୧୮୧୭ ପାଇକ ବିଦ୍ରୋହ ଗବେଷଣା ଜରୁରୀ

ଖୋର୍ଦ୍ଧା ଅଫିସ,୧୮ା୯: ଖୋର୍ଦ୍ଧା କଳିଙ୍ଗ ପାଇକ ସଙ୍ଗଠନ ଆନୁକୂଲ୍ୟରେ ଭାରତ ସ୍ବାଧୀନତା ସଂଗ୍ରାମରେ ନବ ଉନ୍ମେଷ-ପାଇକ ବିଦ୍ରୋହ ଶୀର୍ଷକ ଆଲୋଚନାଚକ୍ର ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଉପଦେଷ୍ଟା ଶିକ୍ଷାବିତ୍‌ ଭୀମସେନ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଅନୁଷ୍ଠାନ ସଭାପତି କିଟ୍‌ ସ୍କୁଲ ଅଫ୍‌ ରୁରାଲ ମ୍ୟାନେଜମେଣ୍ଟ ପ୍ରଫେସର ରବି ନାରାୟଣ ସୁବୁଦ୍ଧି, କ୍ଷେତ୍ରବାସୀ ଡିଏଭି କଲେଜ ଇତିହାସ ପ୍ରାଧ୍ୟାପକ ଡ.ପ୍ରୀତିମୟୀ ମିତ୍ର, କାଇପଦର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ.ଅଶୋକ କୁମାର ରାୟସିଂହ, ଉତ୍କଳ ବିକାଶ ପରିଷଦ ମହାସଚିବ ଇଂ ଋଷି ଗୁମାନସିଂହ, ଗବେଷକ ମଦନମୋହନ ମହାପାତ୍ର ପ୍ରମୁଖ ଆଲୋଚକ ଭାବେ ଯୋଗଦେଇ ପାଇକ ବିଦ୍ରୋହର ଐତିହାସିକ ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ। ଏହା ଉପରେ ଅଧିକ ଗବେଷଣା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା। ପାଇକ ବୀରଙ୍କ ରାଷ୍ଟ୍ରୀୟତା, ଜାତୀୟତାବୋଧ ପରିଚୟ ବହନ କରୁଛି। ଏ ମାଟି ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ। ସେମାନଙ୍କ ବଳିଦାନ ଅତୁଳନୀୟ ବୋଲି ବକ୍ତାମାନେ କହିଥିଲେ। ଅନୁଷ୍ଠାନ ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସମରେନ୍ଦ୍ର ବଳିଆରସିଂହ ଅତିଥି ପରିଚୟ, ଉପଦେଷ୍ଟା ଶିକ୍ଷାବିତ୍‌ ସତ୍ୟବାଦୀ ବଳିଆରସିଂହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ସାହିତି୍ୟକ, ଗବେଷକ, ଶିକ୍ଷାବିତ୍‌ମାନେ ବକ୍ତବ୍ୟ ରଖିଥିଲେ। ଇଂ ଶିଶିର ନାୟକ କାର୍ଯ୍ୟକ୍ରମ ସଞ୍ଚାଳନ ଏବଂ ଅମରେନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।