଟାଯାଉଥିବାରୁ ଡିଡିଏ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆବେଦନକାରୀ ବିନ୍ଦୁ କପୁରିଆ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣିବେଳେ ଜଷ୍ଟିସ୍‌ ଓକାଙ୍କ ଖଣ୍ଡପୀଠ ଗଛ କାଟିବା ନିର୍ଦ୍ଦେଶ ଦେବାରେ ଡିଡିଏ ଅଧ୍ୟକ୍ଷ ତଥା ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକ୍ସେନାଙ୍କ ସମ୍ପୃକ୍ତି ଉପରେ ପ୍ରଶ୍ନ କରିଥିଲେ। ଅବାରିତ ଭାବେ ଗଛକଟା ଚାଲିଥିବାରୁ ଶୀର୍ଷ ଅଦାଲତ ଡିଡିଏକୁ କଡ଼ା ସମାଲୋଚନା କରିଥିଲେ।
ଏହା ପୂର୍ବରୁ ମାର୍ଚ୍ଚରେ ସୁପ୍ରିମକୋର୍ଟ ଡିଡିଏକୁ ୧,୦୫୧ ଗଛ କାଟିବା ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲେ। ଅନୁମତି ଆବେଦନରେ କୌଣସି ସ୍ପଷ୍ଟତା ନ ଥିବା ସୁପ୍ରିମକୋର୍ଟ କହିଥିଲେ। ପରିବେଶ ସୁରକ୍ଷା କରିବା ଡିଡିଏର କର୍ତ୍ତବ୍ୟ ହୋଇଥିବାବେଳେ ଏହି ସଂସ୍ଥା ସରକାରଙ୍କ ହାତବାରିସି ସାଜିଥିବା କୋର୍ଟ ଭର୍ତ୍ସନା କରିଥିଲେ। ଜୁଲାଇ ୧୨ରେ ଜଷ୍ଟିସ୍‌ ଓକାଙ୍କ ଖଣ୍ଡପୀଠ ଗଛ କାଟିବାକୁ ଅନୁମତି ଦେଇଥିବା ଉପରାଜ୍ୟପାଳଙ୍କ ବିରୋଧରେ ଅବମାନନା ନୋଟିସ ଜାରି କରିବାକୁ ଚେତାବନୀ ଦେବା ସହ ଜୁଲାଇ ୩୧ରେ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଥିଲେ। ଅନ୍ୟପକ୍ଷେ ରାସ୍ତା ସଂକୀର୍ଣ୍ଣ ଥିବାରୁ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସେସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ (ସିଏପିଏଫ୍‌ଆଇଏମ୍‌ଏସ୍‌) ହସ୍ପିଟାଲ ଉଦ୍‌ଘାଟନ ବିଳମ୍ବିତ ହୋଇଛି। ତେଣୁ ରାସ୍ତାକୁ ୨୪ ମିଟର ପ୍ରଶସ୍ତ କରିବା ଆବଶ୍ୟକ ବୋଲି ଜୁଲାଇ ୨୪ରେ ଡିଡିଏ ଉପାଧ୍ୟକ୍ଷ ଶୁଭାଶିଷଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ବିକାଶ ସିଂ ଜଷ୍ଟିସ୍‌ ଗଭାଇଙ୍କ ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ। ଏହା ପୂର୍ବରୁ ଜଷ୍ଟିସ୍‌ ଓକାଙ୍କ ଖଣ୍ଡପୀଠ ଅବମାନନା ନୋଟିସ ଜାରି କରିଥିବା ବିଷୟ ଓକିଲ ଜଣାଇବାରୁ ଜଷ୍ଟିସ ଗଭାଇ ବିରକ୍ତି ଭାବ ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗରେ ଏପ୍ରିଲରେ ଆମ ଖଣ୍ଡପୀଠ ନୋଟିସ କରିଥିବାବେଳେ ଅନ୍ୟ ଏକ ଖଣ୍ଡପୀଠ ମାମଲାର ସମାନ୍ତରାଳ ଶୁଣାଣି ପାଇଁ କାହିଁକି ଆଗଭର ହେଲେ ବୋଲି ଗଭାଇ ପ୍ରଶ୍ନ କରିଥିଲେ। ଏକକାଳୀନ ୨ଟି ଖଣ୍ଡପୀଠ ସମାନ ପ୍ରସଙ୍ଗରେ ଶୁଣାଣି କଲେ ରାୟରେ ବିରୋଧାଭାସ ଦେଖାଦେବ ଏବଂ କୋର୍ଟଙ୍କ କର୍ତ୍ତୃତ୍ୱ ପ୍ରତି ଲୋକେ ଉପହାସ କରିବେ। ଅନ୍ୟ ଖଣ୍ଡପୀଠ ଏହି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ କରିବା ପୂର୍ବରୁ ସିଜେଆଇଙ୍କ ମତ ଲୋଡ଼ିବା ଆବଶ୍ୟକ ଥିଲା ବୋଲି ଗଭାଇ କହିଥିଲେ। ଦୁଇଟି ବିପରୀତଧର୍ମୀ ରାୟ ଏଡ଼ାଇବା ପାଇଁ ଗଭାଇ ସିଜେଆଇଙ୍କ ପାଖକୁ ମାମଲାର ଫାଇଲ ପଠାଇଦେଇଥିଲେ। ସିଜେଆଇ ଚନ୍ଦ୍ରଚୂଡ଼ ବିବାଦର ସମାଧାନ କରିବାକୁ ଯାଇ ୨ଟି ଯାକ ମାମଲା ନିଜ ଖଣ୍ଡପୀଠକୁ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri