ଆଜିଠାରୁ ଯୁକ୍ତ ୨ ଖାତାଦେଖା

ଭୁବନେଶ୍ୱର,୨୨।୩(ଅନୁରାଧା ମହାରଣା):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ବାର୍ଷିକ ପରୀକ୍ଷା ଖାତା ମୂଲ୍ୟାୟନ ଶୁକ୍ରବାରଠାରୁ ଆରମ୍ଭ ହେବ। ଚଳିତଥର ୨ଟି ପର୍ଯ୍ୟାୟରେ ଖାତା ଦେଖାହେବ। ପ୍ରଥମ ପର୍ଯ୍ୟାୟ ଖାତାଦେଖା ଏପ୍ରିଲ ୨ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ଏପ୍ରିଲ ୪ରୁ ୧୫ ତାରିଖ ଯାଏ ଚାଲିବ। ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଉଭୟ ଅଫ୍‌ଲାଇନ୍‌ ଓ ଇ-ମୂଲ୍ୟାୟନ କରାଯିବ। ୬୯ଟି ଜୋନ୍‌ରେ ଅଫଲାଇନ୍‌ ଖାତାଦେଖା ହେବ। ସେହିପରି ୪୧ଟି ଜୋନ୍‌ରେ ଅନଲାଇନ୍‌ ମୂଲ୍ୟାୟନ ପାଇଁ ନିଷ୍ପତ୍ତି ହୋଇଛି। ଭୋକେଶନାଲ୍‌ ଟ୍ରେଡ୍‌କୁ ବାଦ ଦେଲେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ସମସ୍ତ ବିଷୟ, ଇଣ୍ଟିଗ୍ରେଟେଡ୍‌ ଭୋକେଶନାଲ୍‌ ବିଷୟ ଏବଂ କଳା ବିଭାଗର ଅନ୍ୟ ସମସ୍ତ ମାତୃଭାଷା ବିଷୟର ଇ- ମୂଲ୍ୟାୟନ କରାଯିବ। କଳା ବିଭାଗର ଅନ୍ୟ ସମସ୍ତ ବିଷୟର ଅଫଲାଇନ୍‌ ଖାତାଦେଖା ହେବ। ପ୍ରଥମ ପର୍ଯ୍ୟାୟ ଅଫଲାଇନ୍‌ ଖାତାଦେଖା ପାଇଁ ୨୮୦୦ ଶିକ୍ଷକ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୩୭୦୦ ଶିକ୍ଷକ ନିଯୁକ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୩ ଦିନରେ ସହରରୁ ୨୪ ଡେଙ୍ଗୁ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୧୪।୬ (ବନ୍ଦନା ସେଠୀ): ବର୍ଷାଋତୁ ଆରମ୍ଭ ନ ହେଉଣୁ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଇଛି। ରାଜ୍ୟରେ ଡେଙ୍ଗୁ ସଂକ୍ରମଣରେ ଖୋର୍ଦ୍ଧା ଜିଲା ସର୍ବଦା ଆଗରେ...

ମହାପ୍ରଭୁଙ୍କ ନୀତିରେ ବିଳମ୍ବ

ପୁରୀ,୧୪ା୬: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ଶୁକ୍ରବାର ବିଳମ୍ବ ହୋଇଛି। ରାତ୍ର ପହୁଡ଼ ବିଳମ୍ବ ହେବାରୁ ଦ୍ବାର ଫିଟା ନୀତି ବିଳମ୍ବ ହୋଇଥିବା ଜଣାପଡ଼ିଛି। ତେବେ ଦ୍ବାର...

ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଆଲୋଚନା, ଏମିତି ହେବ ଆଶା କରି ନ ଥିଲୁ: ଉଷା ଦେବୀ

ଭୁବନେଶ୍ୱର,୧୪।୬(ଅନିଲ ଦାସ): ଗତ ନିର୍ବାଚନରେ ବିଜେଡିର ପରାଜୟ ପରେ ନବୀନ ନିବାସକୁ ବିଜେଡି ନେତାମାନେ ନିୟମିତ ବ୍ୟବଧାନରେ ଆସି ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ୍‌...

ଆସିଛି ରଜ

ଭୁବନେଶ୍ୱର,୧୪।୬(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଶାର ଗଣପର୍ବ ‘ରଜ’ ପାଇଁ ରାଜଧାନୀ ଉତ୍ସବ ମୁଖରିତ। ଏଥିପାଇଁ ସମସ୍ତଙ୍କ ମନରେ ଉଲ୍ଲାସ ଓ ଉତ୍ସାହ ଭରିଯାଇଛି। ସବୁଠି ପୋଡ଼ପିଠା, ପାନଭଙ୍ଗା...

ଓଲଟିଲା ପିକଅପ୍‌: ୨ ମୃତ, ୧୪ ଆହତ

କୋଣାର୍କ, ୧୪।୬: ପହିଲି ରଜରେ ପୁରୀରୁ ଆସିଛି ଭୟଙ୍କର ଦୁର୍ଘଟଣାର ଖବର। କାକଟପୁର-ନୟାହାଟ ରାସ୍ତାର ଜଗନ୍ନାଥପୁର ନିକଟରେ ଏକ ପିକଅପ୍‌ ଓଲଟାଇବାରୁ ୨ ମୃତ୍ୟୁ ବାରଣ...

୨୦ରେ ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର,୧୪।୬(ଅନିଲଦାସ): ଆସନ୍ତା ୧୮ ଓ ୧୯ ତାରିଖରେ ନବନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରିବେ। ସେହିପରି ୨୦ ତାରିଖରେ ବାଚସ୍ପତି ନିର୍ବାଚନ କରାଯିବ। ଏ ନେଇ...

ଓଡ଼ିଶାରେ କାର୍ଯ୍ୟକାରୀ ହେବ ପିଏମ୍‌ ଶ୍ରୀ ସ୍କୁଲ, ପିଏମ୍‌ ଉଷା ଯୋଜନା: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୪।୬(ସୁନିତ୍‌ ମିଶ୍ର): ଓଡ଼ିଶା ସମେତ ଭାରତବର୍ଷରେ ଜାତୀୟ ଶିକ୍ଷାନୀତିର କ୍ରିୟାନ୍ବୟନକୁ ଗତି ଦିଆଯିବ। ବିଶେଷଭାବେ ଓଡ଼ିଶାରେ ନବଗଠିତ ଭାଜପା ସରକାର ସହଯୋଗରେ ଓଡ଼ିଶାରେ ପିଏମ୍‌...

ଡିଭାଇଡରରେ ପିଟି ହୋଇ ପଡ଼ିବା ପରେ ମାଡ଼ିଗଲା ଟ୍ୟାଙ୍କର

ରାୟଗଡ଼ା,୧୩।୬(ଆଶିଷ ରଞ୍ଜନ ପଣ୍ଡା): ଏକ ଟ୍ୟାଙ୍କର ମାଡ଼ିଯିବାରୁ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ରାୟଗଡା ଜିଲା ଚାନ୍ଦିଲି ଥାନା ଅଧୀନ ଭାକୁରଗୁଡା ଗାଁ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri