ପାଠ ମାତ୍ର ଅଷ୍ଟମ ଶ୍ରେଣୀ, ମାତ୍ର ୧୮ଦିନରେ ନିଜେ ବନାଇଦେଲେ ଚାରି ଚକିଆ ଗାଡି

ଫରିଦପୁର,୧୫।୧୧: ଇଛାଶକ୍ତି ଦ୍ୱାରା କୌଣସି କାର୍ଯ୍ୟ ମଧ୍ୟ ଅସମ୍ଭବ ନୁହେଁ। ଦୃଢ ଇଛାଶକ୍ତି ରହିଲେ ଅସାଧ୍ୟ କାର୍ଯ୍ୟ ମଧ୍ୟ ସହଜରେ ଓ ସରଳରେ ହୋଇଯାଏ। ଆମେ କହୁଛୁ ଉତ୍ତରପ୍ରଦେଶର ଫରିଦପୁରର ଜଣେ ୧୯ବର୍ଷିୟ ଯୁବକଙ୍କ ବିଷୟରେ। ଅଷ୍ଟମ ଯାଏଁ ପାଠ ପଢି ଗାଁରେ ଟେଲର କାମ କରୁଥିବା ସାହିଲ ଅଲି ନିଜ ହାତରେ ଏକ ଚାରିଚକିଆ ଯାନ ତିଆରି କରିଛନ୍ତି। ମାତ୍ର ୧୮ଦିନରେ ସାହିଲ ଏକ ଇଲେକ୍ଟ୍ରେିକ ଜିପ୍‌ ତିଆରି କରିଛନ୍ତି। ଏହି ଜିପ୍‌କୁ ଥରେ ଚାର୍ଜ କଲେ ୧୨୦କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବ। ଘଣ୍ଟାକୁ ଏହା ୪୦କିମି ବେଗରେ ଯାତ୍ରା କରିପାରୁଛି। ସେହିପରି ଏଥିରେ ୪ଜଣ ବସିବାର କ୍ଷମତା ରହିଛି।
ସାହିଲ ନିଜ ଗାଁରେ ଏକ ସିଲେଇ ଦୋକାନ ଖୋଲିଛନ୍ତି। ତାଙ୍କ ବାପା ରିକ୍ସା ଚଲାନ୍ତି। ଜିପ୍‌ ତିଆରି କରିବା ସମ୍ପର୍କରେ ସାହିଲ କୁହନ୍ତି, ପୋଲିସ ଜିପ୍‌ ତାଙ୍କୁ ବହୁତ ପସନ୍ଦ। ୪-୫ମାସ ପୂର୍ବରୁ ସେ ଏକ ଜିପ ବନେଇବେ ବୋଲି ଚିନ୍ତା କରିଥିଲେ। ତେବେ ଏ ସମ୍ପର୍କରେ ସେ ତାଙ୍କ ବାପାଙ୍କୁ କହିବାରୁ ସେ ମନା କରିଦେଇଥିଲେ। କିନ୍ତୁ ସାହିଲ ନିଜ ଜିଦରେ ଅଟଳ ରହି ଜିପ ପସ୍ତୁତ କରିଥିଲେ।
ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାହିଲ ଜିପ ପାଇଁ ସବୁ ଅତ୍ୟାବଶକୀୟ ଜିନିଷ ଯୋଗାଡ କରିଥିଲେ। ପରେ ୟୁଟ୍ୟୁବ, କାର ମେକାନିକଙ୍କ ଦୋକାନ ଓ ବାପାଙ୍କ ଇ-ରିକ୍ସା ଦେଖି ଏହି ମିନି ଜିପି ତିଆରି ପାଇଁ କାମ ଆରମ୍ଭ କରିଥିଲେ। ମାତ୍ର ୧୮ଦିନ ମଧ୍ୟରେ ଏକାକୀ ସେ ଏହି ଗାଡି କାମ ସମ୍ପୂର୍ଣ୍ଣ ଶେଷ କରିଥିଲେ।
ତେବେ ସାହିଲଙ୍କ ଏହି ଗାଡିକୁ ବହୁଜଣ କିଣିବାକୁ ଇଚ୍ଛୁକ ଥିବାବେଳେ ସେ ଏହାକୁ ବିକ୍ରି କରିବାକୁ ମନା କରିଦେଇଛନ୍ତି। କିଛିଜଣ ଏହି ଗାଡିକୁ ଅଢେଇ ଲକ୍ଷରେ କିଣିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ବନ୍ୟାଜଳରେ ବୁଡ଼ିଲା କୁକୁଡ଼ା ଫାର୍ମ, ୩ ହଜାରରୁ ଅଧିକ କୁକୁଡ଼ା ମୃତ

ଗଞ୍ଜାମ, ୨୬/୯ (ଅନାଥ ତରାଇ/ଦିଲୀପ ସାମଲ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳରେ ଏକ କୁକୁଡ଼ା ଫାର୍ମରେ ପାଣି…

ବାଇକ୍‌-ବୋଲେରୋ ମୁହାଁମୁହିଁ ଧକ୍କା: ଯୁବକ ମୃତ

ବଲାଙ୍ଗିର, ୨୬।୯(ସୁନିଲ ମହାନ୍ତି ): ବଲାଙ୍ଗୀର-ସୋନପୁର ରାସ୍ତାର ମଳମୁଣ୍ଡା ନିକଟରେ ଶୁକ୍ରବାର ଏକ ବାଇକ୍‌ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବ ବାଇକ୍‌ ଚାଳକଙ୍କ…

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?