ଗୁଆହାଟି,୮।୯: ଆସାମର ଜୋର୍ହାଟଠାରେ ବ୍ରହ୍ମପୁତ୍ର ନଦୀରେ ଦୁଇଟି ଯାତ୍ରୀବାହି ବୋଟ ମଧ୍ୟରେ ଧକ୍କା ହୋଇଛି। ଉଭୟ ବୋଟରେ ଅତିକମ୍ରେ ୧୦୦ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ଅନେକ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି। ରାଜଧାନୀ ଗୁଆହାଟିଠାରୁ ୩୫୦ କିମି ଦୂର ଜୋର୍ହାଟର ନିମତି ଘାଟରେ ଏହି ଦୁର୍ଘଟଣା ଘଟିଛି।
ଗୋଟିଏ ବୋଟ ମାଜୁଲି (ବ୍ରହ୍ମପୁତ୍ର ନଦୀରେ ଥିବା ଦୀପ)ରୁ ନିମତି ଘାଟକୁ ଆସୁଥିବା ବେଳେ ଅନ୍ୟ ଏକ ବୋଟ ବିପରିତ ଦିଗରେ ଯାଉଥିଲା। ଷ୍ଟେଟ୍ ଡିଜାଷ୍ଟର ରସପନ୍ସ ଫୋର୍ସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।


