Categories: ଜାତୀୟ

ପଞ୍ଜାବ ସେକ୍ଟରରେ ମୁତୟନ ହେଲା ପ୍ରଥମ ଏସ୍‌-୪୦୦ ସ୍କ୍ବାଡ୍ରନ

ନୂଆଦିଲ୍ଲୀ,୨୧।୧୨: ଦେଶରେ ପ୍ରଥମ ଥର ପାଇଁ ପଞ୍ଜାବ ସେକ୍ଟରରେ ଏସ୍‌-୪୦୦ ପ୍ରତିରକ୍ଷା ମିସାଇଲ ସିଷ୍ଟମ ମୁତୟନ କରିଛି ଭାରତୀୟ ବାୟୁ ସେନା (ଆଇଏଏଫ୍‌)। ଦୁଇ ପଡ଼ୋଶୀ ଚାଇନା ଓ ପାକିସ୍ତାନକୁ କଡ଼ା ଜବାବ ଦେବା ଉଦ୍ଦେଶ୍ୟରେ ରୁଷିଆରେ ନିର୍ମିତ ପ୍ରତିରକ୍ଷା ସିଷ୍ଟମ ସେଠାରେ ମୁତୟନ କରାଯାଇଥିବା କୁହାଯାଇଛି।

ଏସ୍‌-୪୦୦ର ପ୍ରଥମ ସ୍କ୍ବାଡ୍ରନ ପଞ୍ଜାବ ସେକ୍ଟରରେ ମୁତୟନ କରାଯାଇଛି। ଏହା ପାଖରେ ଅଛି ୪୦୦ କିମି ଦୂରରୁ ଶତ୍ରୁର ମିସାଇଲ ଏବଂ ବିମାନକୁ ଖସାଇ ଦେବାର ଦକ୍ଷତା। ଏହି ମିସାଇଲ ସିଷ୍ଟମର ପାଟର୍‌ସ ଚଳିତ ମାସରେ ଭାରତକୁ ଉଭୟ ସମୁଦ୍ର ଓ ବିମାନ ମାଧ୍ୟମରେ ଅଣାଯାଇଛି। ଆଶା କରାଯାଉଛି ଏହି ସିଷ୍ଟମ ଆସନ୍ତା କିଛି ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେବ। ଏହି ସିଷ୍ଟମକୁ ବ୍ୟବହାର କରିବା ପାଇଁ ବାୟୁ ସେନାର ଅଧିକାରୀଙ୍କୁ ରୁଷିଆରେ ଟ୍ରେନିଂ ଦିଆଯାଇଥିଲା। ଏସ୍‌-୪୦୦ ଡିଫେନ୍ସ ସିଷ୍ଟମରେ ୪ ପ୍ରକାର ମିସାଇଲ ରହିଛି, ଯାହାକି ଶତ୍ରୁର ଯୁଦ୍ଧ ବିମାନ, ବାଲିଷ୍ଟିକ୍‌ ମିସାଇଲ ଏବଂ ଏଡବ୍ଲ୍ୟୁଏସିଏସ୍‌ ବିମାନକୁ ୪୦୦ କିମି ଦୂରରୁ ଖସାଇ ଦେବ।

Share