୨ ଆମେରିକୀୟ ପ୍ରତିରକ୍ଷା କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଚାଇନା

ବେଜିଂ,୧୬।୨: ତାଇୱାନକୁ ଅସ୍ତ୍ର ବିକ୍ରି କରୁଥିବା ଆମେରିକାର ଦୁଇଟି ପ୍ରତିରକ୍ଷା କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି ଚାଇନା। ଚାଇନାର ବାଣିଜ୍ୟ ମନ୍ତ୍ରଣାଳୟ ଗୁରୁବାର କହିଛି, ଲକହିଡ ମାର୍ଟିନ କର୍ପ ଏବଂ ରାଇଥନ ଟେକ୍ନୋଲୋଜି କର୍ପକୁ ଅବିଶ୍ୱସନୀୟ ସଂସ୍ଥା ତାଲିକାରେ ସ୍ଥାନିତ କରାଯାଇଛି। ଏହି ପ୍ରତିବନ୍ଧକ ଚାଇନା ସହ ଜଡିତ ଆମଦାନୀ ଏବଂ ରପ୍ତାନି କାର୍ଯ୍ୟରେ ଲିପ୍ତ ରହିବା ଉପରେ ଲଗାଯାଇଛି।
ଏହାପୂର୍ବରୁ ଗତ ବର୍ଷ ଫେବୃଆରୀରେ ଚାଇନା ମଧ୍ୟ ତାଇୱାନକୁ ୧୦୦ ମିଲିୟନ ଡଲାର ମୂଲ୍ୟର ଅସ୍ତ୍ର ବିକ୍ରୟ ଉପରେ ଦୁଇଟି କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଚାଇନା ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଏହି ବିକ୍ରି ଚାଇନାର ପ୍ରତିରକ୍ଷା ସ୍ବାର୍ଥକୁ କ୍ଷୁର୍ଣ୍ଣ କରୁଛି ଏବଂ ତାଇୱାନରେ ସିନୋ-ଆମେରିକା ସମ୍ପର୍କ ଏବଂ ଶାନ୍ତି ଏବଂ ସ୍ଥିରତାକୁ ଗୁରୁତର ଭାବେ କ୍ଷତି ଘଟାଉଛି।

 

Share