Categories: ବାଣିଜ୍ୟ

ଫେବୃୟାରୀରେ ୨.୪୭ ଲକ୍ଷ ୟୁନିଟ୍‌ ଗାଡ଼ି ବିକ୍ରି

ନୂଆଦିଲ୍ଲୀ,୬।୩: ଦେଶର ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାତା ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଚଳିତ ବର୍ଷ ଫେବୃୟାରୀର ଗାଡି ବିକ୍ରି ସମ୍ପର୍କରେ ଘୋଷଣା କରାଯାଇଛି ା ବିଶେଷ କରି ୨୦୨୩ ଫେବୃୟାରୀରେ କମ୍ପାନି ମୋଟ ୨,୪୭,୧୭୫ ୟୁନିଟ ଯାନ ବିକ୍ରି କରିଛି। ଏପରିକି କମ୍ପାନୀ ମୋଟ ୨୦,୧୧୧ ୟୁନିଟ ଯାନ ରପ୍ତାନି କରିଥିବା ବେଳେ ୨,୨୭,୦୬୪ ୟୁନିଟ୍‌ ଗାଡି ଘରୋଇ ବଜାରରେ ବିକ୍ରି କରିଥିବା ଜଣାପଡିଛି। ସେହିଭଳି କମ୍ପାନୀ ବ୍ରାଣ୍ଡର ପ୍ରିମିୟମ ମୋଟରସାଇକେଲ ବିଜ୍‌ନେସର ସମ୍ପ୍ରସାରଣ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି ା ବିଶେଷ କରି କେରଳର କନୌର, ପଶ୍ଚିମବଙ୍ଗର ରଘୁନାଥଗଞ୍ଜ ଏବଂ ବିହାରର ପାଟନାଠାରେ କମ୍ପାନୀ ତା’ର ବିଗ୍‌ଓ୍ବିଙ୍ଗ ସୋ’ରୁମର ଶୁଭାରମ୍ଭ କରିଛି ା କମ୍ପାନି ସଡ଼କ ସୁରକ୍ଷା କ୍ଷେତ୍ରରେ ରାଜସ୍ଥାନର ଜୟପୁରସ୍ଥିତ ଏହାର ଟ୍ରାଫିକ ଟ୍ରେନିଂ ପାର୍କର ୧୦ମ ପୂର୍ତ୍ତୀ ଉତ୍ସବ ପାଳନ କରିଛି ା

Share