ଆସିଲେଣି ୬୫ ପ୍ରଜାତିର ୧୯,୧୫୭ ପକ୍ଷୀ

ବାଲୁଗଁା,୨୪ା୧୦(ଡି.ଏନ୍‌.ଏ.):କିଛିଦିନ ହେବ ବାୟୁମଣ୍ଡଳରୁ ଉଷ୍ମତା ହ୍ରାସ ପାଇଥିବା ବେଳେ ଶୀତ ଅନୁଭୂତ ହୋଇଛି। ଫଳରେ ଚିଲିକାକୁ ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀଙ୍କ ଆଗମନ ହେବାରେ ଲାଗିଛି। ରବିବାର ସୁଦ୍ଧା ଚିଲିକାକୁ ୬୫ ପ୍ରଜାତିର ୧୯,୧୫୭ ପକ୍ଷୀଙ୍କ ଆଗମନ ହୋଇଥିବା ବାଲୁଗଁା ବନ୍ୟପ୍ରାଣୀ ବିଭାଗୀୟ ଏସିଏଫ୍‌ ପ୍ରଶାନ୍ତ କୁମାର ପଣ୍ଡା କହିଛନ୍ତି। ତନ୍ମଧ୍ୟରୁ ପକ୍ଷୀ ଅଭୟାରଣ୍ୟ ନଳବଣରେ ୫୦୫୬ ପକ୍ଷୀ ଦୃଷ୍ଟିଗୋଚର ହୋଇଥିବା ବେଳେ ଅବଶିଷ୍ଟ ପକ୍ଷୀ ବାହାର ଚିଲିକା ତଥା ରେଞ୍ଜ୍‌ ଟାଙ୍ଗୀ, ସାତପଡ଼ା, ଚିଲିକା ଓ ରମ୍ଭା ଆଦି ଅଞ୍ଚଳରେ ଅବତରଣ କରିଛନ୍ତି। ପକ୍ଷୀଙ୍କ ଆଗମନରେ ଚିଲିକା ଚଳଚଞ୍ଚଳ ହୋଇଉଠିଛି। ପର୍ଯ୍ୟଟକ ଓ ପକ୍ଷୀ ବିଶାରଦଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଆଗମନ ପକ୍ଷୀଙ୍କ ମଧ୍ୟରୁ ସର୍ବାଧିକ ସଂଖ୍ୟାରେ ଲିଟିଲ୍‌ କର୍ମୋରାଣ୍ଟ ୧୦୮୫, ମଙ୍ଗୋଲିଆନ ପ୍ଲୋଭର ୩୭୦, ଉଡ୍‌ ସାଣ୍ଡ ପାଇପର ୩୪୫, ଗ୍ଲୋସି ଇବିସ୍‌ ୩୪୦, ଲିଟିଲ୍‌ ଇଗ୍ରେଟ୍‌ ୩୩୨, ନାଇଟ୍‌ ହେରନ୍‌ ୨୬୫, କମନକୁଡ୍‌ ୧୧୫ ଚିହ୍ନଟ ହୋଇଥିବା ବେଳେ ଚିଲିକାର ଶୋଭାବର୍ଦ୍ଧନକାରୀ ଆକର୍ଷଣୀୟ ପେଲିକାନ୍‌ (ଏରା) ପକ୍ଷୀ ୭୫ଟି ଦୃଷ୍ଟିଗୋଚର ହୋଇଛନ୍ତି।
ଅକ୍ଟୋବର ପହିଲାରେ ଶୀତ ପଡ଼ିବା ମାତ୍ରେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ। ହେଲେ ଚଳିତବର୍ଷ ଶୀତ ଆଗମନରେ ବିଳମ୍ବ ହୋଇଥିଲେ ସୁଦ୍ଧା ତୃତୀୟ ସପ୍ତାହରେ ପକ୍ଷୀ ଆସି ଚିଲିକାରେ ପାଦ ଥାପିଛନ୍ତି। ସାଇବେରିଆ, ରୁଷିଆ, କାଜାକ୍‌ସ୍ତାନ, ଲଦାଖ, ମାଙ୍ଗୋଲିଆ, ଆମେରିକା, କାନାଡ଼ା ଆଦି ରାଷ୍ଟ୍ରାଞ୍ଚଳରୁ ବିଭିନ୍ନ ପ୍ରଜାତିର ରଙ୍ଗ ବେରଙ୍ଗର ପକ୍ଷୀ ଚିଲିକାରେ ପହଞ୍ଚତ୍ଥାଆନ୍ତି। କୀଟପତଙ୍ଗ, ମାଛ ଓ ତୃଣଜାତୀୟ ଉଦ୍ଭିଦ ଆଦି ଏହି ପକ୍ଷୀଙ୍କ ମୁଖ୍ୟ ଆହାର ପାଲଟିଥାଏ। ନିରାପଦ ବାସସ୍ଥାନ ଓ ଖାଦ୍ୟ ଅନ୍ବେଷଣରେ ପକ୍ଷୀମାନେ ଘୂରିବୁଲିବା ସହ ଅଧିକାଂଶ ଚିଲିକା ଜଳରାଶିରେ ପାଦ ଥାପିଛନ୍ତି। ବିଶେଷକରି ନଳବଣରେ ଜଳସ୍ତର ଅଧିକ ଥିବାରୁ ଚିଲିକା ତଟ ଅଞ୍ଚଳରେ ବହୁସଂଖ୍ୟାରେ ପକ୍ଷୀଙ୍କ ସମାଗମ ହୋଇଥିବା ଦେଖାଯାଇଛି ା
ଅନ୍ୟପକ୍ଷରେ ପକ୍ଷୀଙ୍କ ଆଗମନ ଯୋଗୁ ପକ୍ଷୀ ଶିକାରୀମାନେ ସକ୍ରିୟ ହୋଇପଡ଼ିଥିବା ବେଳେ ସୁରକ୍ଷା ପାଇଁ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ା ଏଥିପାଇଁ ୨୧ଟି କ୍ୟାମ୍ପ୍‌ ଗଠନ ହୋଇଥିବା ବେଳେ ସ୍ଥଳପଥରେ ଗୋଟିଏ ଭ୍ରାମ୍ୟମାଣ ସ୍କ୍ବାଡ୍‌ ନିୟୋଜିତ କରାଯାଇଛି। ବାଲୁଗଁା ବନ୍ୟପ୍ରାଣୀ ବିଭାଗୀୟ ଅଧୀନ ଟାଙ୍ଗୀ ରେଞ୍ଜ୍‌ରେ ସର୍ବାଧିକ ୧୧ଟି କ୍ୟାମ୍ପ, ବାଲୁଗଁା ରେଞ୍ଜ୍‌ ଅଧୀନ ନଳବଣରେ ୪ଟି, ସାତପଡ଼ାରେ ୨ଟି, ରମ୍ଭା ୨ ଓ ଚିଲିକାରେ ୧ଟି କ୍ୟାମ୍ପ୍‌ ପାଇଁ ବ୍ୟବସ୍ଥା କରାଯାଇଛି ା ଭ୍ରାମ୍ୟମାଣ ସ୍କ୍ବାଡ୍‌ ବାଲୁଗଁାଠାରୁ ଟାଙ୍ଗୀ ମଧ୍ୟରେ ସ୍ଥଳଭାଗରେ ବିଭିନ୍ନ ଢାବା ଓ ହୋଟେଲ ଆଦି ଅଞ୍ଚଳରେ ଚଢ଼ାଉ ପାଇଁ ନିୟୋଜିତ କରାଯାଇଛି। ଜଳପଥରେ ପ୍ରତ୍ୟେକ କ୍ୟାମ୍ପ୍‌ରେ ଗୋଟିଏ ଲେଖାଏ ଯନ୍ତ୍ରଚାଳିତ ବୋଟ୍‌ ସମେତ ଜଣେ ବନପାଳ କିମ୍ବା ବନରକ୍ଷୀ ଏବଂ ଚିଲିକା ତଟବର୍ତ୍ତୀ ଗ୍ରାମ ପକ୍ଷୀ ସୁରକ୍ଷା ମଞ୍ଚର ୩ ଜଣ ଲେଖାଏ ସଦସ୍ୟ ସାମିଲ ହୋଇଛନ୍ତି। ଏତଦ୍‌ ବ୍ୟତୀତ ଚିଲିକା ତଟବର୍ତ୍ତୀ ଗ୍ରାମଗୁଡ଼ିକରେ ପକ୍ଷୀ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି। ଗତବର୍ଷ ସମଗ୍ର ଚିଲିକାକୁ ୧୦,୭୪,୧୭୩ ପକ୍ଷୀଙ୍କ ଆଗମନ ହୋଇଥିବା ବିଭାଗୀୟ ଗଣନାରୁ ଜଣାପଡ଼ିଥିଲା। ତେବେ ଚଳିତବର୍ଷ ପ୍ରାଥମିକ ପର୍ଯ୍ୟାୟରେ ବହୁସଂଖ୍ୟାରେ ପକ୍ଷୀଙ୍କ ଆଗମନ ହୋଇଛି। ଆଗକୁ ଶୀତର ମାତ୍ରା ବୃଦ୍ଧି ପାଇଲେ ଗତବର୍ଷଠାରୁ ପକ୍ଷୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବ ବୋଲି ବାଲୁଗଁା ବନ୍ୟପ୍ରାଣୀ ବିଭାଗୀୟ ଏସିଏଫ୍‌ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

ବିଜୟ ଦେବରକୋଣ୍ଡାଙ୍କ ପ୍ରେମ ଆଗରେ ହାରିଗଲେ ରୋନାଲ୍ଡୋ-ମେସି, ଫୁଟବଲ ଖେଳାଳିଙ୍କ ରେକର୍ଡ ଭାଙ୍ଗିଲେ ‘ବିରୋଶ’

ଚେନ୍ନାଇ,୭।୩: ୨୬ ଫେବୃଆରୀରେ ଉଦୟପୁରରେ ଅନୁଷ୍ଠିତ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ଏକ ବିରାଟ କାର୍ଯ୍ୟକ୍ରମଠାରୁ କମ ନଥିଲା। ସେମାନଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମଠାରୁ…

ଉପମୁଖ୍ୟମନ୍ତ୍ରୀ ଯାଉଥିବା ହେଲିକପ୍ଟରରୁ ବାହାରିଲା ଧୂଆଁ: ଆଉ ତା’ପରେ…

ଲକ୍ଷ୍ନୌ,୭।୩: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟରକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। କୌଶାମ୍ବୀ ଅଭିମୁଖେ ଯାଉଥିବା ସମୟରେ ହେଲିକପ୍ଟରଟି ହଠାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri