୧୯ରୁ ଗ୍ଲୋବାଲ ବିଜ୍‌ନେସ୍‌ କାର୍ନିଭାଲ୍‌-୨୦୨୩

ଭୁବନେଶ୍ୱର,୧୮।୫: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଗୁପ୍ତା ଇଭେଣ୍ଟସ୍‌ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ପ୍ରଥମ ଥର ପାଇଁ ଏକ ୧୧ ଦିନିଆ ବିଶ୍ୱସ୍ତରୀୟ ମେଳା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ବର୍ଷ ମେ ୧୯ରୁ ଭୁବନେଶ୍ୱରର ଜନତା ମଇଦାନଠାରେ ‘ଗ୍ଲୋବାଲ ବିଜ୍‌ନେସ୍‌ କାର୍ନିଭାଲ୍‌-୨୦୨୩’ର ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବୁଧବାର ଗୁପ୍ତା ଇଭେଣ୍ଟସ୍‌ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଉକ୍ତ ଖବରଦାତା ସମ୍ମିଳନୀରେ ଗୁପ୍ତା ଇଭେଣ୍ଟସ୍‌ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ସୁଜିତ କୁମାର ଗୁପ୍ତା, ଡାଇରେକ୍ଟର ପାୟଲ ଆଚାର୍ଯ୍ୟ ଗୁପ୍ତା ଏବଂ ଗୁପ୍ତା ଇଭେଣ୍ଟସ୍‌ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦୀପକ ମହାନ୍ତି, ଆଇଡିଆ କ୍ରିଏସନ ମୁଖ୍ୟ ରଣଜିତ୍‌ କର୍ମୀ, ପ୍ରପର୍ଟି ବ୍ରାଣ୍ଡ୍‌ ନିର୍ଦ୍ଦେଶକ ସଚିନ ସିଂ, ଓପନ୍‌ କିଚେନ୍‌ ଆଣ୍ଡ ବାର୍‌ ଗୌରବ କୁମାର ରାମ ପ୍ରମୁଖ ଉପସ୍ଥିତି ରହି କାର୍ନିଭାଲ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମେ ୧୯ରୁ ୨୯ ତାରିଖ ପର୍ଯ୍ୟନ୍ତ ଉକ୍ତ କାର୍ନିଭାଲ ଜାରି ରହିବ। ଏପରିକି ପ୍ରତିଦିନ ଅପରାହ୍ନ ୨ ଘଟିକାରୁ ରାତି ୯ ଘଟିକା ପର୍ଯ୍ୟନ୍ତ ଉକ୍ତ ମେଳା ଚାଲିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ମେଳାରେ ୨୦ଟି ରାଜ୍ୟ ଏବଂ ୮ଟି ଦେଶର ପ୍ରତିନିଧିମାନେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ବିଶେଷକରି ୫୦୦ରୁ ଅଧିକ ବିଭିନ୍ନ ବର୍ଗର ବ୍ୟବସାୟୀମାନଙ୍କୁ ଏକ ବୃହତ୍‌ ମେଳା ଓ ପ୍ରଦର୍ଶନୀର ଆୟୋଜନ କରାଯାଉଛି। ବିଶେଷକରି ଓଡ଼ିଶାର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆୟୋଜକ ଏଭଳି ଏକ ବିଶ୍ୱସ୍ତରୀୟ କାର୍ନିଭାଲର ଆୟୋଜନ କରୁଛନ୍ତି।
ସୂଚନାଯୋଗ୍ୟ, ଗୁପ୍ତା ଇଭେଣ୍ଟସ ମ୍ୟାନେଜମେଣ୍ଟ, ଏମ୍‌ଏସ୍‌ଏମ୍‌ଇ ଏବଂ କୟର ବୋର୍ଡ ସହିତ ଅନୁବନ୍ଧିତ ହୋଇ କ୍ଷୁଦ୍ର ବ୍ୟବସାୟିକ ଅନୁଷ୍ଠାନ ପାଇଁ ସରକାରୀ ରିହାତିର ବ୍ୟବସ୍ଥା ରହିଛି। ଉକ୍ତ ପ୍ରଦର୍ଶନୀରେ ବିଭିନ୍ନ ପ୍ରକାର ଏକ୍ସପୋ ଯଥାକ୍ରମେ ପ୍ରପର୍ଟି ବ୍ରାଣ୍ଡ୍‌ ଏକ୍ସପୋ, ଫର୍ନିଚର ଆଣ୍ଡ ଇଣ୍ଟେରିୟର, ଗ୍ଲୋବାଲ ଏଡୁକେସନ, ଆଇଟି ଆଣ୍ଡ ସଫ୍ଟୱେର, ଫ୍ୟାଶନ ଆଣ୍ଡ ଲାଇଫ୍‌ ଷ୍ଟାଇଲ୍‌, ହେଲ୍‌ଥ୍‌ ଆଣ୍ଡ ୱେଲ୍‌ନେସ୍‌, ସ୍ବଦେଶୀ, ଅଟୋ ଏକ୍ସପୋ ସହିତ ସମସ୍ତ ଜାତୀୟ ଏବଂ ଅନ୍ତର୍ଜାତୀୟ ଉପତ୍ାଦମାନ ମଧ୍ୟ ମିଳିବ। ଏଥିସହ ସମସ୍ତ ପ୍ରକାର ଭାରତୀୟ ହସ୍ତତନ୍ତ ହସ୍ତଶିଳ୍ପ ଏବଂ ଗୃହ ସାଜସଜ୍ଜା ଉପତ୍ାଦମାନ ମଧ୍ୟ ପ୍ରଦର୍ଶିତ ହେବ। ବହୁଚର୍ଚ୍ଚିତ ହୋଟେଲ ଏବଂ ରେଷ୍ଟୁରାଣ୍ଟ ସହ ମିଳିତ ଭାବେ ଫୁଡ୍‌ ଫେଷ୍ଟିଭାଲର ଆୟୋଜନ ହେବ। ଅପରପକ୍ଷରେ ଆଇଟି ଆଣ୍ଡ ସଫ୍ଟୱେର, ଏଡୁକେସନ ଆଣ୍ଡ ହେଲ୍‌ଥ ଉପରେ ରାଜ୍ୟ ତଥା ରାଜ୍ୟ ବାହାରର ବକ୍ତାମାନଙ୍କୁ ନେଇ ପ୍ରତିଦିନ ଆଲୋଚନାଚକ୍ର ଓ କର୍ମଶାଳାମାନ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri