ଆଉଏକ ର଼୍ୟାକେଟ୍‌ର ୨ ଗିରଫ

ଭୁବନେଶ୍ୱର,୬।୩(ବ୍ୟୁରୋ):ରାଜଧାନୀରେ ଏକାଧିକ ଜମି ଠକେଇ ର଼୍ୟାକେଟ ସକ୍ରିୟ ରହିଛନ୍ତି। ନକଲି ମାଲିକ ଓ ଜାଲ ଦସ୍ତାବିଜ୍‌ରେ ଜମି ବିକ୍ରି କରି ବିପୁଳ ଟଙ୍କା ଠକି ନେଉଛନ୍ତି। ନିକଟରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏହିପରି ଏକ ର଼୍ୟାକେଟକୁ ଠାବ କରିବା ସହ ୫ ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏବେ ଆଉଏକ ର଼୍ୟାକେଟ ସଂକ୍ରାନ୍ତରେ ଇଓଡବ୍ଲ୍ୟୁ ସନ୍ଧାନ ପାଇଛି। ଏହି ର଼୍ୟାକେଟରେ ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ଭୁବନେଶ୍ୱରରେ ରହୁଥିବା କଟକ ଜିଲା ଆଠଗଡ଼ସ୍ଥିତ ମଞ୍ଜରୀପଡ଼ାର ଆଦିତ୍ୟ ସାହୁ ଓ କଟକ ଖାନନଗର ଥାନା ଅଞ୍ଚଳରେ ରହୁଥିବା ଜଗତ୍‌ସିଂହପୁର ଜିଲା ରାହାମା ଅଞ୍ଚଳର ସବିତା ଦାସ। ଅଭିଯୁକ୍ତଦ୍ୱୟଙ୍କୁ ରବିବାର କୋର୍ଟଚାଲାଣ କରାଯିବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ବାରଙ୍ଗସ୍ଥିତ ବାଛପୁର ଅଞ୍ଚଳର ୭୫ ବର୍ଷୀୟା ବୃଦ୍ଧା ରଙ୍ଗଲତା ସ୍ବାଇଁଙ୍କର ସ୍ଥାନୀୟ ଅଞ୍ଚଳରେ ଏକ ସାଢ଼େ ୪ ଏକର ଜମି ରହିଛି। ଅଭିଯୁକ୍ତମାନେ ଉକ୍ତ ଜମିକୁ ନକଲି ମାଲିକ ଓ ଜାଲ ଦସ୍ତାବିଜ୍‌ରେ ବିକି ୨୫ଲକ୍ଷ ଠକି ନେଇଛନ୍ତି। ସେମାନେ ଅଭିଯୁକ୍ତା ସବିତାଙ୍କୁ ରଙ୍ଗଲତା ବୋଲି ଦର୍ଶାଇ ଠକେଇ ଯୋଜନା କରିଥିଲେ। ରଙ୍ଗଲତାଙ୍କ ପାନ୍‌ କାର୍ଡ, ଆଧାର କାର୍ଡ ଓ ଜମି ପଟା ଆଦିକୁ ନକଲ କରିଥିଲେ। ୨୦୨୧ରେ ଶୈଳେଶ୍ରୀ ବିହାରର ସ୍ବସ୍ତିରଞ୍ଜନ ପାଣିଗ୍ରାହୀଙ୍କୁ ଦେଖାକରି ସବିତାଙ୍କୁ ରଙ୍ଗଲତା ବୋଲି ପରିଚୟ କରାଇଥିଲେ। ୨ କୋଟି ଟଙ୍କାରେ ସ୍ବସ୍ତିରଞ୍ଜନ ଉକ୍ତ କିଣିବାକୁ କଥା ଛିଡ଼ିଥିଲା। ଏଥିପାଇଁ ସେ ଅଭିଯୁକ୍ତଙ୍କୁ ୨୫ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲେ। ଏହାପରେ ଅଭିଯୁକ୍ତମାନେ ତାଙ୍କୁ ଧରାଛୁଆଁ ଦେଇ ନ ଥିଲେ। ସ୍ବସ୍ତୀରଞ୍ଜନ ଠକେଇର ଶିକାର ହୋଇଥିବା ଜାଣି ଅଭିଯୋଗ କରିବା ପରେ ଇଓଡବ୍ଲ୍ୟୁ ଶୁକ୍ରବାର ଏକ ମାମଲା (ନଂ.୮/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଏହି ର଼୍ୟାକେଟର ସଦସ୍ୟମାନେ ଏଭଳି ବିଭିନ୍ନ ଲୋକଙ୍କୁ ଠକିଥିବା ଇଓଡବ୍ଲ୍ୟୁ ପ୍ରମାଣ ପାଇଛି। ତେଣୁ ଠକେଇର ଶିକାର ହୋଇଥିବା ଲୋକେ ଟୋଲ ଫ୍ରି ନଂ. ୧୮୦୦୩୪୫୭୧୦୩ ଯୋଗେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପାଇଁ ଇଓଡବ୍ଲ୍ୟୁ ପକ୍ଷରୁ ଅପିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri