ଆଜି ଦିନକରେ ବରଗଡ଼ରେ ୧୮୫ ନୂଆ ଆକ୍ରାନ୍ତ ଚିହ୍ନଟ

ବରଗଡ଼ ଅଫିସ,୨ା୯: ବରଗଡ଼ରେ ଦିନକରେ ୧୮୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳର ସର୍ବାଧିକ ୧୦୯ ଜଣ ରହିଛନ୍ତି। ସେହିପରି ବରଗଡ଼ ବ୍ଲକର ୧୨, ବରପାଲି ଏନ୍‌ଏସିର ୧୧, ବରପାଲି ୮, ଭେଡେନ୍‌ ୍‌୩, ଅତାବିରା ୭, ଅତାବିରା ଏନ୍‌ଏସିର ୧୨, ସୋହେଲା ୯, ଭଟଲି ୨, ବିଜେପୁର ୬ ଏବଂ ଅମ୍ବାଭୋନା ବ୍ଲକର ଜଣେ ଆକ୍ରାନ୍ତ ଅଛନ୍ତି। ଏହା ସହିତ ଜିଲା ବାହାରର ୫ଜଣ ମଧ୍ୟ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୯୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୩୧୩ ଜଣ ସୁସ୍ଥ ହୋଇ ଥିବାବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୧୦୭୪ ଜଣ ଚିକିତ୍ସିତ ହେଉଛନ୍ତି।