ଶ୍ରୀନଗର ବିମାନବନ୍ଦରରୁ ୨ ଆମେରିକୀୟ ଅଟକ, ପୋଲିସର ତଦନ୍ତ ଜାରି

ଶ୍ରୀନଗର,୧୯ା୪: ଶ୍ରୀନଗର ବିମାନବନ୍ଦରରୁ ରବିବାର ୨ଜଣ ଆମେରିକୀୟଙ୍କୁ ଅଟକ ରଖାଯାଇଛି। ବିମାନବନ୍ଦରରେ ଯାଞ୍ଚ ବେଳେ ସେମାନଙ୍କ ଲଗେଜ୍‌ରୁ ସାଟେଲାଇଟ୍‌ ଫୋନ୍‌ ମିଳିଥିବା ସୁରକ୍ଷା ଅଧିକାରୀଙ୍କ ସୂତ୍ରରୁ କୁହାଯାଇଛି। ସୁରକ୍ଷା ଅଧିକାରୀ ସେମାନଙ୍କୁ ପଚରାଉଚରା କରିବା ପରେ ଅଧିକ ତଦନ୍ତ ପାଇଁ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଅଟକ ଆମେରିକୀୟଙ୍କ ମଧ୍ୟରୁ ଜଣେ ମୋଣ୍ଟାନା ଅଞ୍ଚଳର ବୋଲି ଜଣାପଡ଼ିଛି।

ସରକାରଙ୍କ ଅନୁମତି ବିନା ଭାରତରେ ସାଟେଲାଇଟ୍‌ ଫୋନ୍‌ ବ୍ୟବହାର କରିବା ମନା ରହିଛି। ଭାରତୀୟ ଟେଲିଗ୍ରାଫ୍‌ ଆଇନ ଏବଂ ଅନ୍ୟାନ୍ୟ ସୁରକ୍ଷା ନିୟମ ଅନୁଯାୟୀ ସାଟେଲାଇଟ୍‌ ଫୋନ୍‌ ରଖିବା ଲୋକଙ୍କୁ ଅଟକ କିମ୍ୱା ଗିରଫ କରାଯିବା ସହ ଫୋନ୍‌ ଜବତ କରିବାର ନିୟମ ରହିଛି। ତେଣୁ ସାଟେଲାଇନ୍‌ ଯୋଗାଯୋଗ ଉପକରଣ ଆଣିବା କିମ୍ୱା ବ୍ୟବହାର କରିବା ଲାଗି ଟେଲିକମ୍‌ ବିଭାଗରୁ ଲିଖିତ ଅନୁମତି ଆଣିବା ବାଧ୍ୟତାମୂଳକ କରାଯାଇଛି।

Share