Categories: ଫୁରସତ

ଫୁଙ୍କାଗଲା ୧୮ ହଜାର ବର୍ଷ ପୁରାତନ ଶଙ୍ଖ

ପ୍ୟାରିସ୍‌,୧୩।୨: ଫ୍ରାନ୍ସର ନାଚ୍ୟୁରାଲ ହିଷ୍ଟ୍ରି ମ୍ୟୁଜିୟମ୍‌ ଅଫ୍‌ ଟୋଉଲଉସ୍‌ରେ ରଖାଯାଇଥିବା ୧୮ ହଜାର ବର୍ଷ ପୁରାତନ ଶଙ୍ଖକୁ ଫୁଙ୍କା ଯାଇଛି। ଏହାକୁ ୧୯୩୧ରେ ପାଇରନିସ୍‌ ପାହାଡ଼ର ମାର୍ସୋଉଲାସ ଗୁମ୍ଫାରୁ ଗବେଷକ ପାଇଥିଲେ। ସେବେଠୋରୁ ଏହାକୁ ମ୍ୟୁଜିୟମ୍‌ରେ ରଖାଯାଇଥିଲା। ତେବେ ପ୍ରଥମ ଥର ପାଇଁ ଏବେ ଏହାକୁ ଫୁଙ୍କା ଯାଇଛି। ମନୁଷ୍ୟ ଖପୁରୀ ଆକାର ଏହି ଶଙ୍ଖର ଶବ୍ଦ ସମସ୍ତଙ୍କୁ ଆନନ୍ଦିତ କରିଥିବା ମ୍ୟୁଜିୟମ୍‌ କର୍ମକର୍ତ୍ତାମାନେ କହିଛନ୍ତି। ହୁଏତ ଗୁମ୍ଫାରେ ବାସ କରୁଥିବା ପୁରାତନ ମାନବ ଶଙ୍ଖକୁ ବାଦ୍ୟ ଭାବେ ବ୍ୟବହୃତ କରିଥିଲେ ବୋଲି ସୋରବନ ବିଶ୍ୱବିଦ୍ୟାଳୟର ପ୍ରଫେସର ଫିଲିପ୍‌ ଓ୍ବାଲ୍ଟର ସୂଚନା ଦେଇଛନ୍ତି। ୯୦ ବର୍ଷ ତଳେ ମିଳିଥିବା ଏହି ଶଙ୍ଖକୁ ନେଇ ଗବେଷଣା ଜାରି ରହିଛି ବୋଲି ସେ କହିଛନ୍ତି।

Share