ପର୍ଥ,୧୯।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ODI(ଦିନିକିଆ) ପର୍ଥର Optus ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମୁକାବିଲା ଦିନିକିଆ ଅଧିନାୟକ ଭାବେ ଗିଲ୍ଙ୍କ ପ୍ରଥମ ମ୍ୟାଚ୍। ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଅର୍ଥାତ ଭାରତ ଟିମ୍ ପ୍ରଥମେ ବ୍ୟାଟିଂ କରିବ। ପର୍ଥରେ ଭାରତ ପକ୍ଷରୁ ନୀତିଶ ରେଡ୍ଡୀ ଡେବ୍ୟୁ କରୁଛନ୍ତି। ତାଙ୍କୁ ରୋହିତ ଶର୍ମା ଡେବ୍ୟୁ କ୍ୟାପ୍ ପ୍ରଦାନ କରିଥିଲେ।
ଭାରତ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ODI ଫର୍ମାଟରେ ଖେଳିବାକୁ ଯାଉଛି। ପର୍ଥ ଷ୍ଟାଡିୟମରେ ଆୟୋଜକ ଅଷ୍ଟ୍ରେଲିଆର ୧୦୦% ପରାଜୟ ରେକର୍ଡ ଅଛି। ସେମାନେ ସେଠାରେ ତିନୋଟି ମ୍ୟାଚ୍ ଖେଳିଛନ୍ତି ଏବଂ ସମସ୍ତ ହାରିଛନ୍ତି।
ପର୍ଥରେ ରୋହିତ ଶର୍ମା ଇତିହାସ ରଚିବେ। କାରଣ ଏହା ତାଙ୍କର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ହେବ। ସେ ଏହି ଉପଲବ୍ଧି ହାସଲ କରିଥିବା ବିଶ୍ୱର ୧୧ତମ ଏବଂ ଭାରତର ୫ମ କ୍ରିକେଟର ହେବେ।
ଭାରତର ପ୍ଲେଇଂ ୧୧:
ରୋହିତ ଶର୍ମା, ଶୁଭମନ ଗିଲ (ଅଧିନାୟକ), ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ଅକ୍ଷର ପଟେଲ, ନୀତିଶ ରେଡ୍ଡୀ, ୱାଶିଂଟନ ସୁନ୍ଦର, ହର୍ଷିତ ରାଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ
ଅଷ୍ଟ୍ରେଲିଆର ପ୍ଲେଇଂ ୧୧:
ଟ୍ରାଭିସ୍ ହେଡ୍, ମିଚେଲ ମାର୍ଶ (ଅଧିନାୟକ), ମାଥ୍ୟୁ ସର୍ଟ, ମ୍ୟାଟ୍ ରେନଶା, ଜୋଶ ଫିଲିପ୍ସ, ମିଚେଲ ଓୱେନ୍, କୁପର କନୋଲି, ମିଚେଲ ଷ୍ଟାର୍କ, ନାଥନ୍ ଏଲିସ୍, ମ୍ୟାଟ୍ କୁନହେମାନ, ଜୋଶ ହାଜେଲଉଡ୍