Posted inଜାତୀୟ

୨୦୦ ବର୍ଷର ଇତିହାସ ଭାଙ୍ଗିଲେ ୧୯ ବର୍ଷରେ ମହେଶ, ଆଶ୍ଚର୍ଯ୍ୟ ହେଲେ ପ୍ରଧାନମନ୍ତ୍ରୀ

ବାରାଣସୀ,୨।୧୨: ୧୯ ବର୍ଷ ବୟସ୍କ ବେଦମୂର୍ତ୍ତି ଦେବବ୍ରତ ମହେଶ ରେଖେ ଶୁକ୍ଳ ଯଜୁର୍ବେଦର (ମାଧ୍ୟନ୍ଦିନ ଶାଖା) ପ୍ରାୟ ୨,୦୦୦ ମନ୍ତ୍ରର ଅତ୍ୟନ୍ତ ଜଟିଳ ଆବୃତ୍ତି ‘ଦଣ୍ଡକ୍ରମ ପାରାୟଣମ୍’ ସମାପ୍ତ କରି ଏକ ଐତିହାସିକ ଆଧ୍ୟାତ୍ମିକ ଉପଲବ୍ଧି ହାସଲ କରିଛନ୍ତି। ବାରାଣସୀରେ ଏହି ଉପଲବ୍ଧି ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବୈଦିକ ପରମ୍ପରାରେ ସବୁଠାରୁ ଜଟିଳ ମନେ କରାଯାଉଥିବା ଏହି କାର୍ଯ୍ୟକୁ ସେ ୫୦ ଦିନର ନିରବଚ୍ଛିନ୍ନ ଆବୃତ୍ତିରେ ସମାପ୍ତ କରିଛନ୍ତି। ପ୍ରାୟ ୨୦୦ ବର୍ଷ ପରେ ଏହା ହେଉଛି ପ୍ରଥମ ଶାସ୍ତ୍ରୀୟ ଶୁଦ୍ଧ ପ୍ରଦର୍ଶନ।

ଦେବବ୍ରତଙ୍କୁ ଏହି ସିଦ୍ଧି ପାଇଁ ୫ ଲକ୍ଷ ଟଙ୍କାର ଏକ ସୁନା ବ୍ରେସଲେଟ ଏବଂ ୧,୧୧,୧୧୬ ଟଙ୍କା ପ୍ରଦାନ କରାଯାଇଛି। ତାଙ୍କୁ ଶୃଙ୍ଗେରୀ ଶାରଦା ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ମିଳିଛି।

ଏହି ଅବସରରେ ରଥଯାତ୍ରା କ୍ରସିଂରୁ ମହମୁରଗଞ୍ଜ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା କରାଯାଇଥିଲା। ୫୦୦ରୁ ଅଧିକ ବୈଦିକ ଛାତ୍ର, ପାରମ୍ପରିକ ସଙ୍ଗୀତଜ୍ଞ ଏବଂ ଶଙ୍ଖଧ୍ୱନୀରେ ବାରାଣସୀ ଏକ ବୈଦିକ ଉତ୍ସବରେ ପରିଣତ ହୋଇଥିଲା।

୧୯ ବର୍ଷୀୟ ଦେବବ୍ରତ ମହେଶ ରେଖେଙ୍କ ଏହି ଉଲ୍ଲେଖନୀୟ ସିଦ୍ଧି ବିଷୟରେ ଜାଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଆନନ୍ଦ ଓ ଗର୍ବ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେବବ୍ରତଙ୍କ ଏହି ସିଦ୍ଧି ଆଗାମୀ ପିଢ଼ିକୁ ଅନୁପ୍ରାଣିତ କରିବ। ଭାରତୀୟ ସଂସ୍କୃତିର ପ୍ରତ୍ୟେକ ଅନୁଗାମୀ ଏହି କଥା ଜାଣି ଖୁସି ହେବେ ଯେ ଯୁବ ବିଦ୍ୱାନ ଜଣକ ଶୁକ୍ଳ ଯଜୁର୍ବେଦର ୨,୦୦୦ ମନ୍ତ୍ରକୁ ୫୦ ଦିନ ଧରି ନିର୍ଭୁଲ ଭାବରେ ଆବୃତ୍ତି କରି ‘ଦଣ୍ଡକ୍ରମ ପାରାୟଣମ୍’ ସମ୍ପୂର୍ଣ୍ଣ କରିଛନ୍ତି। ବାରାଣସୀର ଏମପି ଥିବା ମୋଦି ଗର୍ବର ସହ କହିଛନ୍ତି ଯେ ଏହି ଅସାଧାରଣ ଆଧ୍ୟାତ୍ମିକ ଅନୁଷ୍ଠାନ କାଶୀର ପବିତ୍ର ଭୂମିରେ ସମ୍ପନ୍ନ ହୋଇଛି।

ବିଦ୍ୱାନମାନେ କହିଛନ୍ତି ଯେ ଡଣ୍ଡକ୍ରମ, ଯାହାର ଜଟିଳ ସ୍ୱର-ଢାଞ୍ଚା ଏବଂ ଧ୍ୱନିଗତ ସଠିକତା ପାଇଁ ଏହାକୁ ବୈଦିକ ଆବୃତ୍ତିର ମୁକୁଟ ବୋଲି କୁହାଯାଏ, ଇତିହାସରେ କେବଳ ତିନିଥର ପ୍ରଦର୍ଶନ କରାଯାଇଛି। ଦେବବ୍ରତଙ୍କ ଆବୃତ୍ତି ନିର୍ଭୁଲ ଥିଲା ଏବଂ ସେ ଏହାକୁ ସର୍ବନିମ୍ନ ସମୟରେ ଶେଷ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର: ୨୦୦୦ରୁ ଅଧିକ ପେମେଣ୍ଟରେ ଲାଗିବ ଚାର୍ଜ? ସ୍ପଷ୍ଟ କଲେ ସରକାର, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୯: UPI ପେମେଣ୍ଟ ଉପରେ ୦.୫ ପ୍ରତିଶତ ଟ୍ୟାକ୍ସ କିମ୍ବା ଚାର୍ଜ ଲାଗିବାକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ସ୍ପଷ୍ଟତା ଆସିଛି। ୨୦୦୦ ଟଙ୍କାରୁ ଅଧିକ UPI…

ଅଭିନେତା ବିଜୟଙ୍କ ଶୈଳୀରେ ନିର୍ମିତ ଗଣେଶ ମୂର୍ତ୍ତିକୁ ନେଇ ବିବାଦ; ଆୟୋଜକଙ୍କ ଗିରଫଦାରୀ ଦାବି କଲା ଭାଜପା

ଚେନ୍ନାଇ,୧୫।୯: ଗଣେଶ ଚତୁର୍ଥୀ ପୂର୍ବରୁ ତାମିଲନାଡୁରେ ଏକ ନୂଆ ରାଜନୈତିକ ବିବାଦ ଦେଖାଦେଇଛି। ଚେନ୍ନାଇର କୋରୁକ୍କୁପେଟ ଅଞ୍ଚଳରେ ସ୍ଥାପିତ ଭଗବାନ ଗଣେଶଙ୍କ ମୂର୍ତ୍ତିଗୁଡ଼ିକ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା…

କଂଗ୍ରେସରେ ବଡ଼ ସାଙ୍ଗଠନିକ ଅଦଳବଦଳ; ଏମାନଙ୍କୁ ବଡ଼ ସୁଯୋଗ ଦେବେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ,୧୫।୯: କଂଗ୍ରେସରେ ସାଙ୍ଗଠନିକ ପୁନର୍ଗଠନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ପୁରୁଣା ନେତାଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା ସହ ଯୁବ ଓ ସକ୍ରିୟ ନେତାଙ୍କୁ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ…

ବଲିଉଡ ପ୍ରେମରେ ମାଲେସିଆ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହାପାଇଁ ପୋଷ୍ଟ କଲେ ‘ଦିଲ ତୋ ପାଗଲ ହୈ’

ନୂଆଦିଲ୍ଲୀ/କୁଆଲଲମପୁର,୧୫।୯: ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଶେଷ ହୋଇଛି, କିନ୍ତୁ ଏହା ଏବେ ମଧ୍ୟ ଆଲୋଚନାର ବିଷୟ ହୋଇ ରହିଛି। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ବ୍ରିକ୍ସ…

ଏତିକିରୁ ଅଧିକ ଟ୍ରାଞ୍ଜାକ୍ସନ କଲେ ପଡ଼ିବ ଚାର୍ଜ, ରାହୁଲ ଆଣିଲେ ସାଂଘାତିକ ଅଭିଯୋଗ: ଆମେରିକା ଚାପରେ ସରକାର…

ନୂଆଦିଲ୍ଲୀ,୧୫।୯: ଦେଶର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଅନ୍ୟତମ ପ୍ରମୁଖ ମାଧ୍ୟମ UPIକୁ ନେଇ ଏବେ ରାଜନୈତିକ ବିବାଦ ଚର୍ଚ୍ଚା ଜୋର୍‌ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?