ମହଣ୍ଡ ମଣ୍ଡିରେ ପଡ଼ିଛି ୧୮୭୦ ବସ୍ତା ଧାନ, ଚାଷୀଙ୍କ ଅସନ୍ତୋଷ

ରାଇଘର, ୧୫।୧୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ୧୦ ତାରିଖରେ ମଣ୍ଡି ଉଦ୍‌ଘାଟନ ହୋଇଥିବା ବେଳେ ବ୍ଲକର ମୋଟ ୫ଟି ସ୍ଥାନରେ ଧାନ କିଣା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ଉଦ୍‌ଘାଟନ ଦିନ ଅଖା ବସ୍ତା ବଦଳରେ ଟଙ୍କା ଫେରସ୍ତ କିମ୍ବା ବସ୍ତା ହିଁ ଫେରାଇବା ଦାବି ସହ କଟ୍‌ନି ଛଟ୍‌ନି ଉପରେ ମିଲର୍ସ ମନଇଚ୍ଛା ଚାଷୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଥିଲା। ଲ୍ୟାମ୍ପ୍‌ସ କର୍ତ୍ତୃପକ୍ଷ ଧାନ କିଣିବା ବଦଳରେ ମିଲର୍ସ ନିଜ ଇଚ୍ଛାରେ ଧାନ କିଣାକୁ ନେଇ ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗର କୌଣସି ସମାଧାନ ନ ହେବା ପୂର୍ବରୁ ସୋମବାର ରାଇଘର ବ୍ଲକର ମହଣ୍ଡ ମଣ୍ଡି ଉଦ୍‌ଘାଟନ ନିମନ୍ତେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। କିନ୍ତୁ ସେଠାରେ କଟ୍‌ନି ଛଟ୍‌ନି ବିବାଦ ଯୋଗୁ ଧାନ ଉଠି ପାରିଲା ନାହିଁ l ମହଣ୍ଡ ମଣ୍ଡିରେ ବର୍ତ୍ତମାନ ସୁଦ୍ଧା ଖୋଲା ପଡ଼ିଆରେ ୧୮୭୦ ବସ୍ତା ଧାନ ପଡ଼ି ରହିଛି। ମଙ୍ଗଳବାର ଯୋଡ଼ିଙ୍ଗା ମଣ୍ଡି ଉଦ୍‌ଘାଟନ ଅବସରରେ ସେଠାରେ କଟ୍‌ନି ଛଟ୍‌ନି ବାବଦରେ ୪କିଲୋ ଲେଖାଏ ଧାନ କାଟି ଚାଷୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ଧାନକିଣା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ମିଲରଙ୍କ ଭରସାରେ ଚାଲିଛି। ସେମାନଙ୍କ ଇଚ୍ଛା ହେଲା ଧାନ କିଣା ହେବ ନ ହେଲେ ବନ୍ଦ l ମିଲରଙ୍କ ମନମାନି ଯୋଗୁ ଚାଷୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ହତାଶ ଚାଷୀ କେଉଁଠି ଅଭିଯୋଗ କରିବେ କିଛି ବୁଝି ପାରୁ ନାହାନ୍ତି। ମିଲର୍ସ ଓ ଚାଷୀଙ୍କ ମଧ୍ୟରେ ବିବାଦ ଯୋଗୁ ମହଣ୍ଡ ମଣ୍ଡିରେ ଧାନ ଉଠିପାରିନାହିଁ । ଅନ୍ୟପଟେ ଆର୍‌ଏମ୍‌ସି ପକ୍ଷରୁ ଜଗୁଆଳି ରଖି ସମସ୍ତ ଧାନ ରକ୍ଷଣା ବେକ୍ଷଣ କରିଥିବା ଜଣାପଡ଼ିଛି। କଟ୍‌ନି ଛଟ୍‌ନିକୁ ନେଇ ଅନେକ ବିବାଦ ଦେଖା ଦେଉଥିବା ବେଳେ ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେବାକୁ ଦାବି ହୋଇଛି । ବୁଧବାର ଅନେକ ଚାଷୀ ରାଇଘର ମଣ୍ଡିରେ ପହଞ୍ଚତ୍ଥିବା ବେଳେ ସେଠାରେ ମଧ୍ୟ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ସ୍ବତନ୍ତ୍ର ଭାବେ ସବୁ କିଛି ଚାଷୀଙ୍କ ସୁବିଧା ସୁଯୋଗ ରହିବା ଆବଶ୍ୟକତା ରହିଛି l ଏଠାରେ ମଧ୍ୟ ଚାଷୀ ଲ୍ୟାମ୍ପ, ମିଲର୍ସ, ଆର୍‌ଏମ୍‌ସି ଓ ଯୋଗାଣ ବିଭାଗ ମଧ୍ୟରେ ବସି ଧାନ କିଭଳି ଉଠିବ ଆଲୋଚନା ହୋଇଥିଲା। ପରିଶେଷରେ ବ୍ଲକ ହେର୍ଡକ୍ୱାର୍ଟର୍ସରେ ସୁରୁଖୁରୁରେ ଯେଉଁଭଳି ଧାନ ଉଠିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ଏହା ପରେ ମଧ୍ୟ କଟ୍‌ନି ଛଟ୍‌ନିକୁ ନେଇ ଅଙ୍କକଷା ଆରମ୍ଭ ହୋଇଥିଲା l ଚଳିତ ବର୍ଷ ମଣ୍ଡି ଟୋକେନ କମ୍‌ ପରିମାଣର ଆସିଥିବାରୁ ଚାଷୀଙ୍କ ଚିନ୍ତା ବଢିଛି। ଚଳିତ ବର୍ଷ ଧାନ ଚାଷ ଭଲ ହୋଇ ନ ଥିବାରୁ ସେହି ମାତ୍ରାରେ ଟୋକେନ ଆସି ନ ଥିବାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri