ଫ୍ଲଏଡ୍‌ଙ୍କ ପରିବାରକୁ ୧୯୬.୨୬ କୋଟି

ଓ୍ବାଶିଂଟନ୍‌, ୧୪ା୩: ଆମେରିକା ପୋଲିସ ହେପାଜତରେ ମୃତ୍ୟୁ ଘଟିଥିବା ଅଶ୍ୱେତ ଜର୍ଜ ଫ୍ଲଏଡ୍‌ଙ୍କ ପରିବାର ସହ ବୁଝାମଣା ପାଇଁ ଚୁକ୍ତିନାମା ସ୍ବାକ୍ଷର କରିଛି ମିନିଆପଲିସ୍‌ ସିଟି କାଉନ୍‌ସିଲ। ଏହି ଚୁକ୍ତି ଅନୁସାରେ ମିନିଆପଲିସ୍‌ ଫ୍ଲଏଡ୍‌ଙ୍କ ପରିବାରକୁ ୨୭ ମିଲିୟନ ଡଲାର (ପ୍ରାୟ ୧୯୬.୨୬ କୋଟି ଟଙ୍କା) ଦେବ ବୋଲି ତାଙ୍କ ଓକିଲ ବେନ କ୍ରମ୍ପ ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି। ମିନିଆପଲିସ୍‌ ସିଟି କାଉନସିଲ ସର୍ବସମ୍ମତି କ୍ରମେ ଏହି ବୁଝାମଣା କରିଛି।
ମେ ୨୫ରେ ଏକ ଦୋକାନରେ ନକଲି ବିଲ୍‌ ବ୍ୟବହାର ଅଭିଯୋଗରେ ଆମେରିକା ପୋଲିସ ଫ୍ଲଏଡ୍‌ଙ୍କୁ ଗିରଫ କରିଥିଲା। ପୋଲିସର ଜଣେ ପୂର୍ବତନ ଅଧିକାରୀ ଡେରେକ ଚାଉଭିନ୍‌ ଫ୍ଲଏଡ୍‌ଙ୍କ ବେକକୁ ପ୍ରାୟ ୯ ମିନିଟ୍‌ ଆଣ୍ଠୁରେ ଚାପି ଧରିଥିଲେ। ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ହେଁ ପୋଲିସ ତାଙ୍କ କଥା ଶୁଣି ନ ଥିଲା। ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଫ୍ଲଏଡ୍‌ ଜଣେ ଅଶ୍ୱେତ ହୋଇଥିବାରୁ ପୋଲିସ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣି ମିନିଆପଲିସ୍‌ ସହ ସମଗ୍ର ଆମେରିକାରେ ବିକ୍ଷୋଭ ଆରମ୍ଭ ହୋଇଥିଲା। ଜାତିଗତ ଭେଦଭାବ ବିରୋଧରେ ‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ନାମରେ ଏହି ଆନ୍ଦୋଳନ ବିଶ୍ୱକୁ ବ୍ୟାପିଥିଲା। ୟୁରୋପ ସମେତ ବିଭିନ୍ନ ଦେଶରେ ବର୍ଣ୍ଣ ଭେଦଭାବର ଶିକାର ହେଉଥିବା ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ସେହି ବର୍ଷ ଜୁଲାଇରେ ଫ୍ଲଏଡଙ୍କ ପରିବାର ପକ୍ଷରୁ ସହର ପ୍ରଶାସନ ବିରୋଧରେ ନାଗରିକ ଅଧିକାର ଉଲ୍ଲଂଘନ ନେଇ ମାମଲା ରୁଜୁ ହୋଇଥିଲା। ଏଥିରେ ଚାଉଭିନ୍‌ଙ୍କ ସମେତ ୩ ପୋଲିସ ଅଧିକାରୀଙ୍କ ଉପରେ ହତ୍ୟା ଅଭିଯୋଗ ରହିଥିଲା।
ବିରୋଧରେ ଏହି ମାମଲାର ଶୁଣାଣି ପାଇଁ ବିଚାର ବିଭାଗୀୟ କାର୍ଯ୍ୟ ଚାଲିଛି। ୧୨ ଜଣଙ୍କ ମଧ୍ୟରୁ ୬ ଜଣ ବିଚାରପତି ମାର୍ଚ୍ଚ ୨୯ରୁ ଏହାର ଶୁଣାଣି କରିବେ। ଚାଉଭିନ୍‌ଙ୍କ ନଁାରେ ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ଚାର୍ଜ ଲାଗିଛି। ଯଦି ଏଥିରେ ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ଅତିବେଶିରେ ୬୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri