ନୂଆଦିଲ୍ଲୀ,୨୨ା୪: ଭାରତ ଏବେ ବିଶ୍ୱ ଉତ୍ତାପ ବୃଦ୍ଧିର କେନ୍ଦ୍ରସ୍ଥଳ ପାଲଟିଛି। ବିଶ୍ୱର ୨୦ଟି ସବୁଠୁ ଉତ୍ତପ୍ତ ସହର ମଧ୍ୟରୁ ୧୯ଟି ଭାରତରେ ରହିଥିବା ଏକ୍ୟୁଆଇ ପକ୍ଷରୁ ଜାରି ତଥ୍ୟରୁ ଜଣାପଡ଼ିଛି। ଏପ୍ରିଲ ୨୪ ପର୍ଯ୍ୟନ୍ତ ଗ୍ରୀଷ୍ମଲହର ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାବେଳେ ସର୍ବାଧିକ ତାପମାତ୍ରା ଆହୁରି ବଢ଼ି ୪୩ ଡିଗ୍ରୀ ସେଲ୍ସିୟସ୍ରେ ପହଞ୍ଚତ୍ବ ବୋଲି ଆକଳନ କରାଯାଇଛି। ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରେ ସର୍ବାଧିକ ଉତ୍ତପ୍ତ ସହର ରହିଛି। ଓଡ଼ିଶାର ତାଳଚେର, ବିହାରର ଭାଗଲପୁର ଏବଂ ପଶ୍ଚିମବଙ୍ଗର ଆସାନସୋଲ୍ରେ ତାପମାତ୍ରା ୪୪ ଡିଗ୍ରୀ ସେଲ୍ସିୟସ୍ରେ ପହଞ୍ଚତ୍ଛି। ଏହା ପଛକୁ ବିହାରର ବେଗୁସରାଇ, ମୋତିହାରି, ମୁଙ୍ଗେର୍, ଭୋଜପୁର ଏବଂ ସିଓ୍ବାନ୍, ଉତ୍ତରପ୍ରଦେଶର ପୂର୍ବ ଭାଗ ଓ ପଶ୍ଚିମବଙ୍ଗର କେତେକ ସହରରେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ୨୦ ଉତ୍ତପ୍ତ ସହର ମଧ୍ୟରେ କେବଳ ନେପାଳର ଲୁମ୍ବିନୀ ଅଣଭାରତୀୟ ସହର।
କାରଣରୁ ତାପମାତ୍ରା ଅତ୍ୟଧିକ ବୃଦ୍ଧି ପାଇଥିବା ପାଣିପାଗ ବିଭାଗ କହିଛି। ସେଗୁଡ଼ିକ ହେଲା ଏପ୍ରିଲରେ ସ୍ଥଳଭାଗ ରୌଦ୍ରତାପ ବୃଦ୍ଧି ଏବଂ ଉତ୍ତର ଓ କେନ୍ଦ୍ରୀୟ ଭାରତରେ ଆକାଶ ସ୍ବଚ୍ଛ ଥିବାରୁ ଅବାଧ ସୌର ବିକିରଣ ତାପମାତ୍ରାକୁ ଅଧିକ ବଢ଼ାଉଛି। ୟୁରାସିଆ ଏବଂ ହିମାଳୟ ଅଞ୍ଚଳରେ ଶୀତଦିନିଆ ତୁଷାର ହ୍ରାସ ମଧ୍ୟ ଉତ୍ତାପ ବୃଦ୍ଧିର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ। ତୁଷାର କମିବା ଅର୍ଥ ଅଧିକ ସୂର୍ଯ୍ୟକିରଣ ଶୂନ୍ୟକୁ ପ୍ରତିଫଳିତ ହେବା, ଯାହା ଭାରତୀୟ ଉପମହାଦେଶରେ ତାପମାତ୍ରା ବଢ଼ାଇବାରେ ସହାୟକ ହେଉଛି। ଏହା ଚଳିତ ବର୍ଷ ଗ୍ରୀଷ୍ମପ୍ରବାହ ଆରମ୍ଭ ସମୟକୁ ଶୀଘ୍ର କରିବା ସହ ତୀବ୍ରତା ବଢ଼ାଇ ଦେଇଛି। ଏହା ବ୍ୟତୀତ ସାମୁଦ୍ରିକ ଢାଞ୍ଚାରେ ପରିବର୍ତ୍ତନ ମଧ୍ୟ ତାପମାତ୍ରା ବୃଦ୍ଧିର ଅନ୍ୟତମ କାରଣ। ପ୍ରଶାନ୍ତ ମହାସାଗର ଉପରିଭାଗ ତାପମାତ୍ରା ବଢ଼ିବା ସହ ଇଏନ୍ଏସ୍ଓ-ନ୍ୟୁଟ୍ରାଲ ଅବସ୍ଥା ଆଡ଼କୁ ପରିବର୍ତ୍ତନ ବାୟୁମଣ୍ଡଳୀୟ ପ୍ରବାହକୁ ପ୍ରଭାବିତ କରୁଛି। ଏହା ଶୀତଳୀକରଣ ବ୍ୟବସ୍ଥାକୁ ଦୁର୍ବଳ କରିଦେଉଥିବାରୁ ବ୍ୟାପକ ସ୍ଥଳଭାଗରେ ଉତ୍ତାପ ବୃଦ୍ଧି ଘଟୁଥିବା ରିପୋର୍ଟରେ କୁହାଯାଇଛି।