ସ୍ତ୍ରୀ-ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ୨ ଭାଇ, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଦିଗପହଣ୍ଡି,୨୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଛଣମେରି ପଞ୍ଚାୟତ ପେଣ୍ଡୁରାଖାଳି ଗ୍ରାମର ସିମାଞ୍ଚଳ ଗୌଡ଼ ଏବଂ ତାଙ୍କ ସ୍ତ୍ରୀ ଗେଲି ଗୌଡ଼ଙ୍କୁ ଗାଁର ଦୁଇଭାଇ ଜୟଗୁରୁ ପାତ୍ର ଏବଂ ପୂର୍ଣ୍ଣଗୁରୁ ପାତ୍ର କାତିରେ ହାଣି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।ଗୁରୁବାର ସକାଳ ପ୍ରାୟ ସାଢ଼େ ୯ ଟାରେ ଦମ୍ପତ୍ତି ନିଜ ଘର ଛାତ ଉପରେ ଥିବାବେଳେ ଦୁଇ ଭାଇ ସେଠାରେ ପହଞ୍ଚି ଘାତକ ଆକ୍ରମଣ କରିଥିଲେ। ପ୍ରଥମେ ସ୍ବାମୀ ସିମାଞ୍ଚଳଙ୍କୁ ଆକ୍ରମଣ କରିବା ଦେଖି ସ୍ତ୍ରୀ ଗେଲି ତାଙ୍କୁ ଉଦ୍ଧାର କରିବାକୁ ଯିବାବେଳେ ତାଙ୍କ ମୁଣ୍ଡକୁ ମଧ୍ୟ ଜୟଗୁରୁ ଧରିଥିବା କାତିରେ ଚୋଟ ମାରିଥିଲେ। ସାହି ପଡୋଶୀ ଉଭୟଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଖବରପାଇ ପାଟପୁର ପୋଲିସ ଟିମ ଗାଁରେ ପହଞ୍ଚି ଅଭିଯୁକ୍ତ ଦୁଇ ଭାଇଙ୍କୁ କାବୁ କରିଥିଲେ। ଉଭୟଙ୍କୁ ଥାନାରେ ଅଟକ ରଖାଯାଇଛି। ସନ୍ଧ୍ୟା ସୁଦ୍ଧା ଥାନାରେ ଏତଲା ହୋଇନଥିବା ଆଇଆଇସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି। ସକାଳେ ପୂର୍ବ ଶତ୍ରୁତାକୁ ନେଇ ସିମାଞ୍ଚଳ ଏବଂ ଜୟଗୁରୁ ଦୁଇ ପରିବାର ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା। ସିମାଞ୍ଚଳ ଜୟଗୁରୁଙ୍କ ମା’ଙ୍କୁ ଠେଲି ଦେବାରୁ ତାଙ୍କ ବାମହାତ ଭାଙ୍ଗିଯାଇଛି।ଏଥିରେ ଉତ୍ତେଜିତ ହୋଇ ଦୁଇ ଭାଇ ଦମ୍ପତ୍ତିଙ୍କୁ କାତି ଓ ଠେଙ୍ଗାରେ ଆକ୍ରମଣ କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଆଇଆଇସି କହିଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ୨୩ ମାର୍ଚ୍ଚରେ କାହିଁକି ପାଳନ କରାଯାଏ ଗଣତନ୍ତ୍ର ଦିବସ? ଲାହୋର ସହ ରହିଛି ଲିଙ୍କ୍‌

ଭାରତ ଚଳିତ ବର୍ଷ ଜାନୁଆରୀ ୨୬ ତାରିଖରେ ଏହାର ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଗଣତନ୍ତ୍ର ଦିବସର ଆକର୍ଷଣ କେବଳ କର୍ତ୍ତବ୍ୟ ପରେଡ ପର୍ଯ୍ୟନ୍ତ...

କାଲିଠୁ ୪ଦିନ ସ୍କୁଲ ଛୁଟି! ବଡ଼ ଘୋଷଣା କଲେ ସରକାର

ନୂଆଦିଲ୍ଲୀ,୨୨।୧: ସରସ୍ୱତୀ ପୂଜା, ପ୍ରବଳ ଶୀତ ଲହରୀ ଏବଂ ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ପ୍ରଶାସନ ସ୍କୁଲ ଛୁଟି ସମ୍ପର୍କରେ ନୂତନ ନିର୍ଦ୍ଦେଶ ଜାରି କରିଛି।...

‘ସୂର୍ଯ୍ୟକୁମାରଙ୍କ ଉପରେ ୫୦୦ କୋଟିର ମାନହାନି ମାମଲା କରିବି’, ଅଭିନେତ୍ରୀଙ୍କ ବଡ଼ ଦାବି, କହିଲେ…

ନୂଆଦିଲ୍ଲୀ,୨୨।୧: ଭାରତର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଅଭିନେତ୍ରୀ ଖୁସି ମୁଖାର୍ଜୀଙ୍କ ମଧ୍ୟରେ ବିବାଦ ବଢ଼ିବା ପରି ମନେ ହେଉଛି। ଅଭିନେତ୍ରୀ ଏବେ ଦାବି...

ରାହୁଲ–ପ୍ରିୟଙ୍କା କଳିର ଶିକାର ମୁଁ: ହିମନ୍ତ ବିଶ୍ୱ ଶର୍ମା

ନୂଆଦିଲ୍ଲୀ,୨୨ା୧: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଗାନ୍ଧୀ ପରିବାର ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ଗଣମାଧ୍ୟମ ସହ ଆଲୋଚନାରେ ସେ ରାହୁଲ ଗାନ୍ଧୀ ଓ...

ପ୍ରଦୂଷଣରେ ଅଣନିଃଶ୍ୱାସୀ ସହରବାସୀ, ରାସ୍ତା ମରାମତି ପାଇଁ କେସ୍‌ ଦାୟର କଲେ ଆଇନଜୀବୀ

କେନ୍ଦୁଝର,୨୨ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରର ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସର୍ବସାଧାରଣ ରାସ୍ତାଘାଟର ମରାମତି ପାଇଁ ଜିଲା ଓକିଲ ସଂଘର ସଦସ୍ୟ ବରିଷ୍ଠ ଆଇନଜୀବୀ ଦେବାଶିଷ ପତି...

ଝାଡ଼ଖଣ୍ଡରେ ଭୟଙ୍କର ଦୁର୍ଘଟଣା; ରେଲଓ୍ବେ କ୍ରସିଂରେ ଚାଉଳ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରେନ, ତାପରେ…

ନୂଆଦିଲ୍ଲୀ,୨୨ା୧: ଝାଡ଼ଖଣ୍ଡର ଜସିଡିହରେ ଏକ ଟ୍ରକକୁ ଧକ୍କା ଦେଲା ଟ୍ରେନ । ଏହି ଦୁର୍ଘଟଣାରେ ଟ୍ରକ୍ ଅନେକ ଗାଡ଼ିକୁ ଧକ୍କା ଦେଇଥିଲା । ସୌଭାଗ୍ୟବଶତଃ, କୌଣସି...

ଖେଳକୁଦ ସମୟରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ସହ ଘଟିଲା…

ଦାରିଙ୍ଗବାଡି,୨୨।୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ଖେଳକୁଦ ସମୟରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ସେ ହେଲେ...

ଟି୨୦ ବିଶ୍ୱକପ ବର୍ଜନ କଲା ବାଂଲାଦେଶ: ICCକୁ ଦାୟୀ କଲେ ସରକାର

ଢାକା,୨୨।୧: ବାଂଲାଦେଶ ଦଳ ଟି୨୦ ବିଶ୍ୱକପ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି। ବାଂଲାଦେଶ କ୍ରିକେଟ ଦଳ ଭାରତରେ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ଟି୨୦ ବିଶ୍ୱକପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri