୨୪ ଘଣ୍ଟା ମଧ୍ୟରେ ଚୋରି ମାମଲାରେ ୨ ଗିରଫ

କୋରାପୁଟ,୨୩ା୧(ଅମିତାଭ ବେହେରା):କୋରାପୁଟ ଟାଉନ ଥାନାରେ ଏତଲା ଦେବାର ୨୪ ଘଣ୍ଟା ମଧ୍ୟରେ ଟାଉନ ପୋଲିସ ଚୋରି ମାମଲାର ୨ ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରି କୋଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଓଡ଼ିଆଗୁଡ଼ା ଗ୍ରାମର କରଣ କୁଲଦୀପ ଓ ଅଭିଷେକ ଖରା। ଏ ନେଇ ଟାଉନ ଥାନା ପରିସରରେ କୋରାପୁଟ ଏସ୍‌ଡିପିଓ ସଞ୍ଜୟ କୁମାର ମଣ୍ଡଳ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, କୋରାପୁଟ ଅମଲା କୁଟୀର ରୋଡର ଡି.ରାମ କ୍ରିଷ୍ଣା ୨୨ ତାରିଖରେ ଷ୍ଟେଶନରୁ ଫେରୁଥିବା ବେଳେ ସରକାରୀ ମହିଳା କଲେଜ ନିକଟରେ ୨ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କୁ ଅଟକାଇ ଟଙ୍କା ଦେବାକୁ କହିଥିଲେ। ଟଙ୍କା ନାହିଁ କହିବାରୁ ସେମାନେ ରାମକ୍ରିଷ୍ଣାଙ୍କୁ ଆକ୍ରମଣ କରି ମୋବାଇଲ ଛଡାଇ ନେଇଯାଇଥିଲେ। ଏ ନେଇ ରାମ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଟାଉନ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ତଦନ୍ତ ଅଧିକାରୀ ସବଇନ୍ସପେକ୍ଟର ଉମେଶ କୁମାର ଧାରୁଆ ତଦନ୍ତ କରିଥିଲେ। ପୋଲିସ ଅଭିଯୁକ୍ତଙ୍କଠାରୁ ମୋବାଇଲ ଓ ବାଇକ୍‌ ଜବତ କରିଛି। ୨ ଅଭିଯୁକ୍ତଙ୍କ ନାମରେ ଥାନାରେ ଅନେକ ମାମଲା ରହିଛି। ଟାଉନ ଥାନାରେ ନଂ.୨୬/୨୬ରେ ଏକ ମାମଲା ରୁଜୁ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କୁ ବିବାହ କଲେ ଭାଇରାଲ ଗର୍ଲ ମୋନାଲିସା: ବାପାଙ୍କ ନାଁରେ ଆଣିଲେ ସାଂଘାତିକ ଅଭିଯୋଗ

ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି। ସେ ପ୍ରେମିକ ଫରମାନ ଖାନଙ୍କୁ ବିବାହ କରିଛନ୍ତି। ମୋନାଲିସା ଅରୁମାନୁର ମନ୍ଦିରରେ ଫରମାନଙ୍କୁ ବିବାହ କରିଥିଲେ।…

ଯୁଦ୍ଧ ଭିତରେ ଚାଇନା ପାଇଁ ଭାରତ କଲା ଏମିତି କାମ, କାବା ହେଇଗଲେ ଟ୍ରମ୍ପ!

ନୂଆଦିଲ୍‌ଲୀ,୧୨।୩: ନୂଆଦିଲ୍ଲୀର ନିବେଶ ସଚିବ କହିଛନ୍ତି ଯେ ଭାରତ ଏକ ଫାଷ୍ଟ-ଟ୍ରାକ ଅନୁମୋଦନ ବ୍ୟବସ୍ଥା ମାଧ୍ୟମରେ ଅଧିକ କ୍ଷେତ୍ରରେ ଚାଇନା ନିବେଶକୁ ଅନୁମତି ଦେବ। ଅମରଦୀପ ସିଂହ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଯୁଦ୍ଧ ଭିତରେ ଭାରତକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ, ଚମକି ପଡିଲା ଚାଇନା

ନୂଆଦିଲ୍‌ଲୀ,୧୨।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ତାର ଶକ୍ତି ଯୋଗାଣକୁ ସୁରକ୍ଷିତ ରଖିବା ପାଇଁ ରୁଷିଆରୁ ତୈଳ କ୍ରୟ ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି…

ଅଧରାତିରେ ପରିବାରର ୩ ଜଣଙ୍କୁ ହତ୍ୟା କରି ଫେରାର ବୃଦ୍ଧ: ଥାନାରେ ପହଞ୍ଚିଲେ ପୁଅ

ଦେବଗଡ଼,୧୨।୩(ଶଶାଙ୍କ ଶେଖର ଝାଙ୍କର) ଗୋଟିଏ ପରିବାରର ୩ ଜଣଙ୍କୁ ନିର୍ମମ ହତ୍ୟା। ଏଥିରେ କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଘଟିଛି ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ। ସ୍ତ୍ରୀ, ବୋହୂ…

ଫିଫା ବିଶ୍ୱକପ୍‌ରୁ ଓହରିଲା ଇରାନ

ତେହରାନ୍‌ ,୧୧ା୩: ଇରାନ କ୍ରୀଡ଼ା ମନ୍ତ୍ରୀ ଅହମ୍ମଦ ଡୋନିଆମାଲି ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଇରାନ ଫୁଟବଲ ଦଳ 2026 ଫିଫା ବିଶ୍ୱକପ ଖେଳିବ ନାହିଁ…

ପାଣ୍ଡ୍ୟା ବ୍ରଦର୍ସଙ୍କ ମଧ୍ୟରେ ଜୋରଦାର ଝଗଡ଼ା? ଭାଉଜଙ୍କ ସହ କଥାବାର୍ତ୍ତା ବନ୍ଦ…ବିଶ୍ୱକପ୍‌ ଜିତିବା ସତ୍ତ୍ୱେ ଚୁପ୍‌ ରହିଲେ…

ମୁମ୍ବାଇ, ୧୧।୩: କ୍ରିକେଟ ଜଗତର ସବୁଠାରୁ ଚର୍ଚ୍ଚିତ ଭ୍ରାତୃ ଯୋଡ଼ି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃନାଲ ପାଣ୍ଡ୍ୟାଙ୍କ ମଧ୍ୟରେ ସବୁକିଛି ଠିକ ଚାଲିଛି ତ? ଦୁଇ ଭାଇଙ୍କ…

୧୨ ଦିନରେ ଯୁଦ୍ଧ: ଟାର୍ଗେଟ୍‌ରେ ଆର୍ଥିକ ଅନୁଷ୍ଠାନ, ବ୍ୟାଙ୍କ

ତେହରାନ୍‌ ,୧୧ା୩: ଇରାନ୍‌-ଆମେରିକା ଯୁଦ୍ଧ ୧୨ ଦିନରେ ପହଞ୍ଚି ଥିଲାବେଳେ ଉଭୟ ପକ୍ଷଙ୍କ ଆକ୍ରମଣ ଲକ୍ଷ୍ୟ ଦିନକୁ ଦିନ ବଦଳିବାରେ ଲାଗିଛି। ପ୍ରଥମେ ତୈଳ ରିଫାଇନେରିଗୁଡିକୁ ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri