ଡକାୟତଙ୍କୁ ବିରୋଧ କରିବାରୁ ୧୯ ଲୋକଙ୍କୁ ହତ୍ୟା, ୫୫ ଆହତ

କରାଚି,୧୨।୪: ରମଜାନ ୨୦୨୪ ସମୟରେ କରାଚିରେ ଅପରାଧ ବୃଦ୍ଧି ପାଇଥିବା ଦେଖାଯାଇଛି। ଯେଉଁଥିରେ ଡକାୟତଙ୍କୁ ବିରୋଧ କରିବା ଯୋଗୁଁ କରାଚିରେ ୨୦୨୪ ରମଜାନରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୫ ଜଣ ଆହତ ହୋଇଥିଲେ। ଏଆରଓ୍ବାଇ ନ୍ୟୁଜ ରିପୋର୍ଟରେ ଏହି ଦାବି କରାଯାଇଛି।
ଡକାୟତି ଉଦ୍ୟମ ବେଳେ କରାଚିରେ ୧୯ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣେ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଡକାୟତମାନେ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଥିଲେ।
ଚଳିତ ବର୍ଷ ସହରରେ ଡକାୟତି ଜନିତ ମୃତ୍ୟୁ ସଂଖ୍ୟାରେ ୫୬ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ତୁଳନାତ୍ମକ ଭାବେ, ଗତ ବର୍ଷ ସମାନ ଅବଧିରେ ଡକାୟତି ବିରୋଧରେ ପ୍ରତିରୋଧ ଯୋଗୁଁ ୨୫ଜଣଙ୍କ ମୃତ୍ୟୁ ଓ ୧୧୦ଜଣ ଆହତ ହୋଇଥିଲେ । ୨୦୨୩ରେ ଏହି ପରିପ୍ରେକ୍ଷୀରେ ୧୦୮ ମୃତ୍ୟୁ ଏବଂ ୪୬୯ ଆହତ ସହ ଏହି ସଂଖ୍ୟା ଚିନ୍ତାଜନକ ଭାବରେ ଅଧିକ ଥିଲା।
ଚଳିତ ବର୍ଷ ଡକାୟତମାନଙ୍କ ସହ କରାଚି ପୋଲିସର ୪୨୫ ଏନକାଉଣ୍ଟର ହୋଇଥିଲା ଯେଉଁଥିରେ ୫୫ ଡକାୟତ ପ୍ରାଣ ହରାଇବା ସହ ୪୩୯ ଆହତ ହୋଇଥିଲେ। ନାଗରିକ-ପୋଲିସ ଯୋଗାଯୋଗ ସମିତି(ସିପିଏଲସି) ର ଏକ ରିପୋର୍ଟ ଅନୁଯାୟୀ,୨୦୨୪ର ପ୍ରଥମ ତିନି ମାସରେ ୨୨,୬୨୭ ଅପରାଧ ରେକର୍ଡ ହୋଇଛି, ଯେଉଁଥିରେ ୫୯ ଜଣଙ୍କ ମୃତ୍ୟୁ ଏବଂ ଡକାୟତି ପ୍ରତିରୋଧ ଯୋଗୁଁ ୭୦୦ ରୁ ଅଧିକ ଆହତ ହୋଇଛନ୍ତି।
ଏହା ବ୍ୟତୀତ ଏହି ସମୟ ମଧ୍ୟରେ ୩୭୩ କାର, ୧୫, ୯୬୮ ମୋଟରସାଇକେଲ ଏବଂ ୬,୧୦୨ ମୋବାଇଲ ଫୋନ ଚୋରି କିମ୍ବା ଛଡ଼ାଯାଇଥିବା ଖବର ମିଳିଛି।
ଆର୍ପି ନ୍ୟୁଜ ରିପୋର୍ଟ କରିଛି ଯେ ସିପିଏଏଲସି ରିପୋର୍ଟରେ କରାଚିରେ ୨୫ ଟି ଚୋରି ଘଟଣା ଏବଂ ମୁକ୍ତି ପାଇଁ ପାଞ୍ଚଟି ଅପହରଣ ମାମଲା ମଧ୍ୟ ଦଲିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଚାଞ୍ଚଲ୍ୟ: ଟ୍ରାଏଲ୍‌ ରୁମ୍‌ରେ ମହିଳା କର୍ମଚାରୀଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ଏକ ପୋଷାକ ଶୋ’ରୁମ୍‌ରେ କାମ କରୁଥିବା ଜଣେ ୧୮ ବର୍ଷୀୟା କର୍ମଚାରୀଙ୍କୁ ଟ୍ରାଏଲ୍‌ ରୁମ୍‌ରେ ଗଳାକାଟି ହତ୍ୟା କରାଯାଇଛି। ବ୍ୟକ୍ତିଗତ ସମ୍ପର୍କରେ ଫାଟ ଏବଂ…

ଏହି ୪ଟି ରାଶି ପାଇଁ ଆଗକୁ ରହିଛି କଠିନ ସମୟ, ସତର୍କ ନ ରହିଲେ ବଡ଼ ବିପଦ…

୧୬ ନଭେମ୍ବର ୨୦୨୬ରେ ସୂର୍ଯ୍ୟଦେବ ବିଛା ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗୋଚରର ପ୍ରଭାବ କିଛି ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ। ବିଶେଷକରି…

ଅତି ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ଗୁଣବତ୍ତା, ଘେରି ରହୁଛି ଧୂଳି, ଧୂଆଁର ଘନ ଆସ୍ତରଣ

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରବିବାର ସକାଳେ ଅଧିକାଂଶ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଅତି ଖରାପ ଦର୍ଶାଇଥିବା ବେଳେ ୭ଟିରେ ଗମ୍ଭୀର ସ୍ଥିତି ଦର୍ଶାଇଛି। ମୋଟାମୋଟି…

ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ: ଏକାଠି ହେଲେ କନ୍ଧମାଳ,ଗଜପତିର ଆଦିବାସୀ ସମାଜ

ବ୍ରାହ୍ମଣୀଗାଁ,୧୫।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପଡ଼ିଆରେ ରବିବାର ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।…

ଗୁଣପୁରରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ

ଗୁଣପୁର,୧୫।୧୧(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା…

କେରଳ ହାଇକୋର୍ଟଙ୍କ ବଡ଼ ପ୍ରସ୍ତାବ, କିଶୋର ବୟସର ସୀମା ୧୮ରୁ ୧୬ ବର୍ଷକୁ ହ୍ରାସ….

କୋଚି,୧୫ା୧୧: ନାବାଳକ ବୟସ ସୀମାକୁ ନେଇ ବଡ଼ କଥା କହିଛନ୍ତି କେରଳ ହାଇକୋର୍ଟ । ଅପରାଧର ବଦଳୁଥିବା ସ୍ବରୂପ ଏବଂ ପିଲାମାନଙ୍କଠାରେ ଦେଖାଯାଉଥିବା ପରିପକ୍ୱତାକୁ ଦୃଷ୍ଟିରେ ରଖି…

ଠେଙ୍ଗାରେ ଆକ୍ରମଣ କରି ହତ୍ୟା ଉଦ୍ୟମ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଶ୍ରୀଚନ୍ଦନପୁର ଗ୍ରାମର ବିରୁପାକ୍ଷ ମହାପାତ୍ରଙ୍କୁ ଗ୍ରାମର ହିନ ଗଉଡ଼(୫୦) ଶନିବାର ଅପରାହ୍ନରେ ଏକ ଠେଙ୍ଗାରେ ଆକ୍ରମଣ କରି…

ମାଡ଼ି ଆସୁଛି ବାତ୍ୟା: ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ଆଗୁଆ ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୫।୧୧(ସବିତା ମିଶ୍ର): ପୁଣି ଏକ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?