ପୋଲିସକୁ ଦୁର୍ବ୍ୟବହାର କରି ୨ ଗିରଫ

କୋରାପୁଟ,୨୮ା୧୨(ଅମିତାଭ ବେହେରା): ପୋଲିସକୁ ଦୁର୍ବ୍ୟବହାର ସହ କାମରେ ବାଧା ଦେବା ଅଭିଯୋଗରେ ଦୁଇଜଣଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି କୋରାପୁଟ ଜିଲାର ଲକ୍ଷ୍ମୀପୁର ପୋଲିସ। ଏପରି ଘଟଣା ସ୍ଥାନୀୟ ବ୍ଲକ ଚମ୍ପି ଗ୍ରାମଠାରେ ଦେଖିବାକୁ ମିଳିଛି। ସେମାନେ ହେଲେ ବନମାଳୀ ସାହୁ ଓ ଡମ୍ବରୁଧର ସାହୁ।

ମିଳିଥିବା ସୂଚନାନୁଯାୟୀ, ଲକ୍ଷ୍ମୀପୁର ଥାନା ଅଧୀନରେ ଥିବା ଚମ୍ପି ଗ୍ରାମରେ ବ୍ୟାପକ ଭାବେ ମଦବେପାର ଚାଲିଥିବା ବିଶେଷ ସୂତ୍ରରୁ ଖବର ପାଇ ଜଣେ ମଦ ବ୍ୟବସାୟୀଙ୍କ ଘର ଉପରେ ବୁଧବାର ଲକ୍ଷ୍ମୀପୁର ଥାନାର ସାତ ଜଣିଆ ଏକ ପୋଲିସ ଟିମ ସଦଳ ବଳେ ଚଢାଉ କରିବା ସମୟରେ ଉକ୍ତ ମଦ ବ୍ୟବସାୟୀଙ୍କ ଦୁଇ ଭାଇ ପୋଲିସର କାମରେ ବାଧା ସୃଷ୍ଟି କରିବା ସହ ପୋଲିସଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ଫଳରେ ମଦ ବ୍ୟବସାୟୀ ସତର୍କ ହୋଇ ଲୁଚି ଯାଇଥିବା ବେଳେ ପୋଲିସର କାର୍ଯ୍ୟରେ ବାଧା ଦେଇଥିବା ବନମାଳୀ ଓ ଡମ୍ବରୁଧରଙ୍କୁ ପୋଲିସ ଗିରଫ କରିଥିଲା। ଏନେଇ ୧୬୮/୨୩ରେ ଏକ ମାମଲା ରୁଜୁ କରି ଗୁରୁବାର ଦୁଇ ଭାଇଙ୍କୁ କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ରାସ୍ତାରେ ଅଚଳ ୧୦୮ ଆମ୍ବୁଲାନ୍ସ, ପ୍ରସବ ବେଦନାରେ ଛଟପଟ ଆସନ୍ନ ପ୍ରସବା

ନନ୍ଦପୁର/ପାଡୁଆ୧୬।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ସାରିଆପାଲି ଗାଁରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି।…

ବ୍ଲକ୍‌ରେ ନାହିଁ ଶିଶୁଉଦ୍ୟାନ, ଖେଳପଡ଼ିଆ, ପଠାଗାର ଶିଶୁ, ଯୁବଗୋଷ୍ଠୀଙ୍କ ମାନସିକ ଓ ଶାରିରୀକ ବିକାଶରେ ବାଧା

ନନ୍ଦପୁର,୧୬ା୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକର ୨୩ ପଞ୍ଚାୟତବାସୀ, ଶିଶୁ, କିଶୋର, ମହିଳା, ଯୁବଗୋଷ୍ଠୀ ଓ ବୃଦ୍ଧାବୃଦ୍ଧଙ୍କ ପାଇଁ କୌଣସି ଚିତ୍ତ ବିନୋଦନର…

ଗୋଟିଏ ରାତିରେ ଏକାଧିକ ଚୋରି, ପୋଲିସର ତନାଘନା

ନନ୍ଦପୁର,୧୬ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନାରେ ରବିବାର ରାତ୍ରରେ ଥାନା ଅଧୀନ ଗୁଣ୍ଠାପୁଟ, ପିତାଗୁଡ଼ା, ସୁବାଇ ଗ୍ରାମରୁ ଏକାଧିକ ଚୋରି ଘଟଣାର ଅଭିଯୋଗ ହୋଇଛି।…

ଓଡିଶାର ଏହି ଜିଲାରେ ଅଣ୍ଡା ଗୋଟେ ୫ ଟଙ୍କା, ଜାଣନ୍ତୁ କେମିତି କମିଲା ଦାମ୍

ନନ୍ଦପୁର,୧୫ା୩(ତୁଷାର କାନ୍ତ ମହାନ୍ତି) : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଅଞ୍ଚଳରେ ଗ୍ୟାସ ଦରକୁ ମହଙ୍ଗା କରିଛି । ଡିଜେଲ ପେଟ୍ରୋଲ ଭଳି ତୈଳ ଦର ଓ ଉପଲବ୍ଧିତାକୁ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ଭିବି ରାମଜି, ସମଗ୍ର ଶିକ୍ଷା ଯୋଜନାର ସାମାଜିକ ସମୀକ୍ଷା: କାମ ନ କରି ଉଠାଯାଇଛି ୩ ପ୍ରକଳ୍ପର ଟଙ୍କା

ନନ୍ଦପୁର,୧୪୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧୀନ ୨୩ ପଞ୍ଚାୟତର ଭିବି ରାମଜି(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କରାଯାଇଥିବା କାର୍ଯ୍ୟ ଓ ବିଦ୍ୟାଳୟଗୁଡ଼ିକରେ ସମଗ୍ର ଶିକ୍ଷା…

ଆରଆଇଙ୍କୁ ମାଡ ଘଟଣାରେ: ଜଣେ ଗିରଫ

ନନ୍ଦପୁର,୧୩।୨(ତୁଷାର କାନ୍ତ ମହାନ୍ତି): ଜାତିଗତ ପ୍ରମାଣପତ୍ର ପାଇଁ ନନ୍ଦପୁର ତହସିଲରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ମଧୁସୁଦନ ଖେମୁଣ୍ଡୁଙ୍କୁ ଅଶାଳୀନ ବ୍ୟବହାର ଓ ମାଡ ମାରିବା ଘଟଣାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri