Posted inଜାତୀୟ

୨ ପିଲା: ଅଧିକ ସୁବିଧା

ଲକ୍ଷ୍ନୌ, ୧୧।୭: ବିଶ୍ୱ ଜନସଂଖ୍ୟା ଦିବସର ଅବ୍ୟବହିତ ପୂର୍ବରୁ ଭାରତର ସବୁଠୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶ(ୟୁପି) ଜନସଂଖ୍ୟା ନିୟନ୍ତ୍ରଣ ଆଇନର ଚିଠା ବିଲ୍‌ ଆଣିଛି। ଉକ୍ତ ଚିଠା ବିଧେୟକର ବ୍ୟବସ୍ଥା ଅନୁଯାୟୀ ଯେଉଁମାନେ ଦୁଇ ସନ୍ତାନ ନୀତିକୁ ଉଲ୍ଲଂଘନ କରିବେ ସେମାନଙ୍କୁ ସରକାରୀ ଯୋଜନାର ସମସ୍ତ ସୁବିଧାରୁ ବଞ୍ଚତ୍ତ କରାଯିବା ସହ ରାଶନ କାର୍ଡ ୟୁନିଟ୍‌କୁ ୪ରେ ସୀମିତ କରାଯିବ। ଅର୍ଥାତ୍‌ ପରିବାରର କେବଳ ୪ ସଦସ୍ୟଙ୍କୁ ସରକାରଙ୍କ ପକ୍ଷରୁ ଗହମ, କିରୋସିନ ଆଦି ସାମଗ୍ରୀ ରିହାତିରେ ମିଳିବ। ଅନ୍ୟ ସଦସ୍ୟଙ୍କ ପାଇଁ ଦିଆଯିବ ନାହିଁ। ଜନସଂଖ୍ୟା ନୀତିର ଉଲ୍ଲଂଘନକାରୀ ସ୍ଥାନୀୟ ନିର୍ବାଚନ ଲଢ଼ିପାରିବେ ନାହିଁ। ସେମାନେ ସରକାରୀ ନିଯୁକ୍ତି ପାଇଁ ଆବେଦନ ସମେତ ୭୭ ପ୍ରକାର ସୁବିଧା ଓ ଯୋଜନାରୁ ବଞ୍ଚତ୍ତ ହେବେ। ଶନିବାର ଏହି ଚିଠା ବିଲ୍‌ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ରାଜ୍ୟ ଆଇନ କମିଶନଙ୍କ ଓ୍ବେବ୍‌ସାଇଟରେ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଏହି ବିଚିତ୍ର ନୀତି ଘୋଷଣା କରିବେ। ଗତ ମାସରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରାଜ୍ୟର ମୁସଲମାନ ଜନସଂଖ୍ୟା ନିୟନ୍ତ୍ରଣ ଲାଗି ଅନୁରୂପ ନୀତି ଆଣିବାକୁ ଘୋଷଣା କରି ବିବାଦୀୟ ହୋଇଥିଲେ। ଏବେ ୟୁପି ସରକାର ମଧ୍ୟ ଆସାମ ସରକାରଙ୍କୁ ଅନୁସରଣ କରିବାକୁ ଯାଉଛନ୍ତି। ବିଧାନସଭା ନିର୍ବାଚନକୁ ଆଉ ୮ ମାସ ବାକି ଥିବାବେଳେ ଯୋଗୀ ସରକାରଙ୍କ ଏହି ନୀତି ଭାଜପା ପାଇଁ ଘାତକ ସାଜିବ
ବୋଲି କୁହାଯାଉଛି। ଯୋଗୀ ସରକାର ୟୁପି ପପୁଲେଶନ କଣ୍ଟ୍ରୋଲ, ଷ୍ଟାବିଲାଇଜେଶନ୍‌ ଆଣ୍ଡ୍‌ ଓ୍ବେଲ୍‌ଫେୟାର ବିଲ୍‌ର ଚିଠା ଜାରି କରିଛନ୍ତି। ଉକ୍ତ ଚିଠା ଅନୁସାରେ ପରିବାରରେ ମା’ବାପା ୨ରୁ ଅଧିକ ସନ୍ତାନ ଜନ୍ମ କରିପାରିବେ ନାହିଁ। ଯଦି କରିବେ ତେବେ ଅନେକ ସରକାରୀ ସୁବିଧାରୁ ବାଦ୍‌ ପଡ଼ିବେ। ଅନ୍ୟପକ୍ଷରେ ଯେଉଁମାନେ ଦୁଇ ସନ୍ତାନ ନୀତି ପାଳନ କରିବେ, ସେମାନେ କେତେକ ସୁବିଧା ପାଇବା ଲାଗି ଯୋଗ୍ୟ ବିବେଚିତ ହେବେ। ଏହି ସୁବିଧାଗୁଡ଼ିକ ହେଲା ଚାକିରି କାଳ ମଧ୍ୟରେ ସେମାନଙ୍କର ବେତନ ଅଧିକ ଦୁଇଥର ବୃଦ୍ଧି କରାଯିବ, ପ୍ଲଟ୍‌ କିମ୍ବା ଘର କିଣିବା ବେଳେ କମ୍‌ ସୁଧରେ ଋଣ ପାଇବେ, ଉପଯୋଗିତା ଶୁଳ୍କ ଉପରେ ରିହାତି ପାଇବେ ଏବଂ ଜାତୀୟ ପେନ୍‌ସନ ଯୋଜନାରେ ସେମାନଙ୍କ ଇପିଏଫ୍‌ରେ ୩ ପ୍ରତିଶତ ବୃଦ୍ଧି କରାଯିବ। ଏହାବାଦ୍‌ ଯେଉଁ ଦମ୍ପତି ମାତ୍ର ଗୋଟିଏ ସନ୍ତାନରେ ପରିବାର ନିୟୋଜନ କରିବେ ସେମାନଙ୍କ ପାଇଁ କେତେକ ସ୍ବତନ୍ତ୍ର ସୁବିଧା ଯୋଗାଇ ଦିଆଯିବ ବୋଲି ଚିଠା ବିଲ୍‌ରେ ଉଲ୍ଲେଖ କରାଯାଇଛି। ସ୍ବତନ୍ତ୍ର ସୁବିଧା ମଧ୍ୟରେ ରହିଛି ମାଗଣା ସ୍ବାସ୍ଥ୍ୟସେବା, ସନ୍ତାନ ୨୦ ବର୍ଷ ପର୍ଯ୍ୟନ୍ତ ହେବା ଯାଏ ମାଗଣା ବୀମା ସୁବିଧା, ଆଇଆଇଏମ୍‌, ଏଆଇଆଇଏମ୍‌ଏସ୍‌ ଆଦି ସମସ୍ତ ଶିକ୍ଷାନୁଷ୍ଠାନରେ ନାମଲେଖାରେ ଅଗ୍ରାଧିକାର, ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା ଏବଂ କନ୍ୟାସନ୍ତାନ ହୋଇଥିଲେ ଉଚ୍ଚଶିକ୍ଷା ପାଇଁ ବୃତ୍ତି। ଏହା ବ୍ୟତୀତ ସରକାରୀ ଚାକିରିରେ ମଧ୍ୟ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ।
ରାଜ୍ୟ ଆଇନ କମିଶନ ପକ୍ଷରୁ ଉକ୍ତ ଚିଠା ବିଲ୍‌ ପ୍ରସ୍ତୁତ କରାଯାଇ ଜନସାଧାରଣଙ୍କଠାରୁ ଏହା ଉପରେ ପ୍ରସ୍ତାବ ଓ ମତାମତ ଲୋଡ଼ାଯାଇଛି। ପ୍ରସ୍ତାବ ଓ ମତାମତ ପଠାଇବାର ଶେଷ ତାରିଖ ଜୁଲାଇ ୧୯ ରଖାଯାଇଥିବା ଆଇନ କମିଶନ ଅଧ୍ୟକ୍ଷ ଜଷ୍ଟିସ୍‌ ଏ.ଏନ୍‌. ମିତ୍ତଲ ସୂଚନା ଦେଇଛନ୍ତି। ଯେଉଁମାନେ ଦୁଇସନ୍ତାନ ନିୟମାବଳୀ ଆଇନ ପରିସର ମଧ୍ୟରେ ଆସିବେ କେବଳ ସେହିମାନେ ଉପରୋକ୍ତ ସୁବିଧା ପାଇବେ ବୋଲି ଚିଠା ବିଲ୍‌ରେ ସ୍ପଷ୍ଟ କରାଯାଇଛି। ଅଗଷ୍ଟ ସୁଦ୍ଧା ଉକ୍ତ ବିଲ୍‌ ପ୍ରସ୍ତୁତ ହୋଇଯିବ ବୋଲି ଜଷ୍ଟିସ ମିତ୍ତଲ କହିଛନ୍ତି। ଚିଠା ବିଲ୍‌ରେ ବହୁପତ୍ନୀ ଓ ବହୁସ୍ବାମୀ ବ୍ୟବସ୍ଥା ଉପରେ ମଧ୍ୟ କଟକଣା ରହିବ। କେତେକ କ୍ଷେତ୍ରରେ ଧର୍ମ କିମ୍ବା ପର୍ସନାଲ ଲ’ ବହୁପତ୍ନୀ ଅଥବା ବହୁସ୍ବାମୀ ବିବାହକୁ ଅନୁମତି ଦେଉଥିଲାବେଳେ ଏହାକୁ ବିବାହିତ ଯୋଡ଼ି (ଜଣେ ପୁରୁଷ ଓ ଜଣେ ମହିଳା)ରେ ସୀମିତ କରାଯାଇପାରେ। ଉଦାହରଣ ସ୍ବରୂପ ବ୍ୟକ୍ତି ଜଣକ (ଏ) ଯଦି ୩ ମହିଳା (ବି, ସି ଏବଂ ଡି)ଙ୍କୁ ବିବାହ କରିଥାନ୍ତି, ତେବେ ଏ-ବି, ଏ-ସି ଏବଂ ଏ-ଡି ତିନୋଟି ଅଲଗା ଦମ୍ପତି ଭାବେ ଗଣାଯିବେ। ତେବେ ୩ ସ୍ତ୍ରୀଙ୍କ ସମସ୍ତ ପିଲାଙ୍କୁ ସ୍ବାମୀ ଏ’ଙ୍କ ସନ୍ତାନ ଭାବେ ହିସାବ କରାଯିବ। ଅନ୍ୟପକ୍ଷରେ ପର୍ସନାଲ ଲ’ର ବହୁସ୍ବାମୀ ବ୍ୟବସ୍ଥା ଅନୁଯାୟୀ ଯଦି ‘ବି’ ନାମକ ମହିଳାଙ୍କର ଏ ଏବଂ ସି ଦୁଇଜଣ ସ୍ବୀମା ଥାଆନ୍ତି, ତେବେ ବି-ଏ ଏବଂ ବି-ସି ଦୁଇ ଯୋଡ଼ା ଦମ୍ପତି ଭାବେ ଗଣାହେବେ।

ଚିଠା ବିଲ୍‌କୁ ନେଇ ବିବାଦ

ପ୍ରସ୍ତାବିତ ଆଇନର ଚିଠା ବିଲ୍‌କୁ ନେଇ ବିବାଦ ଦେଖାଦେଇଛି। ମୁଖ୍ୟତଃ ମୁସଲମାନମାନଙ୍କୁ ଟାର୍ଗେଟ୍‌ କରି ଏଭଳି ବିଲ୍‌ ଅଣାଯାଇଥିବା ଅଭିଯୋଗ ହୋଇଛି। ମୁସଲମାନ ସମ୍ପ୍ରଦାୟ ଆର୍ଥତ୍କ ଦୃଷ୍ଟିରୁ ସ୍ବଚ୍ଛଳ ନୁହନ୍ତି। ମୁସଲମାନ ଦମ୍ପତି ଅଧିକ ସନ୍ତାନ ଜନ୍ମ କରୁଥିବାରୁ ଉକ୍ତ ଆଇନ କାର୍ଯ୍ୟକାରୀ ହେଲେ ସେମାନେ ସର୍ବାଧିକ କ୍ଷତିଗ୍ରସ୍ତ ହେବେ ବୋଲି କୁହାଯାଉଛି। ଉକ୍ତ ଆଇନ ମୁସଲମାନଙ୍କ ବିରୋଧରେ ଷଡ଼ଯନ୍ତ୍ର ବୋଲି ସମାଜବାଦୀ ପାର୍ଟି (ଏସ୍‌ପି) ବିଧାୟକ ଇକ୍‌ବାଲ ମେହମୁଦ୍‌ କହିଛନ୍ତି। ଜନସଂଖ୍ୟା ନିୟନ୍ତ୍ରଣ ନାମରେ ପ୍ରକୃତରେ ଏହା ମୁସଲମାନ ସମ୍ପ୍ରଦାୟ ଉପରେ ଖୋଲା ଆକ୍ରମଣ ବୋଲି ସେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ଉକ୍ତ ଆଇନ ବିଧବା କିମ୍ବା ଛାଡ଼ପତ୍ର ପାଇଥିବା ମହିଳାଙ୍କ ପୁନର୍ବିବାହ ଉପରେ କିପରି ପ୍ରଭାବ ପକାଇବ ତାହା ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri