ମାରପିଟ ମାମଲାରେ ୨ ଗିରଫ

ବ୍ରହ୍ମପୁର ଅଫିସ,୧୬ା୨- ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ମାରପିଟ ମାମଲାରେ ନିମଖଣ୍ଡି ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ହୁଗୁଳାପଟା ଗ୍ରାମର ପପୁନ ତରାଇ(୨୧), ବିନୋଦ ବରାଡ଼ ଓରଫ ନାନୁ(୨୦)। ମାମଲା ନମ୍ବର ୫୮/୨୩ରେ ଉଭୟ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି।
ପ୍ରକାଶ ଯେ, ଦୁଇ ଦିନ ପୂର୍ବେ ହୁଗୁଳାପଟା ଗ୍ରାମରେ ବିବାହ ଭୋଜି ଚାଲିଥିଲା। ସେଠାରେ କୌଣସି କାରଣକୁ ନେଇ ଛୋଟ ଛୋଟ ଶିଶୁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଯାହାକୁ ନେଇ ଉକ୍ତ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଗୋଟିଏ ଗୋଷ୍ଠୀର ୧୦ ରୁ ଅଧିକ ଯୁବକ ଅନ୍ୟ ଗୋଷ୍ଠୀର କୁନା ସାହୁ, ଦିନେଶ ସାହୁ, ଲାଲୁ ସାହୁ ଓ ସୁଭାଷ ଚନ୍ଦ୍ର ସାହୁଙ୍କୁ ଆକ୍ରମଣ କରିଥିଲେ। ପରେ କୁନା ସାହୁ ଏନେଇ ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ।