ଜ୍ୟାକ୍‌ ଲଗାଇ ୨ ମହଲା କୋଠା ଉଠାଯାଉଛି

କେନ୍ଦ୍ରାପଡ଼ା ଅଫିସ/ଡେରାବିଶ,୨ା୬ (ସ୍ବ.ପ୍ର.): ଘର ନ ଭାଙ୍ଗି ହାଉସ୍‌ ଲିଫି୍ଟଙ୍ଗ୍‌ ଜ୍ଞାନ କୌଶଳ ସାହାଯ୍ୟରେ ଜ୍ୟାକ୍‌ ଲଗାଇ ୪ ଫୁଟ ଉଚ୍ଚକୁ ଘରକୁ ଉଠାଯାଉଛି। ସହରାଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳୁଥିବା ବେଳେ ପ୍ରଥମ ଥର ପାଇଁ କେନ୍ଦ୍ରାପଡ଼ା ଜିଲାରେ ଏହା ଦେଖିବାକୁ ମିଳିଛି। ଡେରାବିଶ ବ୍ଲକ ଅନ୍ତର୍ଗତ ଚାନ୍ଦୋଳ ବଜାରରେ ଏକ ୨ ମହଲା କୋଠା ମାସେ ହେଲା ଉଠାଯାଉଛି। ଉତ୍ତର ପ୍ରଦେଶର ଏକ ନିର୍ମାଣ ସଂସ୍ଥାର କର୍ମଚାରୀମାନେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି।
କଟକ-ଚାନ୍ଦବାଲି ରାଜପଥର ଚାନ୍ଦୋଳ ବଜାରରେ ଥିବା ଚିତ୍ତରଞ୍ଜନ ପରିଡାଙ୍କ ୨ ମହଲା ବିଶିଷ୍ଟ କୋଠାଘର ରହିଛି। ଏହି ରାଜପଥ ନିର୍ମାଣ ହେବା ପରେ ରାସ୍ତାଠାରୁ ତଳେ ଘର ରହି ଯାଇଥିଲା। ଫଳରେ ଘର ଭିତରେ ବର୍ଷାଦିନେ ପାଣି ନିଷ୍କାସନ ହୋଇ ନ ପାରି ଜମି ରହୁଥିଲା। ଏଥିଯୋଗୁ ପରିବାର ଲୋକେ ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଘର ଭିତରେ ପାଣି ଜମି ରହୁଥିବାରୁ ଘର ପ୍ରତି ବିପଦ ଦେଖାଦେବା ସମ୍ଭାବନା ସୃଷ୍ଟି ହୋଇଥିଲା। ଏହି ସମସ୍ୟାକୁ ଦୂର କରିବାକୁ ପରିଡା ବିଭିନ୍ନ ଇଞ୍ଜିନିୟରଙ୍କ ସହାୟତା ନେଇଥିଲେ। ୨୦ ବର୍ଷ ତଳର ପୁରୁଣା ଘରକୁ ଭାଙ୍ଗି ନୂଆ କରି ତିଆରି କରିବା ସମ୍ଭବ ହୋଇ ପାରି ନ ଥାନ୍ତା। କାରଣ ଏଥିପାଇଁ ଅଧିକ ଅର୍ଥର ଆବଶ୍ୟକତା ପଡ଼ିଥାନ୍ତା। ଘର ନ ଭାଙ୍ଗି ଉପରକୁ ଉଠାଇବାକୁ ନେଇ ସେ ପ୍ରଥମେ ୟୁଟ୍ୟୁବ୍‌ରେ ଦେଖିଥିଲେ। ପରେ କୋଠା ଲିଫ୍ଟିଙ୍ଗ୍‌ କରୁଥିବା ଉତ୍ତର ପ୍ରଦେଶର ନିର୍ମାଣ ସଂସ୍ଥା ସହ ଯୋଗାଯୋଗ କରିଥିଲେ। ସଂସ୍ଥାର କର୍ମଚାରୀମାନେ ଏଠାକୁ ଆସି କୋଠାକୁ ତଦାରଖ କରିଥିଲେ। ଏହି ଇଞ୍ଜିନିୟରମାନଙ୍କ ସହାୟତାରେ ଜ୍ୟାକ୍‌ ସାହାଯ୍ୟରେ ମାଟି ପତନରୁ ୪ ଫୁଟ ଉପରକୁ ଏହି ୨ ମହଲା କୋଠାଟିକୁ ଉଠାଯାଇଛି। ଏଭଳି ଏକ ଘଟଣା ଅଞ୍ଚଳବାସୀଙ୍କୁ ଚକିତ କରିଛି। ଏ ସମ୍ପର୍କରେ ସଂସ୍ଥାର ମିସ୍ତ୍ରି କ୍ରିଷ୍ଣା ବର୍ମା କହିଛନ୍ତି, ୨୦ ମିସ୍ତ୍ରି ଓ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଘର କାନ୍ଥର ୪ ପଟେ ୩୦୦ଟି ଜ୍ୟାକ୍‌ ବ୍ୟବହାର କରାଯାଇଛି। ତେବେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ପାଖାପାଖି ୨ ମାସ ସମୟ ଲାଗିବ। ଏହି ପୁରୁଣା କୋଠାଟିର ଲିଫ୍ଟିଙ୍ଗ୍‌ ହେବା ଦ୍ୱାରା ଘରର କୌଣସି କ୍ଷତି ପହଞ୍ଚତ୍ବ ନାହିଁ ସେ କହିଛନ୍ତି। ସ୍ଥାନୀୟ ଅଞ୍ଚଳର ଦିଲୀପ କୁମାର ମହାନ୍ତି କୁହନ୍ତି, ରାଜପଥ ଉଚ୍ଚତା ବଢ଼ି ଯିବାରୁ ନିକଟସ୍ଥ ଘରେ ପାଣି ପଶିବା ସ୍ବାଭାବିକ ହୋଇଛି। ଏହି ସମସ୍ୟାରୁ ମୁକୁଳିବା ପାଇଁ ଘର ଭାଙ୍ଗି ଆଉ ଥରେ ନିର୍ମାଣ କରିବା ଅଥବା ବିକଳ୍ପ ଭାବେ ହାଉସ ଲିଫ୍ଟିଙ୍ଗ୍‌ ଜ୍ଞାନକୌଶଳକୁ ବ୍ୟବହାର କରିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା କରାଯାଉଛି। ଚିତ୍ତରଞ୍ଜନଙ୍କ ଘର ସୁରୁଖୁରୁରେ ଉଠାଯାଇ ପାରିଲେ ଏଠାରେ ଅନ୍ୟ କେତେଗୋଟି ଘର ଉଠାଯିବ ଆଲୋଚନା ହେଉଛି। କାହିଁକିନା ଘର ଭାଙ୍ଗି ପୁଣି ଥରେ ନିର୍ମାଣ କଲେ ବହୁ ଅର୍ଥ ବ୍ୟୟ ହେବ। ଏପରିସ୍ଥଳେ ବୈଷୟିକ ଜ୍ଞାନକୌଶଳ ଅତି ଉତ୍ତମ। ୪ ଫୁଟ୍‌ ଘର ଉଠାଇବାକୁ ପ୍ରତି ବର୍ଗ ଫୁଟ୍‌କୁ ପ୍ରାୟ ୨୦୦ରୁ ୩୦୦ ଟଙ୍କା ଖର୍ଚ୍ଚ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri