Categories: ଖେଳ

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଓ୍ବେଲିଂଟନ,୧୭।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନିଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜ ଆଜିଠାରୁ ଆରମ୍ଭ ହେଉଛି। ଓ୍ବେଲିଂଟନରେ ଉଭୟ ଦଳ ମୁହାଁମୁହିଁ ହେବେ। ଟି-୨୦ ବିଶ୍ୱକପରେ ସେମିଫାଇନାଲରେ ଉଭୟ ଦଳ ବାଦ ପଡିଥିଲେ। ଟିମ ଇଣ୍ଡିଆ ଏବଂ କିୱି ଦଳ ସେହି ପରାଜୟକୁ ଭୁଲି ଏକ ନୂତନ ଆରମ୍ଭ କରିବାକୁ ଚେଷ୍ଟା କରିବେ।
ଏହି ସିରିଜରେ ଭାରତର ନିୟମିତ ରୋହିତ ଶର୍ମା ଏବଂ ଉପ-ଅଧିନାୟକ କେ.ଏଲ ରାହୁଲ ଖେଳୁ ନାହାଁନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ଏହାପୂର୍ବରୁ ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଆୟର୍ଲାଣ୍ଡରୁ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଜିତିଥିଲା। ଅନ୍ତର୍ଜାତୀୟ ସ୍ତରରେ ପ୍ରଥମ ଥର ପାଇଁ ଏକ ବଡ ଦଳ ବିପକ୍ଷରେ ହାର୍ଦ୍ଦିକ ଅଧିନାୟକ ହେବେ।
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ୧୮ ନଭେମ୍ବର ଅର୍ଥାତ୍‌ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଏହି ମ୍ୟାଚ୍‌ ୱେଲିଂଟନରେ ଖେଳାଯିବ। ଭାରତୀୟ ସମୟ ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହେବ। ଟସ ସକାଳ ୧୧.୩୦ରେ ହେବ। ନ୍ୟୁଜିଲାଣ୍ଡ ଗସ୍ତରେ ଭାରତର ଟି-୨୦ ମ୍ୟାଚ ଟେଲିକାଷ୍ଟ କରିବାର ଅଧିକାର ଡିଡି ସ୍ପୋର୍ଟସ ନିକଟରେ ରହିଛି। ମାଗଣାରେ ଏହି ମ୍ୟାଚ ଉପଭୋଗ କରିପାରିବେ। ଏହି ମ୍ୟାଚର ଲାଇଭ ଷ୍ଟ୍ରିମିଂ ଆମାଜନ ପ୍ରାଇମ ଭିଡିଓ ଆପରେ ଦେଖିବାକୁ ମିଳିବ।

Share