ପ୍ରଶାସନିକ ଅନୁମୋଦନ ଅପେକ୍ଷାରେ ୨ ବ୍ୟାରେଜ

ସୋନପୁର,୧୦।୬(ନି.ପ୍ର.): ମହାନଦୀର ଖଇରମାଳ ଓ ଗୋଧନେଶ୍ୱରଠାରେ ବ୍ୟାରେଜ୍‌ ନିର୍ମାଣ ହେବ। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବ୍ୟାରେଜ ନିର୍ମାଣ ସମ୍ପର୍କିତ ପ୍ରସ୍ତାବ ପ୍ରଶାସନିକ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ପଠାଇଛନ୍ତି। ୨ ବ୍ୟାରେଜ ନିର୍ମାଣ ସମ୍ପର୍କିତ ପ୍ରସ୍ତାବ ଏବେ ସରକାରଙ୍କ ଅନୁମୋଦନ ଅପେକ୍ଷାରେ ଅଛି। ଅନୁମୋଦନ ମିଳିଲେ ଜଳ ସମ୍ପଦ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟ ସରକାର ୨୦୨୩-୨୪ ଆର୍ଥତ୍କ ବର୍ଷ ପାଇଁ ଉପସ୍ଥାପନ କରିଥିବା ବଜେଟରେ ସୁବର୍ଣ୍ଣପୁର ଜିଲାର ଗୋଧନେଶ୍ୱର ଓ ବୌଦ୍ଧ ଜିଲାର ଖଇରମାଳ ବ୍ୟାରେଜ ସମ୍ପର୍କରେ ଘୋଷଣା କରିଥିଲେ। ମହାନଦୀରେ ଜଳ ଉପଯୋଗ ଯୋଜନାକୁ ନେଇ ପୂର୍ବରୁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଥିଲା। ମହାନଦୀ-ତେଲନଦୀର ସଙ୍ଗମ ସ୍ଥଳ ସୋନପୁର ରାମେଶ୍ୱରଠାରୁ ସାଢ଼େ ୩ କି.ମି. ଦୂର ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନମଣ୍ଡଳୀର ଖଇରମାଳରେ ବ୍ୟାରେଜ୍‌ ନିର୍ମାଣ କରାଯିବ। ଏଥିପାଇଁ ବୌଦ୍ଧ ଜଳ ସମ୍ପଦ ବିଭାଗ ପକ୍ଷରୁ ୯୨୫ କୋଟି ୫୯ଲକ୍ଷ ଟଙ୍କାର ଡିପିଆର୍‌ ପ୍ରସ୍ତୁତ ହୋଇଛି। ସେହିପରି ସୁବର୍ଣ୍ଣପୁର ଜିଲା ସଦର ମହକୁମାଠାରୁ ୨୦ କି.ମି. ଦୂର ବୀରମହାରାଜପୁର ନିର୍ବାଚନମଣ୍ଡଳୀର ଗୋଧନେଶ୍ୱରରେ ଆଉ ଏକ ବ୍ୟାରେଜ୍‌ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଏଥିପାଇଁ ସୁବର୍ଣ୍ଣପୁର ତେଲ ଜଳ ସମ୍ପଦ ବିଭାଗ ପକ୍ଷରୁ ୧୦୨୪ କୋଟି ୮୧ ଲକ୍ଷ ଟଙ୍କାର ଡିପିଆର୍‌ ପ୍ରସ୍ତୁତ ହୋଇଛି ା ସରକାରଙ୍କ ଅନୁମୋଦନ ପରେ ଇପିସି(ଇଞ୍ଜିନିୟରିଂ ପ୍ରୋକ୍ୟୁରମେଣ୍ଟ ଆଣ୍ଡ କନ୍‌ଷ୍ଟ୍ରକଶନ) କଣ୍ଟ୍ରାକ୍ଟ ବେସିସ୍‌ରେ ଟେଣ୍ଡର ଆହ୍ବାନ କରାଯିବ। ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ବ୍ୟାରେଜ ନିର୍ମାଣ କରିବା ପାଇଁ ୫ ବର୍ଷ ପୂର୍ବରୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ନିଆଯାଇଥିଲା। ପ୍ରାଥମିକ ସ୍ତରରେ ସର୍ଭେ ପରେ ଟେକ୍‌ନିକାଲ ଆଡଭାଇଜର କମିଟି(ଟିଏସି)ରେ ଅନୁମୋଦନ ମଧ୍ୟ ମିଳିଥିଲା। ତେବେ କୌଣସି କାରଣରୁ ଏହା ବିଳମ୍ବ ହୋଇଥିଲା। ଚଳିତ ବଜେଟରେ ସରକାର ଏଥିପାଇଁ ବ୍ୟୟବରାଦ କରିଥିଲେ। ଏହି ପ୍ରକଳ୍ପ ବାସ୍ତବ ରୂପ ନେଲେ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲା ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି ଆଶା କରାଯାଉଛି।
ସୂଚନା ଅନୁଯାୟୀ, ବିନା ବିସ୍ଥାପନରେ ମହାନଦୀ ଗର୍ଭରେ ବୃହତ୍‌ ଜଳାଶୟ ସୃଷ୍ଟି ଲାଗି ସରକାରଙ୍କ ଯୋଜନା ରହିଛି। ତଦନୁଯାୟୀ ଗୋଧନେଶ୍ୱର ବ୍ୟାରେଜ୍‌ ପାଇଁ ସୁବର୍ଣ୍ଣପୁର ତେଲ ଜଳସେଚନ ବିଭାଗ ପକ୍ଷରୁ ମେ ୯ ତାରିଖରେ ଭବାନୀପାଟଣାସ୍ଥିତ ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ଏ ସମ୍ପର୍କିତ ପ୍ରସ୍ତାବ ପଠାଯାଇଥିଲା। ମେ ୧୦ରେ ମୁଖ୍ୟଯନ୍ତ୍ରୀ ଭୁବନେଶ୍ୱରସ୍ଥିତ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଏହି ପ୍ରସ୍ତାବ ପଠାଇଛନ୍ତି। ସୂଚନା ଅନୁଯାୟୀ ଖଇରମାଳ ବ୍ୟାରେଜରେ ୧୦୨ଟି ଫାଟକ ଓ ଗୋଧନେଶ୍ୱର ବ୍ୟାରେଜରେ ୭୬ଟି ଫାଟକ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଜଳ ସମ୍ପଦ ବିଭାଗ ଏବେ ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରିଛି। ମହାନଦୀ ଓ ତେଲନଦୀର ପାଣି ବର୍ଷା ଦିନେ ସମୁଦ୍ରକୁ ବୋହିଯାଉଥିଲା। ଜଳର ଠିକ୍‌ ଉପଯୋଗ ହୋଇପାରୁ ନ ଥିଲା। ଖରା ଦିନେ ନଦୀ ଶୁଖିଲା ପଡୁଥିଲା। ୨ ବ୍ୟାରେଜ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ସ୍ଥାନୀୟ ଅଞ୍ଚଳରେ ଭୂତଳ ଜଳ ସ୍ତର ବୃଦ୍ଧି ପାଇବା ସହ ଜଳ ସଂରକ୍ଷଣ, ପାନୀୟ ଜଳ, ମତ୍ସ୍ୟଚାଷ ସହ ଜଳ ପର୍ଯ୍ୟଟନ, ଶିଳ୍ପାନୁଷ୍ଠାନକୁ ଜଳ ଯୋଗାଣ ଓ ହୋଟେଲ ଶିଳ୍ପର ସମ୍ଭାବନା ସୃଷ୍ଟି ହେବ। ସୁବର୍ଣ୍ଣପୁର ସହର ସମେତ ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକ ଏବଂ ବୌଦ୍ଧ ଜିଲାର ବୌଦ୍ଧ ସହର, ବୌଦ୍ଧ ଓ କଣ୍ଟାମାଳ ବ୍ଳକର ଲକ୍ଷାଧିକ ଅଧିବାସୀ ଉପକୃତ ହେବେ। ପାନୀୟ ଜଳର ଚାହିଦା ପୂରଣ ସହ ମହାନଦୀ ଓ ତେଲନଦୀ ବେସିନ୍‌ରେ ନିର୍ମାଣ ହୋଇଥିବା ମେଗା ଉଠାଜଳସେଚନ ପ୍ରକଳ୍ପଗୁଡିକ ରବିଋତୁରେ ଜମିକୁ ଜଳସେଚିତ କରିପାରିବ। ଜଳ ଚାହିଦା ପୂରଣ, ସମୁଦ୍ରକୁ ବୋହିଯାଉଥିବା ଜଳର ସଂରକ୍ଷଣ ପାଇଁ ଏହି ବ୍ୟାରେଜ ବିଶେଷ ସହାୟକ ହେବ ବୋଲି ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ମୁନିରଙ୍କ ହାତରେ ନ୍ୟୁକ୍ଲିଅର ବଟନ୍‌

ଇସ୍‌ଲାମାବାଦ,୬ା୧୨: ପାକିସ୍ତାନ ରାଷ୍ଟ୍ରପତି ଆସିଫ୍‌ ଅଲୀ ଜର୍ଦ୍ଦାରୀଙ୍କ ଅଫିସିଆଲ୍‌ ‘X’ ହ୍ୟାଣ୍ଡେଲରୁ ଶୁକ୍ରବାର ଏକ ପୋଷ୍ଟ କରାଯାଇଛି। ବର୍ତ୍ତମାନ ସିଓଏଏସ୍‌ ଥିବା ଫିଲ୍ଡ ମାର୍ଶଲ ଆସିମ୍‌...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ଫିକା ପଡ଼ିଲା ଖ୍ରୀଷ୍ଟମାସ ସେଲିବ୍ରେଶନ, ୧୦ ମୃତ ୧୯ ଆହତ

ପ୍ୟାରିସ,୬।୧୨: ଫ୍ରାନ୍ସର ଗୁଆଡେଲୁପର ସେଣ୍ଟ-ଆନରେ ଏକ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଗାଡ଼ି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କୁ ଚାପି...

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri