ପ୍ରଶାସନିକ ଅନୁମୋଦନ ଅପେକ୍ଷାରେ ୨ ବ୍ୟାରେଜ

ସୋନପୁର,୧୦।୬(ନି.ପ୍ର.): ମହାନଦୀର ଖଇରମାଳ ଓ ଗୋଧନେଶ୍ୱରଠାରେ ବ୍ୟାରେଜ୍‌ ନିର୍ମାଣ ହେବ। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବ୍ୟାରେଜ ନିର୍ମାଣ ସମ୍ପର୍କିତ ପ୍ରସ୍ତାବ ପ୍ରଶାସନିକ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ପଠାଇଛନ୍ତି। ୨ ବ୍ୟାରେଜ ନିର୍ମାଣ ସମ୍ପର୍କିତ ପ୍ରସ୍ତାବ ଏବେ ସରକାରଙ୍କ ଅନୁମୋଦନ ଅପେକ୍ଷାରେ ଅଛି। ଅନୁମୋଦନ ମିଳିଲେ ଜଳ ସମ୍ପଦ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟ ସରକାର ୨୦୨୩-୨୪ ଆର୍ଥତ୍କ ବର୍ଷ ପାଇଁ ଉପସ୍ଥାପନ କରିଥିବା ବଜେଟରେ ସୁବର୍ଣ୍ଣପୁର ଜିଲାର ଗୋଧନେଶ୍ୱର ଓ ବୌଦ୍ଧ ଜିଲାର ଖଇରମାଳ ବ୍ୟାରେଜ ସମ୍ପର୍କରେ ଘୋଷଣା କରିଥିଲେ। ମହାନଦୀରେ ଜଳ ଉପଯୋଗ ଯୋଜନାକୁ ନେଇ ପୂର୍ବରୁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଥିଲା। ମହାନଦୀ-ତେଲନଦୀର ସଙ୍ଗମ ସ୍ଥଳ ସୋନପୁର ରାମେଶ୍ୱରଠାରୁ ସାଢ଼େ ୩ କି.ମି. ଦୂର ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନମଣ୍ଡଳୀର ଖଇରମାଳରେ ବ୍ୟାରେଜ୍‌ ନିର୍ମାଣ କରାଯିବ। ଏଥିପାଇଁ ବୌଦ୍ଧ ଜଳ ସମ୍ପଦ ବିଭାଗ ପକ୍ଷରୁ ୯୨୫ କୋଟି ୫୯ଲକ୍ଷ ଟଙ୍କାର ଡିପିଆର୍‌ ପ୍ରସ୍ତୁତ ହୋଇଛି। ସେହିପରି ସୁବର୍ଣ୍ଣପୁର ଜିଲା ସଦର ମହକୁମାଠାରୁ ୨୦ କି.ମି. ଦୂର ବୀରମହାରାଜପୁର ନିର୍ବାଚନମଣ୍ଡଳୀର ଗୋଧନେଶ୍ୱରରେ ଆଉ ଏକ ବ୍ୟାରେଜ୍‌ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଏଥିପାଇଁ ସୁବର୍ଣ୍ଣପୁର ତେଲ ଜଳ ସମ୍ପଦ ବିଭାଗ ପକ୍ଷରୁ ୧୦୨୪ କୋଟି ୮୧ ଲକ୍ଷ ଟଙ୍କାର ଡିପିଆର୍‌ ପ୍ରସ୍ତୁତ ହୋଇଛି ା ସରକାରଙ୍କ ଅନୁମୋଦନ ପରେ ଇପିସି(ଇଞ୍ଜିନିୟରିଂ ପ୍ରୋକ୍ୟୁରମେଣ୍ଟ ଆଣ୍ଡ କନ୍‌ଷ୍ଟ୍ରକଶନ) କଣ୍ଟ୍ରାକ୍ଟ ବେସିସ୍‌ରେ ଟେଣ୍ଡର ଆହ୍ବାନ କରାଯିବ। ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ବ୍ୟାରେଜ ନିର୍ମାଣ କରିବା ପାଇଁ ୫ ବର୍ଷ ପୂର୍ବରୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ନିଆଯାଇଥିଲା। ପ୍ରାଥମିକ ସ୍ତରରେ ସର୍ଭେ ପରେ ଟେକ୍‌ନିକାଲ ଆଡଭାଇଜର କମିଟି(ଟିଏସି)ରେ ଅନୁମୋଦନ ମଧ୍ୟ ମିଳିଥିଲା। ତେବେ କୌଣସି କାରଣରୁ ଏହା ବିଳମ୍ବ ହୋଇଥିଲା। ଚଳିତ ବଜେଟରେ ସରକାର ଏଥିପାଇଁ ବ୍ୟୟବରାଦ କରିଥିଲେ। ଏହି ପ୍ରକଳ୍ପ ବାସ୍ତବ ରୂପ ନେଲେ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲା ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି ଆଶା କରାଯାଉଛି।
ସୂଚନା ଅନୁଯାୟୀ, ବିନା ବିସ୍ଥାପନରେ ମହାନଦୀ ଗର୍ଭରେ ବୃହତ୍‌ ଜଳାଶୟ ସୃଷ୍ଟି ଲାଗି ସରକାରଙ୍କ ଯୋଜନା ରହିଛି। ତଦନୁଯାୟୀ ଗୋଧନେଶ୍ୱର ବ୍ୟାରେଜ୍‌ ପାଇଁ ସୁବର୍ଣ୍ଣପୁର ତେଲ ଜଳସେଚନ ବିଭାଗ ପକ୍ଷରୁ ମେ ୯ ତାରିଖରେ ଭବାନୀପାଟଣାସ୍ଥିତ ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ଏ ସମ୍ପର୍କିତ ପ୍ରସ୍ତାବ ପଠାଯାଇଥିଲା। ମେ ୧୦ରେ ମୁଖ୍ୟଯନ୍ତ୍ରୀ ଭୁବନେଶ୍ୱରସ୍ଥିତ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଏହି ପ୍ରସ୍ତାବ ପଠାଇଛନ୍ତି। ସୂଚନା ଅନୁଯାୟୀ ଖଇରମାଳ ବ୍ୟାରେଜରେ ୧୦୨ଟି ଫାଟକ ଓ ଗୋଧନେଶ୍ୱର ବ୍ୟାରେଜରେ ୭୬ଟି ଫାଟକ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଜଳ ସମ୍ପଦ ବିଭାଗ ଏବେ ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରିଛି। ମହାନଦୀ ଓ ତେଲନଦୀର ପାଣି ବର୍ଷା ଦିନେ ସମୁଦ୍ରକୁ ବୋହିଯାଉଥିଲା। ଜଳର ଠିକ୍‌ ଉପଯୋଗ ହୋଇପାରୁ ନ ଥିଲା। ଖରା ଦିନେ ନଦୀ ଶୁଖିଲା ପଡୁଥିଲା। ୨ ବ୍ୟାରେଜ ନିର୍ମାଣ ସମ୍ପୂର୍ଣ୍ଣ ହେଲେ ସ୍ଥାନୀୟ ଅଞ୍ଚଳରେ ଭୂତଳ ଜଳ ସ୍ତର ବୃଦ୍ଧି ପାଇବା ସହ ଜଳ ସଂରକ୍ଷଣ, ପାନୀୟ ଜଳ, ମତ୍ସ୍ୟଚାଷ ସହ ଜଳ ପର୍ଯ୍ୟଟନ, ଶିଳ୍ପାନୁଷ୍ଠାନକୁ ଜଳ ଯୋଗାଣ ଓ ହୋଟେଲ ଶିଳ୍ପର ସମ୍ଭାବନା ସୃଷ୍ଟି ହେବ। ସୁବର୍ଣ୍ଣପୁର ସହର ସମେତ ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକ ଏବଂ ବୌଦ୍ଧ ଜିଲାର ବୌଦ୍ଧ ସହର, ବୌଦ୍ଧ ଓ କଣ୍ଟାମାଳ ବ୍ଳକର ଲକ୍ଷାଧିକ ଅଧିବାସୀ ଉପକୃତ ହେବେ। ପାନୀୟ ଜଳର ଚାହିଦା ପୂରଣ ସହ ମହାନଦୀ ଓ ତେଲନଦୀ ବେସିନ୍‌ରେ ନିର୍ମାଣ ହୋଇଥିବା ମେଗା ଉଠାଜଳସେଚନ ପ୍ରକଳ୍ପଗୁଡିକ ରବିଋତୁରେ ଜମିକୁ ଜଳସେଚିତ କରିପାରିବ। ଜଳ ଚାହିଦା ପୂରଣ, ସମୁଦ୍ରକୁ ବୋହିଯାଉଥିବା ଜଳର ସଂରକ୍ଷଣ ପାଇଁ ଏହି ବ୍ୟାରେଜ ବିଶେଷ ସହାୟକ ହେବ ବୋଲି ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri