Categories: ଜାତୀୟ

୨ ସନ୍ତାନ ଥିବା ବିବାହିତା ମହିଳାଙ୍କୁ ବିବାହ କରିବା ପ୍ରତିଶ୍ରୁତି ଦେଇ ୧୯ ବର୍ଷ ବୟସ୍କ ଯୁବକ କଲେ ଏପରି…

ଲକ୍ଷ୍ନୌ, ୨୨।୮: ଜଣେ ବିବାହିତା ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶେଷରେ ହତ୍ୟା କରାଯାଇଛି। ଉତ୍ତରପ୍ରଦେଶ ଅଲୀଗଡ଼ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବଦାୟୁଁରେ ବାସ କରୁଥିବା ଜଣେ ୩୪ ବର୍ଷ ବୟସ୍କା ମହିଳାଙ୍କ ସହିତ ୧୯ ବର୍ଷ ବୟସ୍କ ଯୁବକଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ମହିଳାଙ୍କର ୨ ଜଣ ସନ୍ତାନ ଥିଲେ। ମହିଳା ଜଣକ ଯୁବକଙ୍କ ଉପରେ ବିବାହ କରିବାକୁ ବାରମ୍ବାର ଚାପ ପକାଉଥିଲେ। ତେବେ ଯୁବକ ବିବାହ କରିବାକୁ ଚାହୁଁ ନ ଥିଲେ। ଶେଷରେ ଯୁବକ କ୍ଷଡ଼ଯନ୍ତ୍ର ରଚିଥିଲେ। ମହିଳାଙ୍କୁ ବିବାହ କରିବାକୁ କହି ମୋଟର ସାଇକେଲରେ ବରଲା ଆଣିଥିଲେ। ବାଟରେ ଏକ ନିଛାଟିଆ ଅଞ୍ଚଳରେ ଅଟକି ଯୁବକ ମଦ୍ୟପାନ କରିଥିଲେ। ଶେଷରେ ମଦ ବୋତଳକୁ ମହିଳାଙ୍କ ମୁଣ୍ଡରେ ପିଟିଦେଇଥିଲେ। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିିଥିଲା। ଭୟରେ ଯୁବକ ଜଣକ ମୋଟରସାଇକେଲ ଛାଡ଼ି ଫେରାର ହୋଇଯାଇଥିଲେ। ତଦନ୍ତ କରି ପୋଲିସ ଅଭିଯୁକ୍ତ ଯୁବକଙ୍କ ଗିରଫ କରିଛନ୍ତି। ମହିଳାଙ୍କ ପଡ଼ୋଶୀଙ୍କ ଘରେ ଯୁବକଙ୍କ ଜଣକ ରହୁଥିବା ପୋଲିସ ସୂଚନା ଦେଇଛି।

Share