ଫରାସୀ ପଣ୍ୟ ଜାହାଜର ଦୁର୍ଘଟଣାକୁ ୧୯୨ବର୍ଷ

ମହାକାଳପଡ଼ା,୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଙ୍ଗୋପସାଗର ପୂର୍ବତଟ ହୁକିଟୋଲା-ମାଦଳି ମୁହାଣ ଅନତି ଦୂରର ବାଲି ଢିପ ଯୋଗୁ ୧୮୩୨ ମସିହାରେ ଫରାସୀ ନିର୍ମିତ ପଣ୍ୟ ବୋଝେଇ ଜାହାଜର ଦୁର୍ଘଟଣା ଘଟିଥିଲା। ଏହାକୁ ଏବେ ୧୯୨ ବର୍ଷ ବିତିଛି। ସୂଚନା ଅନୁସାରେ, ବ୍ରିଟିଶ ଶାସକ ଏହି ପଣ୍ୟ ବୋଝେଇ ଜାହାଜରେ ସମୁଦ୍ର ପଥଦେଇ କୋଲକାତାର ହଳଦିଆ ବନ୍ଦରକୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ନେଇ ମଝି ସମୁଦ୍ରରେ ଯାଉଥିଲା। ସାମୁଦ୍ରିକ ପ୍ରତିକୂଳ ପାଗ ଯୋଗୁ ଜାହାଜ ଦିଗହରା ହୋଇ ବାଲୁକା ଢିପକୂଳରେ ଭାରସାମ୍ୟ ହରାଇ ଫସି ଯାଇଥିଲା। ପରେ ସାମୁଦ୍ରିକ ଝଡ଼ ପ୍ରଭାବରେ ପାଣିରେ ଧୀରେ ଧୀରେ ଜାହାଜ ବୁଡ଼ି ଯାଇଥିବା କୁହାଯାଉଛି। ପରେ ଜାହାଜର ନାବିକମାନେ ବାଧ୍ୟ ହୋଇ ସମୁଦ୍ର କୂଳରେ ଥିବା ବାଲୁକା ପାହାଡ଼କୁ ଅନୁସନ୍ଧାନ କରିଥିଲେ। ଅନ୍ୟ ବୋଟ ଯୋଗେ ନିକଟରେ ଥିବା ବାଲି ପାହାଡ଼ ଆଇଲାଣ୍ଡରେ ପହଞ୍ଚତ୍ ଆଶ୍ରୟ ନେଇଥିଲେ। ପରବର୍ତ୍ତୀ ସମୟରେ ବ୍ରିଟିଶ ଶାସକ ଜାଣିବା ପରେ ନାବିକମାନଙ୍କୁ ଉଦ୍ଧାର କରିଥିଲେ। ଯେଉଁ ସ୍ଥାନରୁ ନାବିକମାନଙ୍କୁ ଉଦ୍ଧାର କରିଥିଲେ ଉକ୍ତ ଆଇଲାଣ୍ଡ ବା ଫଲ୍ସ ପଏଣ୍ଟ ସ୍ଥାନଟି ଘଞ୍ଚ ଜଙ୍ଗଲ ମଧ୍ୟରେ ଥିଲା। ସେହି ସ୍ଥାନଟିକୁ ବ୍ରିଟିଶ ଶାସକମାନେ ସୁରକ୍ଷିତ ମଣି ସମୁଦ୍ରରେ ଯାତାୟାତ କରୁଥିବା ଜାହାଜର ଦିଗ ନିର୍ଣ୍ଣୟ ସୁରକ୍ଷା ପାଇଁ ବତିଘର ୧୮୩୬ରୁ ୧୮୩୮ ମଧ୍ୟରେ ଲାଇଟ୍‌ ହାଉସ୍‌ ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ। ସେହିଦିନଠାରୁ ସମୁଦ୍ରରେ ଜାହାଜ ଯାତାୟାତ ଓ ଦିଗ ନିର୍ଣ୍ଣୟ ପାଇଁ ବୃହତ୍‌ ଉଜ୍ଜ୍ୱଳ ଆଲୋକ ୧୩୮ ଫୁଟ୍‌ ଉଚ୍ଚରେ ଅବସ୍ଥାପିତ କରାଯାଇଥିଲା। ଦେଶ ସ୍ବାଧୀନ ପରେ ରକ୍ଷଣାବେକ୍ଷଣ ଅଭାବରୁ ଜାହାଜରୁ ବହୁ ମୂଲ୍ୟବନ ଯନ୍ତ୍ରାଂଶକୁ ଅସାଧୁ ବ୍ୟବସାୟୀ, ଜଳଦସ୍ୟୁମାନେ ବୋଟରେ ଆସି ନେଇଗଲେ। ଅଦ୍ୟାବଧି ଉକ୍ତ ଜାହାଜର ମଙ୍ଗ ଦୃଶ୍ୟମାନ ହେଉଛି। ଏହି ମୁହାଣ ପଥ ଦେଇ ସ୍ଥାନୀୟ ମତ୍ସ୍ୟଜୀବୀ ବୋଟରେ ଯାତାୟାତ ବେଳେ ସାମୁଦ୍ରିକ ଜୁଆର ଜାଣି ନ ପାରି ମଙ୍ଗରେ ବାଡେଇ ହୋଇ ଦୁର୍ଘଟଣା ହେଉଥିବା ମହାକାଳପଡ଼ା ଜମ୍ବୁ ଅଞ୍ଚଳର ଶକ୍ତିପଦ ମିର୍ଦ୍ଧା, ଶଙ୍କର ମଣ୍ଡଳ, ଗୁରୁପଦ ମଣ୍ଡଳ, ଗୌରହରି ଦାସ, ଫନି ମଣ୍ଡଳ, ହରେକୃଷ୍ଣ ମାନ୍ନା, ରାସ ବିହାରୀ ଦାସ ପ୍ରମୁଖ କହିଛନ୍ତି। ଦୁର୍ଘଟଣା ହୋଇଥିବା ଅଞ୍ଚଳଟି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଅବସ୍ଥିତ ଥିବାରୁ ବନ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ପାଇଁ ବୁଦ୍ଧିଜୀବୀ ବିରଞ୍ଚତ୍ ନାରାୟଣ ଦାସ କହିଛନ୍ତି। ଅପରପକ୍ଷରେ ୨୦୦୯-୧୦ରେ ଆନ୍ତର୍ଜାତିକ ସମୁଦ୍ର ବୁଡାଳି ସବୀର ବକ୍ସ ଏହି ଜାହାଜ ବୁଡିବା ସମ୍ପର୍କରେ ସବିଶେଷ ତଥ୍ୟ ଅନୁସନ୍ଧାନ ଓ ସଂଗ୍ରହ କରିବାକୁ ଯାଇଥିଲେ। ବନ ବିଭାଗର ବିନାନୁମତିରେ ବେଆଇନ ଭାବେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ପ୍ରବେଶ କରି ଥିବାରୁ ସେ ସଂକ୍ରାନ୍ତରେ ତତ୍କାଳୀନ ମହାକାଳପଡ଼ା ରେଞ୍ଜ ଅଧିକାରୀ ମିହିର କୁମାର ପଟ୍ଟନାୟକ ବୁଡାଳୀ ବକ୍ସଙ୍କ ନାମରେ ମାମଲା ରୁଜୁ କରିଥିଲେ। ବତିଘର ଲାଇଟ୍‌ ହାଉସ୍‌ ନିର୍ମାଣ ପରେ ସମୁଦ୍ରରେ ବହୁସଂଖ୍ୟାରେ ଜାହାଜ ଯାତାୟାତରେ ସୁବିଧା ହେଉଛି। ମାଦଳି ମୁହାଣରେ ଦୁର୍ଘଟଣା ହୋଇଥିବା ଜାହାଜର ମଙ୍ଗ ଏବେ ଦୃଶ୍ୟମାନ ହେଉଥିବା ବତିଘର ଓ ହୁକିଟୋଲାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ କହିଛନ୍ତି। ଫରାସୀ ନିର୍ମିତ ଜାହାଜ ଦୁର୍ଘଟଣା ହେବାର କାରଣ ଖୋଜାଗଲେ ଅନେକ ଐତିହାସିକ ତଥ୍ୟ ପ୍ରକାଶ ପାଇପାରନ୍ତା ବୋଲି ପରିବେଶବିତ୍‌ ସମରେନ୍ଦ୍ର ମାହାଳୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri