ଦିଗପହଣ୍ଡି,୧୨।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଗତ କିଛିଦିନ ଧରି ଆତଙ୍କ ସୃଷ୍ଟି କରୁଥିବା ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ଜଣେ ନାବାଳକଙ୍କ ସମେତ ୨ ଅଭିଯୁକ୍ତଙ୍କୁ ବୁଧବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୪୦୭/୨୫ ଅନୁଯାୟୀ ଦିଗପହଣ୍ଡିର ଜଣେ ନାବାଳକଙ୍କୁ ବ୍ରହ୍ମପୁରସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯିବା ପରେ ତାଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ସେହିପରି ଅନ୍ୟ ୨ ଅଭିଯୁକ୍ତ ଦିଗପହଣ୍ଡି ସାହାଣୀ ସାହିର ହିମାଂଶୁ ଦାସ ଏବଂ କୁଶପଡ଼ା ଗ୍ରାମର ଶତ୍ରୁଘ୍ନ ବିଷୋୟୀଙ୍କୁ କୋର୍ଟ ଚାଲାଣ କରାଯିବାପରେ ଜାମିନ ଆବେଦନ ଖାରଜ ହେବାରୁ ଦିଗପହଣ୍ଡି ସବଜେଲ୍ ହାଜତକୁ ପଠାଇ ଦିଆଯାଇଛି। ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ ଟାରେ ଦିଗପହଣ୍ଡି ବସଷ୍ଟାଣ୍ଡ – ପୁଞ୍ଜିକଂୟା ଛକ ମୁଖ୍ୟରାସ୍ତା କଡରେ ଥିବା ମାଛ ଦୋକାନରେ ଠିଆ ହୋଇଥିବା ପାଟପୁର ଥାନା ଖୋଲଡି ଗ୍ରାମର ଏସ୍ ଜଗନ୍ନାଥ ଦୋରାଙ୍କୁ ମାଡ଼ ମାରି ଅଭିଯୁକ୍ତଙ୍କଠାରୁ ୧ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା।


