୨ ଇଞ୍ଜେକଶନ ଦେଇ ୨.୨୨ ଲକ୍ଷ ଠକେଇ ଅଭିଯୋଗ

କଟକ ଅଫିସ,୨୬/୧୨: ସ୍ଥାନୀୟ ଏକ ଘରୋଇ ମେଡିକାଲ ୨ଟି ଇଞ୍ଜେକସନ ଦେଇ ଜଣେ ରୋଗୀଙ୍କଠାରୁ ୨.୨୨ ଲକ୍ଷ ଟଙ୍କା ଠକିନେଇଥିବା ଚାଉଳିଆଗଞ୍ଜ ଥାନାରେ ରବିବାର ଅଭିଯୋଗ ହୋଇଛି। ଝାଡ଼ଖଣ୍ଡର ଜଣେ ରୋଗୀ ଚିକିତ୍ସା ପାଇଁ ଉକ୍ତ ମେଡିକାଲକୁ ଆସିଥିଲେ। ସେଠାରେ ତାଙ୍କୁ ଗୋଟିକୁ ୨୩,୬୪୮ ଟଙ୍କା ମୂଲ୍ୟର ଦୁଇଟି ଇଞ୍ଜେକଶନ ଦିଆଯାଇଥିବା ଦର୍ଶାଯାଇଛି। ହେଲେ ସମ୍ପୃକ୍ତ ଘରୋଇ ମେଡିକାଲ ରୋଗୀଙ୍କୁ ଠକି ତାଙ୍କଠାରୁ ୨.୨୨ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଆଇଆଇସି ଶଶୀକାନ୍ତ ରାଉତ କହିଛନ୍ତି, ଏନେଇ ଥାନାରେ ଏକ ଷ୍ଟେଶନ ଡାଏରି କରାଯାଇଛି। ଅଭିଯୋଗକୁ ନେଇ ତଦନ୍ତ ଚାଲିଛି।