ରେଲଓ୍ବେକୁ ୨.୬୨ ଲକ୍ଷ କୋଟି

ଭୁବନେଶ୍ୱର,୨୪।୭(ଅନୁରାଧା ମହାରଣା): ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ପରେ ରେଳ ଭିତ୍ତିଭୂମି ତଥା ନୂତନ ଟ୍ରେନକୁ ମଜଭୁତ କରିବା ପାଇଁ ବଜେଟରେ କିଛି ବଡ଼ ଘୋଷଣା କରାଯାଇପାରେ ବୋଲି ଆଶା କରାଯାଉଥିଲା, ମାତ୍ର ସେପରି କିଛି ଦେଖିବାକୁ ମିଳିଲା ନାହିଁ। ରେଳ ଯାତ୍ରୀମାନେ ମଧ୍ୟ ଆଶା କରିଥିଲେ ଯେ ବଜେଟରେ ବନ୍ଦେ ଭାରତ ଏବଂ ଅମୃତ ଭାରତ ଟ୍ରେନକୁ ଅଧିକ ଧ୍ୟାନ ଦିଆଯିବ। ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏଭଳି କିଛି ଘୋଷଣା କରିଲେ ନାହିଁ। ଅନ୍ୟପଟେ କେନ୍ଦ୍ର ବଜେଟ ୨୦୨୪-୨୫ ଉପରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, କେନ୍ଦ୍ର ବଜେଟରେ ରେଳ ମନ୍ତ୍ରଣାଳୟକୁ ଏକ ଐତିହାସିକ ଅର୍ଥ ଆବଣ୍ଟନ କରାଯାଇଛି। ରେଳପଥ ବଜେଟରେ ୨.୬୨ ଲକ୍ଷ କୋଟି ଟଙ୍କା ପାଇଛି। ଏହା ଆବଣ୍ଟନର ସବୁଠାରୁ ବଡ଼ ଅଂଶ। ଏଥିରୁ ୧.୮ ଲକ୍ଷ ହଜାର କୋଟି ଟଙ୍କା ସୁରକ୍ଷା ପାଇଁ ଖର୍ଚ୍ଚ ହେବ। ପୁରୁଣା ଟ୍ରାକ ସ୍ଥାନରେ ନୂତନ ଟ୍ରାକ ସଂସ୍ଥାପନ, ନୂତନ ଟେକ୍ନୋଲୋଜି ସହିତ ସିଗ୍‌ନାଲ ସିଷ୍ଟମ ବିକାଶ ଏବଂ ଫ୍ଲାଏ ଓଭର-ଅଣ୍ଡରପାସ ନିର୍ମାଣ ଏବଂ ଟ୍ରେନରେ କବଚ ସ୍ଥାପନ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ।
ରେଳମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ ଗତ ଦଶ ବର୍ଷ ମଧ୍ୟରେ ମୋଦି ସରକାର ଯେଉଁ ସବୁ କାର୍ଯ୍ୟ କରିଛନ୍ତି, ଆମେ ତୃତୀୟ ପର୍ଯ୍ୟାୟରେ ଦୁଇଗୁଣ ବେଗରେ ସେହି ପ୍ରକଳ୍ପଗୁଡ଼ିକୁ ଆଗକୁ ବଢ଼ାଇବୁ। ଆଗାମୀ ଦିନରେ ଆମେ ରେଳ ଭିତ୍ତିଭୂମିକୁ ମଜଭୁତ କରିବୁ, ରେଳ ଇଞ୍ଜିନ ଏବଂ କୋଚ ଉତ୍ପାଦନ ବୃଦ୍ଧି କରିବୁ। ସାଧାରଣତଃ ନିମ୍ନଶ୍ରେଣୀ ଏବଂ ମଧ୍ୟବିତ୍ତ ଲୋକମାନେ ଯାତ୍ରା ପାଇଁ ରେଳ ବ୍ୟବହାର କରନ୍ତି। ପୂର୍ବ ତୁଳନାରେ ସାଧାରଣ କୋଚରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତ ଆର୍ଥିକ ବର୍ଷରେ ୭୦୦ କୋଟି ଲୋକ ରେଳପଥରେ ଯାତ୍ରା କରିଛନ୍ତି। ତେଣୁ ନିକଟରେ ରେଳପଥ ୨୫୦୦ ଜେନେରାଲ କୋଚ ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବୈଷ୍ଣବ ସୂଚନା ଦେଇଛନ୍ତି। ବଜେଟ ୨୦୨୪ରେ ସେମାନଙ୍କ ଅନୁମୋଦନ ଗ୍ରହଣ କରାଯାଇଛି। କିଛି ଦିନ ପୂର୍ବରୁ କବଚ ସିଷ୍ଟମ୍‌ ୪.୦ ଲାଗୁ ହୋଇଛି। ଏହାକୁ ଟ୍ରେନରେ ସ୍ଥାପନ କରିବାର ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ ବୋଲି ସେ କହିଛନ୍ତି।
ସୂଚନା ଥାଉକି, ଅର୍ଥମନ୍ତ୍ରୀ ଚଳିତ ବର୍ଷ ଫେବୃଆରୀ ୧ ରେ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିଥିଲେ। ରେଳପଥକୁ ୨.୫୨ ଲକ୍ଷ କୋଟି ଟଙ୍କା ଦେବାକୁ ଆଲୋଚନା ହୋଇଥିଲା। ଏହି ସପ୍ଲିମେଣ୍ଟାରୀ ବଜେଟରେ ରେଳପଥ ପାଇଁ ଅଧିକ ଅର୍ଥ ଆବଣ୍ଟନ କରାଯିବ ବୋଲି ବିଶ୍ୱାସ ରହିଥିଲା। ମାତ୍ର ବଜେଟରେ ଏହିପରି କିଛି ଘୋଷଣା ନ ହେବାରୁ ଲୋକମାନେ ନିରାଶ ହୋଇଛନ୍ତି। ଏହାର ପ୍ରଭାବରେ ମଙ୍ଗଳବାର ରେଳପଥ ସମ୍ବନ୍ଧୀୟ କମ୍ପାନୀଗୁଡିକର ଶେୟାରକୁ ଖସିଛି। ରେଳପଥର ଆଇଆର୍‌ସିଟିସି ମଧ୍ୟ ଏଥିରୁ ବର୍ତ୍ତିନାହିଁ। ଏହା ୩.୩୧ ପ୍ରତିଶତ ହ୍ରାସ ଘଟିଛି। ସକାଳେ ଏହା ୧,୦୧୫.୭୦ ଟଙ୍କା ଖୋଲିବାବେଳେ ୯୭୩ ଟଙ୍କାରେ ବନ୍ଦ ହୋଇଥିଲା। ସେହିପରି ଆଇଆର୍‌ଏଫ୍‌ସି ସେୟାର ୫ ପ୍ରତିଶତ ହ୍ରାସ ପାଇଛି। ୨୦୭ ଟଙ୍କାରେ ଖୋଲି ୧୯୪ ଟଙ୍କାରେ ବନ୍ଦ ହୋଇଯାଇଥିଲା। ଅନ୍ୟପଟେ ଆର୍‌ଭିଏନ୍‌ଏଲ୍‌ ଶେୟାର ୫% ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ସକାଳେ ଏହା ୬୩୪.୮୦ ଟଙ୍କାରେ ଖୋଲି ୫୯୦.୩୦ ଟଙ୍କାରେ ବନ୍ଦ ହୋଇଥିଲା। ରେଳବାଇ ପାଇଁ ସୁରକ୍ଷା ବ୍ୟବସ୍ଥା ସମେତ ଅନ୍ୟାନ୍ୟ ସୁବିଧା ଯୋଗାଉଥିବା ରେଲ୍‌ଟେଲ କମ୍ପାନୀର ଅଂଶଧନ ୬.୨୧ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ସକାଳେ ଏହା ୫୪୧.୫୦ ଟଙ୍କାରେ ଖୋଲିପ୍ରାୟ ୪୯୧ ଟଙ୍କା ବନ୍ଦ ହୋଇଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri