Categories: ଜାତୀୟ

୨୪ ଘଣ୍ଟାରେ ୨ଲକ୍ଷ ୭୧ ହଜାର କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,୧୬।୧: ଦେଶରେ କରୋନା ଗ୍ରାଫ ବଢି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୭୧ ହଜାର, ୩୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି।

ଏହାକୁ ମିଶାଇ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୫ଲକ୍ଷ ୫୦ ହଜାର ୩୭୭ କରୋନା ରୋଗୀଙ୍କ ଚିକିତ୍ସିତ ହେଉଛନ୍ତି। ଶନିବାର ଦେଶରେ ପଜିଟିଭି ହାର ୧୬.୬୬% ରେକର୍ଡ କରାଯାଇଥିବା ବେଳେ ରବିବାର ୧୬.୨୮ ରେକର୍ଡ ହୋଇଛି।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୩୮ ହଜାର ୩୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ୩୧୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Share