Categories: ଜାତୀୟ

କୋଠା ଭୁଶୁଡ଼ି ୧୯ ମୃତ

ମୁମ୍ବାଇ, ୨୯ା୬: ମୁମ୍ବାଇର କୁରଲା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଏକ କୋଠା ଭୁଶୁଡ଼ି ୧୯ ଜଣଙ୍କ ମୃତ୍ୟୁ ଘଟିଛି। ଆହତଙ୍କୁ ଘାଟକୋପରର ରାଜାଓ୍ବାଡ଼ି ଏବଂ ସିଓନରେ ଥିବା ଏଲ୍‌ଟିଏମ୍‌ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନାଏକ ନଗର ସୋସାଇଟିରେ ଥିବା ଏହି ୫୦ ବର୍ଷ ପୁରୁଣା ୪ ମହଲା ବିଶିଷ୍ଟ ବିଲ୍ଡିଂର ସମସ୍ତ ମହଲା ଭୁଶୁଡ଼ିଯିବା ପରେ ଅଗ୍ନିଶମ କର୍ମଚାରୀ ଏବଂ ଉଦ୍ଧାରକାରୀ ଟିମ୍‌ ଭଗ୍ନାବଶେଷ ତଳେ ଚାପି ହୋଇଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଏବଂ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ପ୍ରଦାନ ଘୋଷଣା କରିଛନ୍ତି।

Share