ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ ଉପରେ ବଡ଼ ପ୍ରଭାବ ପକାଇବାକୁ ଯାଉଛି। ଏହି ପରିବର୍ତ୍ତନ ଗୁଡ଼ିକରେ ରୋଷେଇ ଗ୍ୟାସ ମୂଲ୍ୟଠାରୁ ଆରମ୍ଭ କରି ସ୍ପିଡ ପୋଷ୍ଟ ପର୍ଯ୍ୟନ୍ତ ପ୍ରସ୍ତୁତ କରାଯାଇଥିବା ନୂତନ ନିୟମ ସାମିଲ ରହିଛି। ଆସନ୍ତୁ ଜାଣିବା ଯେ ଆଜି ଅର୍ଥାତ୍‌ ଅଗଷ୍ଟ ୧, ୨୦୨୬ ରୁ କେଉଁସବୁ ନୂତନ ପରିବର୍ତ୍ତନଗୁଡ଼ିକ କାର୍ଯ୍ୟକାରୀ ହେବାକୁ ଯାଉଛି, ଯାହା ବିଷୟରେ ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଅଟେ।

ରକ୍ଷାବନ୍ଧନ ପର୍ବ ଆସୁଛି। ଏହାର ପୂର୍ବରୁ ହିଁ ଭାରତୀୟ ଡାକ ବିଭାଗ ଏହା ସ୍ପଷ୍ଟ କରିଛି ଯେ ୫୦୦ ଗ୍ରାମ ପର୍ଯ୍ୟନ୍ତ ରାକ୍ଷୀର ଲଫାଫାକୁ ପାର୍ସଲ ନୁହେଁ, ବରଂ ଡକ୍ୟୁମେଣ୍ଟ ବର୍ଗରେ ରଖାଯିବ। ଏହାଦ୍ୱାରା ଭଉଣୀମାନେ କମ ଖର୍ଚ୍ଚରେ ସେମାନଙ୍କ ଭାଇ ପାଇଁ ରାକ୍ଷୀ ପଠାଇ ପାରିବେ। ଏହା ବ୍ୟତୀତ, ଦିଲ୍ଲୀ, ମୁମ୍ବାଇ, କୋଲକାତା ସମେତ ୬ଟି ପ୍ରମୁଖ ମହାନଗର ପାଇଁ ନୂତନ ଡେଲିଭରି ସେବା ମଧ୍ୟ ଆରମ୍ଭ କରାଯାଇଛି। ଏଥିରେ ୫୦ ଗ୍ରାମ ପର୍ଯ୍ୟନ୍ତ ସ୍ଥାନୀୟ ଖଫାଫା ପାଇଁ ୩୮ ଟଙ୍କା ଏବଂ ସମଗ୍ର ଦେଶ ପାଇଁ ୯୪ ଟଙ୍କା (ଜିଏସଟି ସହିତ) ବେସ ରେଟ ସ୍ଥିର କରାଯାଇଛି।

HPCL, BPCL, IOCL ପରି ସରକାରୀ ତୈଳ କମ୍ପାନୀଗୁଡ଼ିକ ପ୍ରତି ମାସର ପ୍ରଥମ ଦିନରେ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ କରିଥାଆନ୍ତି। ଆଜିର ସମୀକ୍ଷା ବୈଠକ ପରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଏବଂ ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ସିଲିଣ୍ଡରର ଦରରେ ପରିବର୍ତ୍ତନ ହୋଇଛି।

ଭାରତୀୟ ରେଳବାଇ ଅଗଷ୍ଟ ୧ ରୁ ତାତ୍କାଳ ଟିକେଟ ବୁକିଂ ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ କରିବାକୁ ଯାଉଛି। ନୂତନ ବ୍ୟବସ୍ଥା ଅଧୀନରେ, ରେଳବାଇ ରିଜର୍ଭେସନ କାଉଣ୍ଟରରେ ତାତ୍କାଳ ଟିକେଟ ବୁକ କରିବାର ପଦ୍ଧତି ବଦଳିଯିବ। ବର୍ତ୍ତମାନ ରିଜର୍ଭେସନ କାଉଣ୍ଟରରେ ଟୋକନ ବଣ୍ଟନ କରିବାର ସମୟ ତାତ୍କାଳ ବୁକିଂ ହେବା ସମୟ ଅନୁଯାୟୀ ସ୍ଥିର କରାଯିବ। ଏପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ଟିକେଟ ବୁକିଂ ପାଇଁ ଆସିବା ପୂର୍ବରୁ ଟୋକନ ନେବା ପାଇଁ ପ୍ରାୟତଃ ଅତିରିକ୍ତ ଧାଡ଼ିରେ ଠିଆ ହେବାକୁ ପଡ଼ୁଥିଲା। ଆଶା କରାଯାଉଛି ଯେ ଏହି ପରିବର୍ତ୍ତନ ଦ୍ୱାରା ପ୍ରକ୍ରିୟା ସହଜ ହେବ ଏବଂ ରିଜର୍ଭେସନ କାଉଣ୍ଟରରେ ଭିଡ଼ କମିବ।

HDFC ଏବଂ IDFC ଫାଷ୍ଟ ବ୍ୟାଙ୍କ ସମେତ ଅନେକ ବଡ଼ ବ୍ୟାଙ୍କ କ୍ରେଡିଟ କାର୍ଡକୁ ନେଇ ସେମାନଙ୍କର ନିୟମଗୁଡ଼ିକୁ ଅପଡେଟ କରିବାକୁ ଯାଉଛି। ଏଥିରେ କ୍ରେଡିଟ କାର୍ଡ ଜରିଆରେ ବିଜୁଳି ବିଲ ପୈଠ କରିବା କିମ୍ବା ଘର ଭଡ଼ା ଦେବା ଉପରେ ବର୍ତ୍ତମାନ ୧% ଅତିରିକ୍ତ ଟ୍ରାଞ୍ଜାକ୍ସନ ଶୁଭ ବୃଦ୍ଧି କରାଯିବା କଥା କୁହାଯାଉଛି। ଏହା ସହିତ ଫୁଏଲ ଏବଂ ଇନ୍ସୁରର୍ସ ପେମେଣ୍ଟ ପରି କିଛି କାଟାଗୋରୀ ଉପରେ ମିଳୁଥିବା ମନ୍ଥଲି ରିୱାର୍ଡ ପଏଣ୍ଟଗୁଡ଼ିକର ସର୍ବାଧିକ ସୀମାକୁ ମଧ୍ୟ ହ୍ରାସ କରାଯାଉଛି।

 

Odisha’s No.1 Odia Daily

 

Share